ଜଗତ୍ସିଂହପୁର ଅଫିସ,୧୮ା୬: ପ୍ରାକୃତିକ ନାଳ, ଡ୍ରେନ୍କୁ ରୋକାଯାଇପାରିବ ନାହିଁ କି ଗତି ବଦଳା ଯିବନି ବୋଲି ନିୟମ ରହିଛି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ, ଡ୍ରେନ୍ରେ ଯେପରି ଜଳ ନିଷ୍କାସନରେ ବାଧା ନ ଉପୁଜିବ ସେନେଇ ଜଗତ୍ସିଂହପୁର ଜିଲା ପ୍ରଶାସନକୁ ଚିଠି କରିଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ। ଯାହାଦ୍ୱାରା ଜିଲାର ବିଭିନ୍ନ ନାଳ, ଡ୍ରେନ ପ୍ରଭାବଶାଳୀ ବ୍ୟକ୍ତି ଓ ମାଛ ମାଫିଆଙ୍କ ଅବରୋଧ କାରଣରୁ ସମସ୍ୟା ଉପୁଜିଛି ।
ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏ ସଂକ୍ରାନ୍ତୀୟ ଚିଠି ହୋଇଛି। ଏଥିରେ ଉଲ୍ଲେଖ ଅଛି, ଡ୍ରେନ୍ଗୁଡିକର ଯେଉଁସବୁ ସ୍ଥାନରେ ପାଣି ଜମୁଛି ତାହାକୁ ସଫା କରି ଜଳ ନିଷ୍କାସନକୁ ସ୍ବାଭାବିକ କର। ଏଗୁଡିକ ଯେଉଁ ବିଭାଗ ଅଧୀନରେ ଯାଉଛି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଜବରଦଖଲ ଉଚ୍ଛେଦ କରାଯାଉ। ଆବଶ୍ୟକ ପଡିଲେ ପୋଲିସର ସହାୟତା ନିଅ। କିନ୍ତୁ ବିଭାଗୀୟ ନିର୍ଦ୍ଦେଶକୁ ଫୁ କରି ଦେଇଛି ଜଗତ୍ସିଂହପୁର ପୌର ପ୍ରଶାସନ। ପରିଷଦ ଅଞ୍ଚଳ ଦେଇ ଯାଇଥିବା ନାଗପୁର, ପାଣିଶାଳିଆ ଓ ମାଧପୁର ଡ୍ରେନେଜ୍ କଟ୍ ଜବରଦଖଲ ହୋଇଥିଲେ ସୁଦ୍ଧା ଏହାକୁ ମୁକ୍ତ କରାଯାଉନାହିଁ। ପ୍ରଭାବଶାଳୀଙ୍କ ଦଖଲରେ ଡ୍ରେନେଜ୍ କଟ୍ ଥିବାରୁ ପରିଷଦ ବିଭାଗୀୟ ନିର୍ଦ୍ଦେଶକୁ ପାଳନ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି। ବର୍ଷାଦିନ ଆସିଯିବାରୁ ସହରବାସୀଙ୍କ ଏହି ଡ୍ରେନଗୁଡିକୁ ନେଇ ଚିନ୍ତା ବଢିଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକଙ୍କ ଅଭିଯୋଗ ହେଲା, ନାଗପୁର ଡେନ୍ ଜଗତ୍ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଛି। ସେଥିରୁ ୩ କି.ମି. ପୌର ପରିଷଦ ଅଧୀନରେ ଯାଉଛି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ପଡିଛି। ଜଗତ୍ସିଂହପୁର ସହରରେ ଏହି ଡ୍ରେନ୍ର ଓସାର ପାଖାପାଖି ୩୦ ଫୁଟ ହେବ। ହେଲେ ସେଥିରୁ ଅଧିକାଂଶ ଜବରଦଖଲରେ ଥିବାରୁ ଏବେ ଓସାର ମାତ୍ର ୫ରୁ୬ ଫୁଟ ଭିତରେ ରହିଛି। ସେହିପରି ପାଣିଶାଳିଆ ଡ୍ରେନ୍ର ଦୈର୍ଘ୍ୟ ପାଖାପାଖି ୧.୫ କି.ମି. ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ବସ୍ଷ୍ଟାଣ୍ଡ, ଟାଉନ ହଲ୍ ଛକ ଦେଇ ପାଣିଶାଳିଆ ଅମୁହଁାଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ ମଧ୍ୟ ଜବରଦଖଲ ହୋଇଛି। ବିଶେଷକରି ବସଷ୍ଟାଣ୍ଡ, ଟାଉନ ହଲ୍ ଛକ ଆଦି କେତେକ ସ୍ଥାନରେ ଅଧିକ ଜବରଦଖଲ ହୋଇଛି। ମାଧପୁର ଡ୍ରେନର ଲମ୍ବ ପାଖାପାଖି ୨ କି.ମି.। ଏହି ଡ୍ରେନ୍ର କମ ସ୍ଥାନରେ ଜବରଦଖଲ ହୋଇଛି। ଏହିସବୁ ଡ୍ରେନ ଦୀର୍ଘବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା ଉପୁଜିଛି। ନାଗପୁର ଡ୍ରେନଟି ସବୁଠାରୁ ଅଧିକ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଜବରଦଖଲ ସାଙ୍ଗକୁ ବ୍ୟବସାୟୀମାନେ ଏଥିରେ ଆବର୍ଜନା ପକାଉଥିବାରୁ ଦୁର୍ଗନ୍ଧ ହେଉଛି। ପୌର ପରିଷଦ ପକ୍ଷରୁ ମଧ୍ୟ ସଫେଇ କରାଯାଉନାହିଁ। ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ପରିଷଦ ଓ ପ୍ରଶାସନ ପଦକ୍ଷେପ ନେବାକୁ ଆଗପଛ ହେଉଛନ୍ତି।
ଅନ୍ୟପକ୍ଷେ, ବାଲିକୁଦା-ଏରସମା ଅଞ୍ଚଳର ଜଟାଧାର ଓ ହଂସୁଆ ନଦୀର ଶେଷ ମୁଣ୍ଡରେ ମାଛ ମାଫିଆମାନେ ରାଜୁତି ଚଳାଇଛନ୍ତି। ଏ ସମ୍ପର୍କରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଓ ସାମାଜିକ କର୍ମୀ ନିଲୁ ମିତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି, ଏରସମାର ଶେଷ ମୁଣ୍ଡରେ କେତେଜଣ ମାଛ ମାଫିଆ ନଦୀ ଅବରୋଧ କରି ମାଛ ଚାଷ କରୁଛନ୍ତି। ସେମାନେ ନଦୀରେ ବହ୍ଲା ପୋତି ପଲିଥିନ ସାହାଯ୍ୟରେ କାନ୍ଥ ଭଳି ପକାଇଛନ୍ତି। ଏଥିଯୋଗୁ ନଦୀ ସଙ୍କୁଚିତ ହୋଇଛି। ମୁହାଣ ପୋତି ହେବାରେ ଲାଗିଛି। ଯେଉଁ କାରଣରୁ ବର୍ଷା ଜଳ ନିଷ୍କାସିତ ହୋଇପାରୁନାହିଁ। ଏହାଦ୍ୱାରା ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ଫସଲ ନଷ୍ଟ ହେଉଛି। ଦୀର୍ଘବର୍ଷ ଧରି ଏ ସମ୍ପର୍କରେ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ଜଗତ୍ସିଂହପୁର ଜଳ ନିଷ୍କାସନ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ମିଶ୍ରଙ୍କୁ ପଚାରିବାରେ ଜିଲାରେ ଏହି ସମସ୍ୟା ରହିଛି। କିନ୍ତୁ ସେଗୁଡିକର ପ୍ରତିକାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ଚିନ୍ତା କରାଯାଉଛି। ଯେଉଁଠି ଦଳ ଜମି ରହି ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି ସେଠାରେ ସଫା କରାଯାଉଛି ବୋଲି ସେ କହିଛନ୍ତି। ଜଗତ୍ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ପଚାରିବାରୁ ନାଗପୁର ଡ୍ରେନ ସଫା ଚାଲିଛି। ସେ ନୂଆକରି ଯୋଗ ଦେଇଥିବାରୁ ଜବରଦଖଲ ବିଷୟରେ ଅବଗତ ନାହାନ୍ତି। ତେବେ ଏହା ଉପରେ ଚିନ୍ତା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ଜାତୀୟ ସେରୋ ସର୍ଭେରେ ରାୟଗଡ଼ାରୁ ୫୦୦ ନମୁନା ସଂଗ୍ରହ
ରାୟଗଡ଼ା ଅଫିସ/ଗୁଣପୁର,୧୯ା୬: ଗଞ୍ଜାମ, କୋରାପୁଟ ସମେତ ରାୟଗଡ଼ା ଜିଲାରେ ୧୭ ତାରିଖରୁ ୪ର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଆରମ୍ଭ ହୋଇଥିଲା। ରାୟଗଡ଼ା ଜିଲାରେ ଶନିବାର...
ସମୟରେ ପହଞ୍ଚି ବଞ୍ଚାଇଲେ ୪ ନାବାଳକଙ୍କ ଜୀବନ
ଆନନ୍ଦପୁର,୨୩।୬: କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରେ ବୁଧବାର ସକାଳେ ୪ ନାବାଳକ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗ ସମସ୍ତଙ୍କୁ ସୁରକ୍ଷିତ...
ରୟତି ଜମିରୁ ବେଆଇନ ଗଛକଟା
ସମ୍ବଲପୁର,୧୬ା୬(ବ୍ୟୁରୋ):ସମ୍ବଲପୁର ବନଖଣ୍ଡରେ ରୟତି ଜମିରୁ ବେଆଇନ ଭାବେ ଗଛକଟା ଚାଲିଛି। ଆବେଦନ କରିଥିବା ଜମିର ସାବିକ କିସମ ଓ ହାଲ୍ କିସମ ମେଳ ଖାଉ ନ...
ଗ୍ରାମାଞ୍ଚଳଠାରୁ ଜବରଦଖଲ ସହରରେ ଅଧିକ
କେନ୍ଦ୍ରାପଡ଼ା ଅଫିସ,୧୧।୬: ସହର ରାସ୍ତାରେ ସର୍ବଦା ଟ୍ରାଫିକ ଜାମ୍। ପାଣିନାଳ ଉପରେ ଘର। ବର୍ଷା ହେଲେ ଘରେ ପାଣି ପଶୁଛି। ମାତ୍ର ୫ ବର୍ଷ ପୂର୍ବରୁ...
ଦ୍ୱିତୀୟ ଲହରରେ ଗଞ୍ଜାମରୁ ୩୯ ଜଣଙ୍କ ମୁଣ୍ଡ ନେଲାଣି କରୋନା
ଛତ୍ରପୁର,୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରୁ ୩୯ ଜଣଙ୍କ ଜୀବନ...
ଗଞ୍ଜାମରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା: ପୁଣି ନେଲା ୩ ମୁଣ୍ଡ
ଛତ୍ରପୁର,୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉ ନାହିଁ। ସୋମବାର ପୁଣି ଜିଲାରୁ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।...
ଦିଆସିଲି କାଠିରେ ସାଇକେଲ ପ୍ରତିକୃତି
ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...
ସ୍ବାମୀଙ୍କୁ ଛାଡ଼ି ଥାନାରେ ପ୍ରେମିକଙ୍କୁ ବିବାହ
ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ...


