ଲଣ୍ଡନ,୨୪।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ମଙ୍ଗଳବାର ଗ୍ରୁପ୍ ଡି’ରେ ଇଂଲଣ୍ଡ ୧-୦ ଗୋଲରେ ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ୩ଟି ମ୍ୟାଚ୍ ଖେଳି ଇଂଲଣ୍ଡ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ହାସଲ କରି ଗ୍ରୁପ୍ ଶୀର୍ଷକୁ ଉଠିଛି। ଅନ୍ୟପଟେ ଚେକ୍ ଗଣରାଜ୍ୟ ୩ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି।
ସ୍ଥାନୀୟ ଓ୍ବିମ୍ବେଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ରାହିମ ଷ୍ଟିର୍ଲିଂ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଦ୍ୱାଦଶ ମିନିଟ୍ରେ ସେ ଏକ ସୁନ୍ଦର ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ବୃହତ୍ ବିଜୟ ହାସଲ କରିପାରି ନ ଥିଲେ ମଧ୍ୟ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଥିଲା। ବଲ୍କୁ ଅଧିକ ସମୟ ଇଂଲଣ୍ଡ ଖେଳାଳିମାନେ ନିଜ ପାଖରେ ରଖିଥିଲେ। ସେହିପରି ପାସ୍ ଓ ପାସ୍ ଆକ୍ୟୁରେସିରେ ମଧ୍ୟ ଇଂଲଣ୍ଡ ବହୁ ଆଗରେ ରହିଥିଲା। ଷ୍ଟିର୍ଲିଂଙ୍କ ପ୍ରଦର୍ଶନକୁ ଇଂଲଣ୍ଡ କୋଚ୍ ଗାରେଥ ସାଉଥଗେଟ୍ ପ୍ରଶଂସା କରିଛନ୍ତି। ଷ୍ଟିର୍ଲିଂ ହେଡ୍ କରି ଗୋଲ ସ୍କୋର କରିଥିଲେ ଓ ଚଳିତ ୟୁରୋକପ୍ରେ ଏହା ତାଙ୍କର ଦ୍ୱିତୀୟ ଗୋଲ ସାବ୍ୟସ୍ତ ହୋଇଛି। ଘରୋଇ ପରିବେଶ ଇଂଲଣ୍ଡ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ଏବେ ରାଉଣ୍ଡ ଅଫ୍ ୧୬ରେ ଇଂଲଣ୍ଡ ଓ୍ବିମ୍ବେଲେ ଷ୍ଟାଡିୟମରେ ୨୯ ତାରିଖରେ ମ୍ୟାଚ୍ ଖେଳିବ ଓ ବିଜୟୀ ହେଲେ ରୋମ୍ରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଅବତୀର୍ଣ୍ଣ ହେବ। ୨୦୧୪ ଓ ୨୦୧୮ ବିଶ୍ୱକପ୍ ଓ ୟୁରୋ ୨୦୧୬ରେ ଷ୍ଟିର୍ଲିଂ ଗୋଲ ଦେଇପାରି ନ ଥିଲେ ମଧ୍ୟ ଏଥର ସଫଳ ହୋଇଛନ୍ତି। ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚ୍ରେ କ୍ରୋଏସିଆକୁ ହରାଇଥିଲା ଓ ଏହି ମ୍ୟାଚ୍ରେ ମଧ୍ୟ ମାଞ୍ଚେଷ୍ଟର ସିଟି ଖେଳାଳି ଷ୍ଟିର୍ଲିଂ ଗୋଲ ସ୍କୋର କରିଥିଲେ। ଦଳ ପରାଜୟରେ ଚେକ୍ କୋଚ୍ ଜାରୋସ୍ଲାଭ ସିଲହାଭି ନୈରାଶ୍ୟ ଜାହିର କରିଛନ୍ତି। ଇଂଲଣ୍ଡ ଅପେକ୍ଷାକୃତ ଭଲ ଖେଳିଥିଲା ବୋଲି ସେ ସ୍ବୀକାର କରିଛନ୍ତି।
ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋରଙ୍କ ପରଲୋକ
ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ...
ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉନି ବିରାଟ ବାହିନୀ
ନୂଆଦିଲ୍ଲୀ,୨୫।୬: ଅଭ୍ୟାସ ଅଭାବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ। ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉ ନାହିଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ...
ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍
ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...
ଫାଇନାଲରେ ବୋଲିଂ କରିବେ କି କୋହଲି
ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ...
କେବେ ଅନ୍ତର୍ଜାତୀୟ କ୍ରିକେଟ୍କୁ କହିବେ ବାଏ ବାଏ; ଅଶ୍ୱିନଙ୍କ କଲେ ଖୁଲାସା
ସାଉଥମ୍ପଟନ,୨୦।୬: ଭାରତର ଭେଟେରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡବ୍ଲୁଟିସି ଫାଇନାଲ ଖେଳୁଛନ୍ତି। ଏହି ସମୟରେ ସେ ନିଜ ସନ୍ୟାସ...
କୋପା ଆମେରିକା ଫୁଟ୍ବଲ: ନକ୍ଆଉଟ୍ରେ ଉରୁଗୁଏ, ପାରାଗୁଏ
ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍ଗୁଡିକରେ ଏହି...
ଦେଶର ଶ୍ରେଷ୍ଠ ଆଥଲେଟିକ୍ ଏକାଡେମୀ ମଧ୍ୟରେ କିଟ୍
ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...


