E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ବିକଳ୍ପ ନ ଥିବା ଚରିତ୍ର
9:09 amJune 2, 2021

ଦ୍ୱିତୀ ଚନ୍ଦ୍ର ସାହୁ

 

ନିମ୍ନ ଅଦାଲତର ପ୍ରକୋଷ୍ଠ। ବସିଛନ୍ତି ବିଚାରପତି। ସାମ୍ନାରେ ପୀଡ଼ିତା ବୋହୂ। ଭଲ ପାଇ ପରସ୍ପରକୁ ବାହା ହୋଇଛନ୍ତି ପୁଅ ଓ ଝିଅ। ଦୁହେଁ ଅଧ୍ୟାପକ ଭିନ୍ନ ଭିନ୍ନ କଲେଜରେ। ବାହା ହେବାର ଏକ ବର୍ଷ ପରେ ବୋହୂର ଲମ୍ବା ଅଭିଯୋଗ ଶାଶୁଙ୍କ ଉପରେ। ଅତ୍ୟାଚାରର ବିବରଣୀ କହୁଥାନ୍ତି। ବିଚାରପତି, ଓକିଲ, ବେଞ୍ଚ କ୍ଲର୍କ ସବୁ କାବା ହୋଇ ଚାହିଁଥାନ୍ତି। ଏଥର ପାଟି ଖୋଲିଲେ ପାଖରେ ଥିବା ଝିଅର ବାପା। ମୋ ଝିଅ ଏମ.ଏ. ପଢିଛି ସାର୍‌। ସେଠି ଯାଇ କ’ଣ ରୋଷେଇ କରିବ? ଲୁଗା କାଚିବ? ପ୍ଲେଟ ଗିନା ସଫା କରିବ ତାଙ୍କର? ବହୁତ ନିର୍ଯାତନା ଦେଉଛନ୍ତି ସେ ଘରେ। ଝିଅ କହିଲା ମୋତେ ଡିଭୋର୍ସ ଲୋଡ଼ା। ଝିଅର ବାପା ଏ କଥାକୁ ସମର୍ଥନ କଲେ। ପାଖରେ ଦାରୁମୂର୍ତ୍ତି ଭଳି ଠିଆହୋଇଛି ଭଲପାଇ ବାହା ହୋଇଥିବା ପୁଅ। ପୁଅ କିଛି ବି ପଦେ କହୁ ନ ଥାଏ। ସବୁ ଶୁଣିବା ପରେ ସମସ୍ତେ ହୃଦ୍‌ବୋଧ ହୋଇଗଲେ ଯେ ଶାଶୁ ଭାରି ଖରାପ ହୋଇଥିବ। ବିଚାରପତି ଶାଶୁଙ୍କୁ ଡାକିବାକୁ ନିର୍ଦ୍ଦେଶ ଦେଲେ। ବୟସର ଭାରରେ ସାମାନ୍ୟ ନଇଁ ପଡିଥିବା ଶାଶୁ ଧୀରସ୍ଥିର ହୋଇ ପ୍ରକୋଷ୍ଠରେ ପ୍ରବେଶ କଲେ। ଏଥର ବିଚାରପତି ଶାଶୁଙ୍କୁ ବୋହୂ ଅଭିଯୋଗର ପ୍ରତିକ୍ରିୟା ପଚାରିଲେ। ସେ କହିଲେ – ଆଜ୍ଞା ! ମୁଁ ପୁରୁଣାକାଳିଆ ଲୋକ। ବହୁତ କଷ୍ଟରେ ବାପଛେଉଣ୍ଡ ପୁଅକୁ ଖୁଆଇ ପିଆଇ ପଢ଼େଇ ଲେଖେଇ ବଡ଼ କରିଛି। ପୁଅ ବୋହୂ ଭଲରେ ରହିବା ମୋତେ ଲୋଡ଼ା। ମୁଁ କିଛି କହେନି ବାବୁ। କେବେ କେମିତି କହେ। ଚପଲ ପିନ୍ଧି ରୋଷେଇ ଘରକୁ ଗଲାରୁ ମୁଁ ସିମିତି ଯିବାର ନାହିଁ ବୋଲି କହିଲି। ଘରକୁ କିଏ ଆସିଲେ ମୁଣ୍ଡରେ ଟିକେ ଓଢ଼ଣା ଦେ ବୋଲି କହିଲି। ଇମିତି ଟିକେ ଟିକେ କଥାରେ ମୋ ବୋହୂମା ରାଗି ଯାଉଛି। ବାବୁ ହାତଯୋଡ଼ି କହୁଛି ସେମାନେ ଭଲରେ ରହିବା ହିଁ ଚାହୁଁଛି।
