ଲଣ୍ଡନ,୫।୬: ଚାମ୍ପିୟନ୍ସ ଲିଗ୍ ଟାଇଟଲ ହାସଲ କରିବା ପରେ ଚେଲସି କୋଚ୍ ଥୋମାସ ଟୁଚେଲଙ୍କୁ ପୁରସ୍କୃତ କରିଛି। ଚେଲ୍ସି ଶୁକ୍ରବାର ଟୁଚେଲଙ୍କ କାର୍ଯ୍ୟକାଳ ୨୦୨୪କୁ ବୃଦ୍ଧି କରିଛି। ଜର୍ମାନୀର ଟୁଚେଲ ଗତ ଜାନୁୟାରୀରେ ଦଳରେ ଯୋଗ ଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ଚେଲସି ଦମ୍ଦାର ପ୍ରଦର୍ଶନ କରିଥିଲା ଓ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଥିଲା। ଗତ ସପ୍ତାହରେ ଚେଲସି ପୋର୍ଟୋରେ ଫାଇନାଲରେ ମାଞ୍ଚେଷ୍ଟର ସିଟିକୁ ହରାଇ ଚାମ୍ପିୟନ୍ସ ଲିଗ୍ ଟାଇଟଲ ଜିତିଥିଲା। ୪୭ ବର୍ଷୀୟ ଟୁଚେଲଙ୍କୁ ୧୮ ମାସ ପାଇଁ ଦାୟିତ୍ୱ ଦିଆଯାଇଥିଲା। ତେବେ ଚାମ୍ପିୟନ୍ସ ଲିଗ୍ ବିଜୟ ପରେ ତାଙ୍କ ଚୁକ୍ତିକୁ ବୃଦ୍ଧି କରାଯାଇଛି। ତାଙ୍କ ତତ୍ତ୍ୱାବଧାନରେ ଚେଲସି ୩୦ଟି ମ୍ୟାଚ୍ ଖେଳିଛି ଓ ସେଥିମଧ୍ୟରୁ ମାତ୍ର ୫ଟି ମ୍ୟାଚ୍ରେ ପରାସ୍ତ ହୋଇଛି। କାର୍ଯ୍ୟକାଳ ବୃଦ୍ଧି ହୋଇଥିବାରୁ ଟୁଚେଲ ଖୁସି ଜାହିର କରିଛନ୍ତି।
ଟ୍ରାନ୍ସଜେଣ୍ଡର ହୁବାର୍ଡଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍ ଡିଭିଜନ...
ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମୁକାବିଲା: ବର୍ଷା ଯୋଗୁ ହେବ ନାହିଁ ପ୍ରଥମ ଅଧିବେଶନର ଖେଳ
ସାଉଥାମ୍ପଟନ,୧୮।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ର ପ୍ରଥମ ଅଧିବେଶନରେ କୌଣସି ଖେଳ ହେବନାହିଁ।...
ବ୍ୟାଟିଂ କୋଚ୍ ପଦବୀ ଛାଡ଼ିଲେ ୟୁନିସ ଖାଁ
କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ...
ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସ ଖେଳିବେନି ନାଡାଲ
ମାଡ୍ରିଡ୍, ୧୮ା୬ (ଏପି)-ସ୍ବାସ୍ଥ୍ୟଗତ କାରଣ ଦୃଷ୍ଟିରୁ କ୍ଲେ-କୋର୍ଟ ରାଜା ରାଫାଲ ନାଡାଲ ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ନାଡାଲ ଗତ ମାସରେ...
କୋଭିଡ୍-୧୯ : ଭାରତ ପାଇଁ ପାଣ୍ଠି ଯୋଗାଡ଼ କରିବେ ଅଷ୍ଟ୍ରେଲୀୟ କ୍ରିକେଟର
ସିଡ୍ନୀ,୩।୬(ପି.ଟି.): କୋଭିଡ୍- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ...
କୋପା ଆମେରିକା: ଆୟୋଜନ ନେଇ ବ୍ରାଜିଲ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଜି
ସାଓ ପାଓଲୋ,୧୦।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ବିବାଦ ଦେଖାଦେଇଥିବା ବେଳେ ବ୍ରାଜିଲ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଗୁରୁବାର ଅନ୍ତିମ ନିଷ୍ପତ୍ତି ନେବେ।...
ଆଇସିୟୁରେ ଭର୍ତ୍ତି ହେଲେ ମିଲ୍ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...
ନୋଭାକ୍ ଜୋକୋଭିଚ୍ ଚାମ୍ପିୟନ
ପ୍ୟାରିସ, ୧୪।୬-ସର୍ବିୟାର ନୋଭାକ୍ ଜୋକୋଭିଚ୍ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ...


