ବେଙ୍ଗାଲୁରୁ, ୨୩ା୬: ଏକ କମ୍ପାନୀକୁ ବଦନାମ କଲା ଭଳି ମନ୍ତବ୍ୟ ଦେଇଥିବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ୨ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବେ ବୋଲି ବେଙ୍ଗାଲୁରୁର ଏକ କୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଦେବେଗୌଡ଼ା ୨୦୧୧ରେ ଏକ ଟେଲିଭିଜନକୁ ସାକ୍ଷାତକାର ଦେଇ ନନ୍ଦି ଇନ୍ଫ୍ରାଷ୍ଟ୍ରକଚର କରିଡର ଏଣ୍ଟରପ୍ରାଇଜେସ୍ (ଏନ୍ଆଇସିଇ) କମ୍ପାନୀ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଏନ୍ଆଇସିଇ ଏବେ ଏକ ମେଗା ଇଣ୍ଟିଗ୍ରେଟେଡ ପ୍ରୋଜେକ୍ଟ ଅଧୀନରେ ହେଉଥିବା ବେଙ୍ଗାଲୁରୁ-ମହୀଶୂର ଇନ୍ଫ୍ରାଷ୍ଟ୍ରକଚର କରିଡର ପ୍ରକଳ୍ପ କାମ କରୁଛି। ଏହି ପ୍ରକଳ୍ପ ଭାରତର ସବୁଠାରୁ ବଡ଼ ବିଲ୍ଡ-ଓନ୍-ଅପରେଟ୍-ଟ୍ରାନ୍ସଫର(ବିଓଓଟି) ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ। କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ଦେବେଗୌଡ଼ା ଏକ କନ୍ନଡ଼ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏନ୍ଆଇସିଇ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଅଶୋକ ଖିନେଙ୍କ ବିରୋଧରେ ତଥ୍ୟବିହୀନ ମନ୍ତବ୍ୟ ରଖିଥିଲେ। ବିଓଓଟି ପ୍ରୋଜେକ୍ଟକୁ ‘ଲୁଟ୍ ପ୍ରୋଜେକ୍ଟ’ ବୋଲି କହିବା ସହ ଖିନେଙ୍କୁ ଜମି ମାଫିଆ ବୋଲି ସେ ଦର୍ଶାଇଥିଲେ। ଏ ବାବଦରେ କମ୍ପାନୀ ମାନହାନି ମକଦ୍ଦମା କରିବା ସହ କୋର୍ଟରେ ୧୦ କୋଟି ଟଙ୍କା କ୍ଷତିପୂରଣ ମାଗିଥିଲା।
‘ଯଦି ମହଙ୍ଗା ହେଉଛି ଖାଇବା-ପିଇବା, ପେଟ୍ରୋଲ ପକାଇବା ଛାଡିଦିଅନ୍ତୁ’
ରାୟପୁର,୪।୬: ଛତିଶଗଡର ପୂର୍ବତନ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମହଙ୍ଗା ବଢିଯାଇଛି ବୋଲି କହୁଛନ୍ତି,...
ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…
ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...
ରାଜ୍ୟପାଳଙ୍କୁ ‘ଅଙ୍କଲ ଜୀ’ କହିଲେ ଟିଏମ୍ସି ଏମ୍ପି
ନୂଆଦିଲ୍ଲୀ,୬।୬ : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଟୁଇଟ୍ କରି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ ରାଜ୍ୟପାଳ ଜଗଦୀପ ଧାଙ୍କର।...
ଦିଗ୍ବିଜୟ-ପି.ସି ଶର୍ମା ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ
ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ଶୁକ୍ରବାର...
ନୂଆ ଭାରିଆଣ୍ଟ୍ ଦ୍ୱାରା ୩ ପ୍ରତିଶତ ଶିଶୁ ହେବେ ଗୁରୁତର: ନୀତି ଆୟୋଗ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ...
୫ ଥର ବିବାହ କରି ବି ୩୨ ଯୁବତୀଙ୍କ ସହ ଚାଲିଥିଲା ଚାଟ୍, ଏମିତି ପଡ଼ିଲେ ଧରା, ଆଉ ତା’ ପରେ…
ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ...


