କୁଇବା, ୨୩।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଗ୍ରୁପ୍ ଏ’ରେ ଖେଳାଯାଇଥିବା ମ୍ୟାଚ୍ରେ ଚିଲି ଓ ଲୁଇସ ସୁଆରେଜଙ୍କ ଉରୁଗୁଏ ଦଳ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ ଏରିନା ପଣ୍ଟାନାଲରେ ମଙ୍ଗଳବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଏଥିସହ ଉରୁଗଏ ପଏଣ୍ଟ ତାଲିକାରେ ଖାତା ଖୋଲିଛି। ୨ଟି ଲେଖାଏ ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ଡ୍ର ଓ ପରାଜୟ ସହ ୧ ପଏଣ୍ଟ ହାସଲ କରି ଉରୁଗୁଏ ଗ୍ରୁପ ଏ’ରେ ଚତୁର୍ଥ ସ୍ଥାନରେ ରହିଛି। ଏବେ ଗ୍ରୁପ୍ ଏ’ରେ ଚିଲି ୩ ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହ ଚିଲି ନକ୍ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ମ୍ୟାଚ୍ରେ ଉରୁଗୁଏ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା।
ଚିଲି ତରଫରୁ ୨୬ତମ ମିନିଟ୍ରେ ଏଡୁଆର୍ଡୋ ଭାର୍ଗାସ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ଚିଲିର ଅର୍ଟୁରୋ ଭିଡାଲଙ୍କ ଦ୍ୱାରା ଏକ ଆତ୍ମଘାତୀ ଗୋଲ ସ୍କୋର ହୋଇଥିଲା। ଫଳରେ ମ୍ୟାଚ୍ ଡ୍ର ରହିଥିଲା। ଚିଲି ଗୋଲକିପର କ୍ଲାଉଡିଓ ବ୍ରାଭୋ ପ୍ରଥମ ୧୦ ମିନିଟ୍ରେ ଦୁଇଟି ଗୋଲରୁ ଦଳକୁ ରକ୍ଷା କରିଥିଲେ। ଏହି ଦୁଇଟି ଶଟ୍ ଉରୁଗୁଏର ଜିଓରଜିଆନ ଡି ଆରାସ୍କାଟ ମାରିଥିଲେ। ଉରୁଗୁଏ ଏବେ ତା’ର ତୃତୀୟ ମ୍ୟାଚ୍ରେ ଗୁରୁବାର ବଲିଭିଆକୁ ଭେଟିବ। ସେହିପରି ଗ୍ରୁପ୍ ପର୍ଯ୍ୟାୟରେ ଚିଲି ତା’ର ଅନ୍ତିମ ମ୍ୟାଚ୍ରେ ପାରାଗୁଏକୁ ଭେଟିବ।
ସ୍ବଭାବରେ ବହୁତ ରାଗି ଥିଲେ ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରି ଦେଇଥିଲେ ଝଗଡ଼ା
ନୂଆଦିଲ୍ଲୀ,୪।୬: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍ ନେଇଥିବା ଖେଳାଳି ତାଲିକାରେ ତୃତୀୟ...
ପୃଥ୍ବୀ ଶ’ଙ୍କ ବେଡ୍ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ
ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...
ରାଣୀ ଅଧିନାୟିକା, ଦୀପ୍ଗ୍ରେସ୍ ଓ ସବିତା ଉପଅଧିନାୟିକା
ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର...
ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ
ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି।...
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ଟୋକିଓ ଅଲିମ୍ପିକ୍ସ ମହିଳା ହକି ଦଳ:ଓଡ଼ିଶାରୁ କେବଳ ଦୀପ୍ ଗ୍ରେସ
ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)-ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥର ଦଳରେ ମାତ୍ର ଜଣେ ଓଡ଼ିଆ...
ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟ୍କା
ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ଡ୍ର ଥିଲା ଏବଂ ଦ୍ୱିତୀୟ...
ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍ ଖେଳାଳି ଝାଙ୍ଗ୍ ଝିଝେନ୍
ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍ ଝିଝେନ୍ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ...


