ନୂଆଦିଲ୍ଲୀ, ୪।୬: ଭାରତୀୟ ନୌସେନା ପାଇଁ ୬ଟି ପାରମ୍ପରିକ ବୁଡ଼ାଜାହାଜ ନିର୍ମାଣ ନିମନ୍ତେ ଏକ ମେଗା ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପରେ ୪୩,୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ଚାଇନା ସାମୁଦ୍ରିକ ଶକ୍ତି ବୃଦ୍ଧି କରିଥିବାରୁ ଭାରତୀୟ ନୌସେନାର ଶକ୍ତି ବଢ଼ାଇବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଦେଶରୁ ପ୍ରତିରକ୍ଷା ସାମଗ୍ରୀ ଆମଦାନି ହ୍ରାସ କରିବା ଲାଗି ଅତ୍ୟାଧୁନିକ ସାମରିକ ପ୍ଲାଟଫର୍ମ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିରେ ଘରୋଇ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ଏବଂ ପ୍ରମୁଖ ବିଦେଶୀ ପ୍ରତିରକ୍ଷା କମ୍ପାନୀ ଏକତ୍ର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ସାମଗ୍ରୀ ପ୍ରାପ୍ତି ପରିଷଦ (ଡିଏସି) ବୈଠକରେ ‘ପି-୭୫ ଇଣ୍ଡିଆ’ ନାମରେ ଉକ୍ତ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ
ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର...
ନୂଆ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର: ଭିଟାମିନ୍ ଟ୍ୟାବଲେଟ୍-ଷ୍ଟିମ୍ ନେବାକୁ ମନା …
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି।...
ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
୩ ହେଲିକପ୍ଟର ନେଇ ସହରରେ ପହଞ୍ଚିଲେ ରଦ୍ଦିଓ୍ବାଲା: ଆଉ ତା’ପରେ…
ଚଣ୍ଡିଗଡ଼,୨୩।୬: ପଞ୍ଜାବ ମନସାର ଜଣେ ରଦ୍ଦିଓ୍ବାଲା ଭାରତୀୟ ସେନାଠାରୁ ୬ ଗ୍ରାଉଣ୍ଡେଡ୍ ହେଲିକପ୍ଟର କ୍ରୟ କରିଛନ୍ତି। ଯାହାକୁ ଦେଖିବା ପାଇଁ ସହରରେ ପ୍ରବଳ ଭିଡ଼ ଜମିଥିବା...
ବିପଦ ଉପରେ ପୁଣି ନୂଆ ବିପଦ: ୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର…
ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ମାଡ଼ି ଆସୁଥିବା ନେଇ ଏମ୍ସ୍ ପକ୍ଷରୁ ସୂଚନା ଦିଆଯାଇଛି।...
ଗଞ୍ଜେଇରେ ପ୍ରସ୍ତୁତ ହେଉଥିଲା କେକ୍
ମୁମ୍ବାଇ,୧୩।୬: ମୁମ୍ବାଇର ଏକ କେକ୍ ବେକିଂ ବେକେରୀରେ ପ୍ରସ୍ତୁତ ହେଉଥିଲା ଗଞ୍ଜେଇ ମିଶ୍ରିତ କେକ୍। ଖବର ପାଇ ଶନିବାର ରାତିରେ ଚଢ଼ାଉ କରିଥିଲା ନାର୍କୋଟିକ କଣ୍ଟ୍ରୋଲ...
୨ ମାସରେ ୧୬ ଜଣଙ୍କୁ ମାରିଲାଣି ଦନ୍ତା
ନୂଆଦିଲ୍ଲୀ,୨୪।୬: ହାତୀ ପଲରୁ ବିତାଡ଼ିତ ହେବା ପରେ ଏକ ଦନ୍ତା ଝାଡ଼ଖଣ୍ଡର ସନ୍ଥାଳ ପରଗାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗତ ଦୁଇ ମାସ ମଧ୍ୟରେ...
ଉହାନ୍ ଲ୍ୟାବ୍ରୁ ଜାଣିଶୁଣି ଲିକ୍ କରାଯାଇଛି କରୋନା ଭୂତାଣୁ: ଭାରତୀୟ ବୈଜ୍ଞାନିକ ଦମ୍ପତି…
ପୁଣେ,୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ଭୁତାଣୁର ଉତ୍ପତ୍ତି ଚାଇନାର ଉହାନ୍ ଲ୍ୟାବ୍ ଅବା ସମୁଦ୍ରଜାତ ଖାଦ୍ୟପଦାର୍ଥ ବଜାର ସେ ନେଇ...


