ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆ ଆଜି ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୮ ଜୁନ ୧୯୫୭ରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୁନିଭାଇ କାପାଡିଆଙ୍କୁ ଫିଲ୍ମ ଷ୍ଟାରମାନଙ୍କ ମଧ୍ୟରେ ସମୟ ବିତାଉଥିଲେ। ସେ ପ୍ରାୟତଃ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନଙ୍କୁ ପାର୍ଟି ଦେଉଥିଲେ। ଏହିପରି ଏକ ପାର୍ଟିରେ ରାଜ କପୁର ଡିମ୍ପଲ କାପାଡିଆଙ୍କୁ ଦେଖି ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ମନସ୍ଥ କରିଥିଲେ। ପରେ ରାଜ କପୁର ତାଙ୍କ ପୁଅ ରିଷି କପୁରଙ୍କ ସହ ଡିମ୍ପଲ କାପାଡିଆଙ୍କୁ ବଲିଉଡ୍ ଡେବ୍ୟୁ କରିବାକୁ ସୁଯୋଗ ଦେଇଥିଲେ। ସେତେବେଳେ ଡିମ୍ପଲଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ଏବଂ ରାଜେଶ ଖାନ୍ନା ସେହି ଯୁଗର ସୁପରଷ୍ଟାର ଥିଲେ। ଫିଲ୍ମ ବବି (୧୯୭୩) ରିଲିଜ ପୂର୍ବରୁ ଡିମ୍ପଲ ରାଜେଶ ଖାନ୍ନାଙ୍କୁ ଭେଟି ସାରିଥିଲେ। ସେମାନଙ୍କର ସାକ୍ଷାତ ଶୀଘ୍ର ବନ୍ଧୁତ୍ୱରେ ପରିଣତ ହେଲା। ଧୀରେ ଧୀରେ, ସେମାନଙ୍କ ମଧ୍ୟରେ ପ୍ରେମ ବ ସମ୍ପର୍କ ବଢିବାକୁ ଲାଗିଲା।
ରାଜେଶ ଏବଂ ଡିମ୍ପଲଙ୍କ ପ୍ରେମ ବିଷୟରେ ସବୁଆଡେ ଚର୍ଚ୍ଚା ହେଲା। ରାଜେଶ ଖାନ୍ନା ଥରେ ଡିମ୍ପଲଙ୍କୁ ସମୁଦ୍ର କୂଳକୁ ନେଇ ସେଠାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଡିମ୍ପଲ ତାଙ୍କ ପ୍ରେମରେ ଏବେ ବୁଡି ଯାଇଥିଲେ ଯେ ଆଉ ବିଳମ୍ବ ନ କରି ବିବାହକୁ ହଁ କହିଦେଇଥିଲେ। ରାଜେଶ ଖାନ୍ନା ତାଙ୍କଠାରୁ ୧୫ ବର୍ଷ ବଡ ହୋଇଥିବା କଥା ସେ ମନରେ ଚିନ୍ତା କରି ନ ଥିଲେ।
ରାଜେଶ ଖାନ୍ନା ଚାହୁଁ ନ ଥିଲେ ଯେ ଡିମ୍ପଲ ବିବାହ ପରେ ଫିଲ୍ମରେ କାମ କରନ୍ତୁ। ତେଣୁ ବିବାହ ପରେ ସେ ଡିମ୍ପଲଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ଆଉ ଫିଲ୍ମରେ କାମ କରିବେ ନାହିଁ। କିନ୍ତୁ ଡିମ୍ପଲ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଆରମ୍ଭ ହେଲା। ଏହାପରେ ଡିମ୍ପଲ ରାଜେଶ ଖାନ୍ନାଙ୍କ ଘରୁ ଛାଡି ଦେଇଥିଲେ ଏବଂ ଅନେକ ସୁପରହିଟ୍ ଚଳଚ୍ଚିତ୍ରର ଅଂଶବିଶେଷ ହୋଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.