ଏତିକିରେ ଉତ୍‌କ୍ଷିପ୍ତ ହୋଇ ବୋହୂ କହିଲା – ମୁଁ ରୋଷେଇ କରିପାରିବିନି। ଲୁଗା ସଫା କରିପାରିବିନି। ଘର ଝାଡୁ କି ସଫାସଫି କରିପାରିବିନି। ଏତେ କାମ ମୁଁ କରିପାରିବିନି। ମୁଁ ଅଧ୍ୟାପିକା। ଶାଶୁ କହଲେ – ହଉ ଲୋ ମାଆ ! ଏଥର ମୁଁ ଘରର ସବୁ କାମ କରିବି। କିନ୍ତୁ ପୁଅ ବୋହୂ ତୁମେ ଏକାଠି ରହିବା ମୋତେ ଲୋଡ଼ା। ଶେଷ ଧାଡ଼ିକୁ ବାରମ୍ବାର କହୁଥାଏ ଶାଶୁ ବହୁତ କାକୁତିମିନତି ହୋଇ। ଏମିତିରେ ତର୍କବିତର୍କ ଚାଲିଥାଏ। ପୁଅ କିନ୍ତୁ ପାଟି ଖୋଲୁ ନ ଥାଏ। ସମସ୍ତ ଘଟଣାରେ ପୁଅର ନୀରବତା ଆହୁରି ଉତ୍କଟ କରୁଥାଏ ସମସ୍ୟାକୁ। ଶାଶୁ ବିଚାରପତିଙ୍କ ସବୁ ଉପଦେଶକୁ ଅକ୍ଳେଶରେ ମାନି ନେଉଥିଲେ। ବୋହୁ କିନ୍ତୁ ନିଜର ଆତ୍ମବଡ଼ିମା ସହ ବିଚାରପତିଙ୍କ କଥା ଶୁଣି ପୁଣି ଅବାନ୍ତର ଅଭିଯୋଗ ସବୁ ଯୋଡ଼ି ଚାଲିଥାଏ। ମୋଟାମୋଟି ଭାବେ ବିଚାରପତିଙ୍କ ସମେତ ଉପସ୍ଥିତ ସମସ୍ତେ ବୁଝିଗଲେ ଯେ ଝିଅ ତଥା ଝିଅ ଘର ପକ୍ଷର ଅହଂଭାବ ଯୋଗୁ ସମସ୍ୟା ଏଭଳି ସ୍ତରକୁ ଆସିଛି। ଧୈର୍ଯ୍ୟଚ୍ୟୁତ ହୋଇ ବିଚାରପତି ଏଥର ଉତ୍‌କ୍ଷିପ୍ତ ହୋଇ ପୁଅକୁ କହିଲେ – କ’ଣ ହେ ବାବୁ ! ଏତେ ସମୟ ଧରି ତୁମ ମାଆ ଉପରେ ଅଭିଯୋଗ ପରେ ଅଭିଯୋଗ ଲଦି ଚାଲିଛି ତୁମ ସ୍ତ୍ରୀ ଅଥଚ ତୁମ ପାଟିରୁ କଥା ବାହାରୁନି। ୟାଙ୍କୁ ଡିଭୋର୍ସ ଦେଲେ କ’ଣ ତୁମକୁ ସ୍ତ୍ରୀ ମିଳିବନି? ତଥାପି ପୁଅ କିଛି କହିଲାନି। ଉଭୟପକ୍ଷକୁ ପୁଣି ଥରେ ସୁଯୋଗ ଦେବା ଲାଗି ଶେଷରେ ପରବର୍ତ୍ତୀ ବିଚାର ଯାଏ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ। ଯିଏ ଯାହା ଘରକୁ ଚାଲିଲେ।
ଠିକ୍‌ ସପ୍ତାହ ପରେ ଦେଖାଗଲା ଝିଅ ଓ ଝିଅର ବାପା ଆସି ଅଦାଲତ ଆଗରେ ବିଚାରପତିଙ୍କୁ ଅପେକ୍ଷା କରିଛନ୍ତି। ଏକଥା ବେଞ୍ଚ କ୍ଲର୍କ ଦେଖି ବିଚାରପତିଙ୍କୁ ଖବର ଦେବାରେ ପ୍ରଥମେ ବିଚାରପତି ହସିଲେ। ହସିବାର ରହସ୍ୟ ପଚାରିବାରେ ସେ କହିଲେ- ମୁଁ ଯେଉଁ କେଞ୍ଚ ଦେଲି ଶେଷରେ ତା’ର ଏଇଟା ଫଳ! କାଉନସେଲିଂ ଗୋଟେ ପକ୍ଷକୁ ନେଇ ହୁଏନି କେବେ! ବିଚାରପତିଙ୍କ ନିର୍ଦ୍ଦେଶରେ ପୁଣି ଆଉ ଏକ ଦିନ ସମସ୍ତଙ୍କୁ ଆମନ୍ତ୍ରଣ କରି ଆଲୋଚନା ହେଲା। ବୋହୂର ସ୍ବର କମିଯାଇଥାଏ। ଛାଡ଼ପତ୍ରର ମୋହଭଙ୍ଗ ହୋଇସାରିଥିଲା ତା’ର। ଶାଶୁ ସବୁ କାମ କରିବି ବୋଲି ପ୍ରତିଶ୍ରୁତି ଦେବା ସତ୍ତ୍ୱେ କିନ୍ତୁ ଶେଷରେ ବୋହୂ ଗୋଟେ ଜିଦି କଲା – ମୁଁ ସେ ଘରକୁ ଯାଇ ରହିବି ଗୋଟେ ସର୍ତ୍ତରେ। ସର୍ତ୍ତ ହେଲା ଶାଶୁ ରହିଲେ ସେ ଘରେ ରହିବିନି। ତା’ର କଥା ସରି ନ ଥାଏ ସମସ୍ତଙ୍କୁ ଚମକେଇ ବୁଢ଼ୀ ମାଆ ବିଚାରପତିକୁ କହିଲେ – ହଉ ବାବୁ ! ପୁଅ ବୋହୂ ରୁହନ୍ତୁ ଏକାଠି। ସୁଖରେ ରୁହନ୍ତୁ। ମୁଁ ନ ହେଲେ ରହିବିନି। ମାତୃତ୍ୱର ଚରମ ପରାକାଷ୍ଠା ଦେଖି ଚକିତ ହୋଇଗଲେ ବିଚାରପତି ଓ ଅନ୍ୟମାନେ। ବିଚଳିତ ହୋଇ ବିଚାରପତି ପଚାରିଲେ – ଏ ବୟସରେ କୋଉଠି ରହିବ! ବୁଢ଼ୀ ମାଆ କହିଲେ – ବାବୁ ପୁଅ ବୋହୂ ଖୁସିରେ ରହିଲେ ହେଲା। ମୋର କ’ଣ ଅଛି ପୁରୀ ପଳେଇବି ! ସ୍ତ୍ରୀର ସବୁ ସର୍ତ୍ତକୁ ଏତେବେଳେ ଯାଏ ମୁଣ୍ଡପାତି ହଁ ହଁ ମାରି ଚାଲିଥିବା ପୁଅର ମତାମତ ଲୋଡିବାରୁ ପୁଅ ଉତ୍ତର ଆହୁରି ନିର୍ବାକ କରିଦେଲା ସମସ୍ତଙ୍କୁ। ପୁରୀରେ ଘରଭଡ଼ା ବାହାର କରି ମାଆର ସେଠି ରହିବା ସମସ୍ତ ଖର୍ଚ୍ଚ ବହନ କରିବି ବୋଲି କହିବା ପରେ ସମସ୍ତଙ୍କ ହୃଦୟ ମନ୍ଥି ହୋଇଗଲା। ବିବଶ ବିଚାରପତିଙ୍କ ନିକଟରେ କିଛି ଚାରା ନ ଥିଲା ଆଉ। ଗୋଟେ ଘର ବସେଇବା ଲାଗି ବାଧ୍ୟ ହୋଇ ବୋହୂକୁ କହିଲେ – ପୁଅ ଓ ମାଆ ଭିତରେ ତୁମେ ପାଚେରି ଟାଣି ପାରିବନି କେବେ। ମାଆ ଯେବେ ଚାହିଁବେ ଆସି ପୁଅକୁ ଦେଖିପାରିିବେ। ଆଉ ପୁଅ ବି ମାଆକୁ ଦେଖା କରିବାକୁ ନିୟମିତ ବ୍ୟବଧାନରେ ଯିବା ବାଧ୍ୟ। ବୁଢ଼ୀ ମାଆର ଅସୁବିଧା ହେଲେ ପୁଅ ବୋହୂ ଉଭୟେ ଦାୟୀ ରହିବେ। ଉଭୟପକ୍ଷର ରାଜିନାମା ସରିବା ପରେ ଅତ୍ୟନ୍ତ ନିର୍ମାୟା ବୁଢ଼ୀ ମାଆ କହିଲେ – ବାବୁରେ ମୋତେ ପୁରୀ ବସରେ ବସେଇ ଦେ ! ଏଥର ସମସ୍ତଙ୍କ ଆଖିରେ ଝରୁଥିଲା ଲୁହ। କେବଳ ବୋହୂ ଆଖିରେ ଝଲସୁଥିଲା ବିଜୟର ପୁଲକ। ଏଇ ତମାମ ପ୍ରସଙ୍ଗ ଦେଖିଲା ପରେ ହୁଏତ ଆମେ କହିପାରିବା ସବୁ ଶାଶୁମାନେ ପର ଘର ଝିଅକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତିନି। ନିର୍ଯାତନା ଦେଇ ସୁଖ ପାଆନ୍ତିନି। ଯୁଗେ ଯୁଗେ ଆମ ସମାଜ ଶାଶୁ ଚରିତ୍ରକୁ କଦର୍ଯ୍ୟ ସ୍ଥିତିରେ ରଖି ଆସିଛି। କିନ୍ତୁ ଶାଶୁ ଭିତରେ ବି ଖାଣ୍ଟି ମାଆମାନେ ରହିଥାନ୍ତି। ଆବଶ୍ୟକ ପଡ଼ିଲେ ପିଲାମାନଙ୍କ ପାଇଁ ସବୁ କିଛି ତ୍ୟାଗ କରିବାକୁ ପଛାନ୍ତି ନାହିଁ। କାରଣ ମାଆର ବିକଳ୍ପ ହିଁ ନାହିଁ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ -୯୪୩୭୯୦୯୬୭୧


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

କରୋନା କାଳର ଆର୍ଥିକ ପରିଚାଳନା

ଡ. ଅମରେନ୍ଦ୍ର ଦାସ ବିଶ୍ୱକୁ କରୋନା କବଳିତ କରିବା ପୂର୍ବରୁ ଆମ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫେବୃୟାରୀ ୧୮, ୨୦୨୦ରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ...

ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ

ଡ.ମୌସୁମୀ ପରିଡ଼ା ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ ବା ହେବା ଉଚିତ ନୁହେଁ। କାରଣ ଆମେ ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଓ ଶାରୀରିକ ଭାବେ...

ଏଇ ଭାରତରେ

ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍‌ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...

ଅଫିମ ହୋଇଛି ଧର୍ମ

ଡ. ଛାୟାକାନ୍ତ ଷଡ଼ଙ୍ଗୀ କାର୍ଲ ମାର୍କ୍ସ ପ୍ରଚଳିତ ଧର୍ମକୁ ଅଫିମ ବୋଲି କହିଛନ୍ତି। ସେ ଜଣେ ୟୁରୋପୀୟ ହୋଇଥିବାରୁ ଖ୍ରୀଷ୍ଟଧର୍ମକୁ ହିଁ ଆଲୋଚନାର ଭୂମି ରୂପେ...

ସହନଶୀଳତା ଆବଶ୍ୟକ

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳଠାରୁ ଏବେ ସେଠାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଚାଲିଥିବା ଟଣାଓଟରା ଏକ ରୋଚକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗ...

ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ।...

କରୋନା ଭୂତାଣୁ କ’ଣ ଚାଇନାରେ ତିଆରି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍‌-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ...

ଫୁଲ ଚୋରି

ରୁଦ୍ର ପ୍ରସନ୍ନ ରଥ   ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କରୋନା କୁଟିର
Next Post Next post:
ଏଇ ଭାରତରେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts