କୋଞ୍ଜୋ ଏକ କୁନି କୁକୁର। କଳାରଙ୍ଗର ଏଇ କୁକୁରଟି ଅଧା ପାପିଲନ୍, ଚାରିଭାଗରୁ ଏକ ଭାଗ ଜ୍ୟାକ୍ ରଶେଲ୍ ଟେରିଏର୍ ଏବଂ ଅନ୍ୟ ଚାରିଭାଗରୁ ଏକ ଭାଗ ଚିହୁଆହୁଆ ପ୍ରଜାତିର । ଏକ ମିଶ୍ରଣ ପ୍ରଜାତିର ଏହି କୁକୁରଟି ବେଶ୍ ଛୋଟ, ହେଲେ ନିଜ ନାମକୁ ସେ ଗିନିଜ ଓ୍ବାର୍ଲଡ ରେକର୍ଡସରେ ସ୍ଥାନିତ କରିପାରିଛି। ୨୦୧୪, ଡିସେମ୍ବର ୨୨ ତାରିଖ କାଲିଫର୍ନିଆର ଟସ୍କିନ ସ୍ପୋର୍ଟସ୍ ପାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଛ ଦୁଇ ଗୋଡ଼କୁ ଉପରକୁ ଟେକି, ଆଗ ଦୁଇ ଗୋଡ଼ରେ ଦୌଡ଼ି ୫ ମିଟର ଦୂରତାକୁ ୫.୩୭ ସେକେଣ୍ଡରେ ଅତିକ୍ରମ କରି ସେ ରେକର୍ଡ କରିଛି। ଆଉ ମାନ୍ୟତା ପାଇଛି ସବୁଠୁ କମ୍ ସମୟରେ ଆଗ ଗୋଡ଼ରେ ୫ ମିଟର ଦୂରତା ଅତିକ୍ରମ କରିଥିବା କୁକୁରଭାବେ। କୋଞ୍ଜୋର ମାଲିକ ପାଷ୍ଟରନାକ କହନ୍ତି, ‘କୋଞ୍ଜୋ ଛୋଟ ବେଳୁ ଆଗ ଦୁଇ ଗୋଡ଼ରେ ଚାଲିବା ଆରମ୍ଭ କରିଥିଲା। ବୋଧହୁଏ ତା’ର ଛୋଟ ଶରୀର ଲାଗି ସେ ଏତେ ଭଲ ଭାବେ ଏଭଳିଭାବେ ଦୌଡ଼ି ଓ ଚାଲିପାରେ।’
୫ମ ମହାସାଗର ହେଲା ସଦର୍ନ ଓସେନ୍
ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...
ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର
ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...
କରୋନା ମହାମାରୀ ଭୟ ଶୂନ: ଚାଇନାରେ ପାଳନ କରାଯାଉଛି ‘କୁକୁର ମାଂସ ଉତ୍ସବ’; ହଜାର ହଜାର…
ସାରା ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ଏବେ ତୃତୀୟ ଲହର ପାଇଁ ଚେତାବନୀ ଦିଆଯାଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ପହଞ୍ଚାଇବା ପଛରେ...
ପୁଣି ଭାରତକୁ ଫେରିବ ଟିକ୍ଟକ୍ !
ଶର୍ଟ ଭିଡିଓ ଷ୍ଟ୍ରିମିଂ ମୋବାଇଲ ଆପ୍ ‘ଟିକ୍ଟକ୍’ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସୂଚନା ଦେଇଛି ଯେ, ଏହା ନୂତନ ସୋସିଆଲ ମିଡିଆ...
ପୁରୁଷଙ୍କ ଗର୍ଭରେ ଶିଶୁ, ଏପରି କିପରି ହୁଏ, ଜାଣନ୍ତୁ…
ଲଣ୍ଡନ,୮।୬: ମହିଳାଙ୍କ ଗର୍ଭରେ ଶିଶୁ ସୃଷ୍ଟି ପାଇଁ ପ୍ରକୃତି ସମସ୍ତ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି। ତେବେ ପୁରୁଷଙ୍କ ଶରୀରରେ ଏଭଳି ସ୍ଥିତି ସୃଷ୍ଟି...
‘ସେବାରୁ ଆତ୍ମତୃପ୍ତି’
୧୯୯୯ ମସିହା ମହାବାତ୍ୟା ସମୟରେ ସହାୟତାର ହାତ ବଢ଼ାଇଥିଲେ ଦେଶ ବିଦେଶର ବହୁ ସଂସ୍ଥା। ଏଥିରେ ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏଶନ ସହ ସତ୍ସଙ୍ଗ ସାମିଲ ହୋଇଥିଲା।...
୧୦ ଜୁନ୍ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …
ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍ରୁ ସନ୍ଧ୍ୟା ୬ଟା ୪୧...
ବିବାଦରେ ଭାଇରସ୍
ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର । ପୁଣି ତାକୁ ନେଇ ଏବେ ଅସଂଖ୍ୟ ପ୍ରଶ୍ନବାଚୀ…...


