ଲଣ୍ଡନ,୫।୬: ଚାମ୍ପିୟନ୍ସ ଲିଗ୍ ଟାଇଟଲ ହାସଲ କରିବା ପରେ ଚେଲସି କୋଚ୍ ଥୋମାସ ଟୁଚେଲଙ୍କୁ ପୁରସ୍କୃତ କରିଛି। ଚେଲ୍ସି ଶୁକ୍ରବାର ଟୁଚେଲଙ୍କ କାର୍ଯ୍ୟକାଳ ୨୦୨୪କୁ ବୃଦ୍ଧି କରିଛି। ଜର୍ମାନୀର ଟୁଚେଲ ଗତ ଜାନୁୟାରୀରେ ଦଳରେ ଯୋଗ ଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ଚେଲସି ଦମ୍ଦାର ପ୍ରଦର୍ଶନ କରିଥିଲା ଓ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଥିଲା। ଗତ ସପ୍ତାହରେ ଚେଲସି ପୋର୍ଟୋରେ ଫାଇନାଲରେ ମାଞ୍ଚେଷ୍ଟର ସିଟିକୁ ହରାଇ ଚାମ୍ପିୟନ୍ସ ଲିଗ୍ ଟାଇଟଲ ଜିତିଥିଲା। ୪୭ ବର୍ଷୀୟ ଟୁଚେଲଙ୍କୁ ୧୮ ମାସ ପାଇଁ ଦାୟିତ୍ୱ ଦିଆଯାଇଥିଲା। ତେବେ ଚାମ୍ପିୟନ୍ସ ଲିଗ୍ ବିଜୟ ପରେ ତାଙ୍କ ଚୁକ୍ତିକୁ ବୃଦ୍ଧି କରାଯାଇଛି। ତାଙ୍କ ତତ୍ତ୍ୱାବଧାନରେ ଚେଲସି ୩୦ଟି ମ୍ୟାଚ୍ ଖେଳିଛି ଓ ସେଥିମଧ୍ୟରୁ ମାତ୍ର ୫ଟି ମ୍ୟାଚ୍ରେ ପରାସ୍ତ ହୋଇଛି। କାର୍ଯ୍ୟକାଳ ବୃଦ୍ଧି ହୋଇଥିବାରୁ ଟୁଚେଲ ଖୁସି ଜାହିର କରିଛନ୍ତି।
ଡେବ୍ୟୁ ମ୍ୟାଚ୍ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍: ଏବେ ବି ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା...
ଡବ୍ଲ୍ୟଟିସି ପୂର୍ବରୁ ଭାରତକୁ ଶକ୍ତ ଧକ୍କା
ସାଉଥାମ୍ପଟନ,୧୩।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ର ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ବିରାଟ...
ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍ ପୂର୍ବରୁ ଆଇସିସିର ବଡ଼ ଘୋଷଣା
ଦୁବାଇ,୮।୬: ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ଏଥି...
ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ
ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍ର...
ଆଧୁନିକ କ୍ରିକେଟରେ କେଉଁ ଖେଳାଳିଙ୍କ ଭଳି ବ୍ୟାଟିଂ କରିବାକୁ ଚାହାନ୍ତି ପ୍ରଶ୍ନରେ ଏଭଳି କହିଲେ ଗାଭାସ୍କର; ଚକିତ କଲା ନାମ…
ନୂଆଦିଲ୍ଲୀ,୩।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଟି୨୦ କ୍ରିକେଟର ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ତାଙ୍କ ସମୟର ଅନେକ ଖେଳାଳି...
ବେଲ୍ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ
ବେଲ୍ଗ୍ରେଡ, ୨୧ା୬ (ପି.ଟି.)-ବେଲ୍ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...
ଫ୍ରେଞ୍ଚ୍ ଓପନ୍ରୁ ଓହରିବା ମାମଲା: କ୍ରୀଡ଼ାର ନୂଆ ସୋପାନରେ ଓସାକା
ପ୍ୟାରିସ୍,୩।୬(ଏପି): କ୍ରୀଡ଼ାରେ ଇଞ୍ଜୁରି ନେଇ ଆଥ୍ଲେଟମାନେ ଖୋଲାଖୋଲି ନିଜର ମତ ରଖିଥାନ୍ତି। ତେବେ ମାନସିକ ସ୍ବାସ୍ଥ୍ୟ ନେଇ କେହି ଆଥ୍ଲେଟ କୌଣସି ଇଭେଣ୍ଟରୁ ଓହରିବା ସମ୍ପୂର୍ଣ୍ଣ...
‘ଟିଭିରେ ସଚିନଙ୍କୁ ଦେଖି ଶିଖିଥିଲି ଷ୍ଟ୍ରେଟ୍ ଡ୍ରାଇଭ୍’
ନୂଆଦିଲ୍ଲୀ,୯।୬ : ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସିଗନେଚର ଷ୍ଟ୍ରେଟ୍ ଡ୍ରାଇଭ ଓ ବ୍ୟାକଫୁଟ ପଞ୍ଚ ଟିଭିରେ ଦେଖି ଶିଖିଥିଲେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର...


