ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍ଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରୁ ସେ ନିଜକୁ ଦୂରେଇ ରଖିବା ଲାଗି ପ୍ରୟାସ କରିଥିଲେ। ଏଥିପାଇଁ ସେ ଲାଞ୍ଚ ଯାଚିଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି। ଏପ୍ରିଲରେ ୧୦୯ କେଜି କାଟେଗୋରିରେ ୟୁରୋପିଆନ ଟାଇଟଲ ଜିତିବା ପରେ ୟୁକ୍ରେନ୍ର ଏହି ଭାରୋତ୍ତୋଳକଙ୍କୁ ଟୋକିଓ ଗେମ୍ସ ପାଇଁ ଜଣେ ପଦକ ଦାବିଦାର ବୋଲି ବିବେଚନା କରାଯାଉଛି। ଏହାଥିଲା ତାଙ୍କ କ୍ୟାରିୟରର ତୃତୀୟ ମହାଦେଶୀୟ ସ୍ବର୍ଣ୍ଣ ପଦକ। ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ ପାଇଁ ଡ୍ରଗ୍ ଟେଷ୍ଟିଂ କାର୍ଯ୍ୟ କରୁଥିବା ଆଇଟିଏର ଅଭିଯୋଗ ଅନୁସାରେ ଚୁମାକ୍ଙ୍କୁ ମେ’ ୬ରେ ଡ୍ରଗ୍ ଟେଷ୍ଟିଂ ସାମ୍ପଲ ପାଇଁ କୁହାଯାଇଥିଲା। ସେ ସାମ୍ପଲ ଦେବାକୁ ମନା କରିବା ସହ ଏହାକୁ ଏଡାଇ ଦେବାକୁ ଚାହିଁଥିଲେ। ଟେଷ୍ଟିଂ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ଡୋପିଂ କଣ୍ଟ୍ରୋଲ ଅଫିସରମାନଙ୍କୁ ସେ ଲାଞ୍ଚ ଯାଚି ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏଥିରୁ ସନ୍ଦେହ କରାଯାଉଛି ଯେ ଚୁମାକ୍ ନିଷିଦ୍ଧ ଦ୍ରବ୍ୟ ସେବନ କରିଛନ୍ତି କିମ୍ବା ଚେଷ୍ଟା କରିଛନ୍ତି। ଏହାଛଡ଼ା ଆଣ୍ଟି ଡୋପିଂ ପ୍ରକ୍ରିୟାରେ ଟ୍ୟାମ୍ପରିଂ କରିବା ଲାଗି ପ୍ରୟାସ କରିଛନ୍ତି। ଏହି ସବୁ ଅଭିଯୋଗରୁ ଶୁଣାଣି ହେଲା ପର୍ଯ୍ୟନ୍ତ ୟୁକ୍ରେନର ଏହି ଭାରୋତ୍ତୋଳକ ସସ୍ପେଣ୍ଡ ରହିବେ। ଏହି ଘଟଣାରେ ତାଙ୍କ କୋଚ୍ ମିଖାଇଲୋ ମାତ୍ସୋଖାଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଦଶନ୍ଧି ଦଶନ୍ଧି ଧରି ଓ୍ବେଟ୍ଲିଫ୍ଟିଂରେ ଷ୍ଟେରଏଡ୍ର ବ୍ୟବହାର ନଜରକୁ ଆସିଛି। ଅଲିମ୍ପିକ୍ସ ଓ କେତେକ ପ୍ରମୁଖ ଇଭେଣ୍ଟରେ ଡୋପିଂ ପାଇଁ କେତେଜଣ ଅଗ୍ରଣୀ ଆଥ୍ଲେଟ୍ ସସ୍ପେଣ୍ଡ ମଧ୍ୟ ହୋଇଛନ୍ତି।
ଚର୍ଚ୍ଚାରେ ଏହି ଯୁବ ଆଫଗାନିସ୍ତାନ କ୍ରିକେଟର: କହିଲେ ‘ଧୋନୀଙ୍କ ଅଧୀନରେ ଖେଳିବା ମୋର ସ୍ବପ୍ନ, ଭବିଷ୍ୟତରେ…’
ନୂଆଦିଲ୍ଲୀ,୧୫।୬: ନିକଟ ଅତୀତରେ ଆଫଗାନିସ୍ତାନର କ୍ରିକେଟରମାନେ ଉଲ୍ଲେଖନୀୟ କ୍ରିକେଟ ଖେଳି ଚର୍ଚ୍ଚାରେ ରହିଥିଲେ। ସେମାନଙ୍କ ମଧ୍ୟରୁ ମୁଜିବ-ଉର-ରହମନ ଏବଂ ରଶିଦ ଖାନ ଭଳି ସ୍ପିନ୍ ବୋଲର୍...
ଭାବୁକ ହେଲେ ସିରାଜ: ସେ ପୁରୁଣା ବାଇକ୍କୁ ସାଇତି ରଖିଛି, ବହୁତ କିଛି ମନେ ପଡିଯାଏ’
ନୂଆଦିଲ୍ଲୀ,୪।୬: ଗତ ବର୍ଷ ଭାରତୀୟ ଟିମ୍ରୁ ଡେବ୍ୟୁ କରିବାର ସୌଭାଗ୍ୟ ପାଇଥିଲେ ଦ୍ରୁତ ବୋଲର୍ ମହମ୍ମଦ ସିରାଜ। ଏବେ ସେ ସଫଳତାର ଗୋଟିଏ ପରେ ଗୋଟିଏ...
‘ମ୍ୟାଚ୍ ପ୍ରାକ୍ଟିସର ଅଭାବ ରୋହିତ, କୋହଲିଙ୍କୁ ବାଧିପାରେ’
ମୁମ୍ବାଇ,୬।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ମ୍ୟାଚ୍ ପ୍ରାକ୍ଟିସର ଅଭାବ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଚିନ୍ତିତ ନୁହନ୍ତି।...
ଉଗାଣ୍ଡା ଅଲିମ୍ପିକ ଟିମ୍ର ଜଣେ ସଦସ୍ୟଙ୍କୁ କରୋନା
ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...
ଜାଡେଜାଙ୍କ ପାଇଁ ଖୁସି ଖବର
ଦୁବାଇ,୨୩।୬: ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବୁଧବାର ମିଳିଛି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା। ପୂର୍ବରୁ ଏହି ତାଲିକାରେ ଶୀର୍ଷରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...
ଭାରତୀୟ ଖେଳାଳିଙ୍କ ହାତରେ ସ୍ବତନ୍ତ୍ର ଆର୍ମବ୍ୟାଣ୍ଡ
ସାଉଥାମ୍ପଟନ,୧୯।୬: ଶୁକ୍ରବାର ରାତିରେ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ପ୍ରାଣ ହରାଇଛନ୍ତି ‘ଫ୍ଲାଇଂ ଶିଖ’ ଭାବେ ଜଣାଶୁଣା ଅଲିମ୍ପିଆନ ମିଲ୍ଖା ସିଂ। ତାଙ୍କୁ ସମ୍ମାନ...
ଆଇପିଏଲ୍ରେ ଦର୍ଶକ ଅନୁମତି ସମ୍ଭାବନା
ନୂଆଦିଲ୍ଲୀ, ୧।୬ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ...
ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...


