ବମ୍ବେ: କିଏ ସତ କହୁଛି ଆଉ କିଏ ମିଛ। କିଛି ଜଣାପଡ଼ୁନାହିଁ। ଏପରିସ୍ଥଳେ ଦିନକୁ ଦିନ ନୂଆ ନୂଆ ବିବାଦ ମୁଣ୍ଡ ଟେକୁଛି। ଆମେ କଥା ହେଉଛି ଅଭିନେତ୍ରୀ ନିଶା ରାଓ୍ବଲ ଏବଂ ତାଙ୍କ ସ୍ବାମୀ ତଥା ଅଭିନେତା କରନ୍ ମେହେରାଙ୍କ ବିଷୟରେ। ଉଭୟଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିବା ବେଳେ ଜଣଙ୍କ ପରେ ଜଣେ ଅଭିନେତା ସମର୍ଥନରେ ବାହାରୁଛନ୍ତି। ଏବେ ରାମାୟଣ ଧାରାବାହିକର ସୀତା ଓରଫ ଦୀପିକା ଚିଖିଲା ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।
ଦୀପିକା ନିଶାଙ୍କ ଫଟୋ ଦେଖିଥିଲେ। ଏଥିରେ ନିଶାଙ୍କ ମୁହଁରେ ଆଘାତ ଲାଗିଥିବା ବେଳେ ରକ୍ତ ବୋହୁଥିବା ନଜର ଆସିଥିଲା। ଏହି ଆଘାତରୁ ତାଙ୍କୁ ସ୍ବାମୀ କରନ୍ ମାରିଥିବା ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି। ହେଲେ ପ୍ରଥମେ ଯେତେବେଳେ କରନ୍ ନିଶାଙ୍କୁ ହାତ ଉଠାଇଥିଲେ ସେତେବେଳେ ତାଙ୍କୁ ଆଗକୁ ଆସିବାର ଥିଲା। ଯଦି ସମୟ ଥାଉ ଥାଉ ସେ ଏଭଳି କରିଦେଇଥାନ୍ତେ ତେବେ ଆଜି ଏଭଳି ଘଟଣା ଘଟି ନ ଥାନ୍ତା। ମୋ ମତରେ ମହିଳାଙ୍କୁ ଅତ୍ୟାଚାର ସହିବା ଉଚିତ ନୁହେଁ। ତାଙ୍କ ସହ କିଛି ଦୁର୍ବବ୍ୟହାର କରାଗଲେ ସ୍ବର ଉଠାଇବା ଉଚିତ ବୋଲି ସେ କହିଛନ୍ତି। ଏହାଛଡ଼ା ନିଶା ଜଣେ ସୁନ୍ଦର ଏବଂ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ। ସମାଜ ଭୟରେ ସେ ଏଭଳି କରିଥାଇପାରନ୍ତି। ଝିଅମାନଙ୍କୁ ମନରୁ ଡର ବାହାର କରିଦେବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.