E-Paper
  • logo
  • Wednesday 1st April 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
7:08 amJune 17, 2021

ମ୍ୟୁନିକ୍‌,୧୭।୬: ୟୁରୋକପ୍‌ ଫୁଟ୍‌ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ କରିଛି। ତେବେ ଏକ ଆତ୍ମଘାତୀ ଗୋଲ କାରଣରୁ ଜର୍ମାନୀ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଅଭିଜ୍ଞ ଡିଫେଣ୍ଡର ମ୍ୟାଟ୍ସ ହୁମେଲ୍ସ ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କର ଏହି ଆତ୍ମଘାତୀ ଗୋଲ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜର୍ମାନୀ କୋଚ୍‌ ଜୋଆଚିମ ଲୋ ହୁମେଲ୍ସଙ୍କ ପ୍ରତିଭା ଓ ନେତୃତ୍ୱର କଳାରେ ପ୍ରଭାବିତ ହୋଇ ତାଙ୍କୁ ଦଳରେ ସାମିଲ କରିଥିଲେ। ୟୁରୋପର ଦୁଇ ଫୁଟ୍‌ବଲ ମହାଶକ୍ତି ମଧ୍ୟରେ ଏହି ମୁକାବିଲା ଥିଲା ବୋଲି ଫ୍ରାନ୍ସ କୋଚ୍‌ ଡିଡିଏର ଡେସଚାମ୍ପ୍ସ କହିଛନ୍ତି। ୧୪,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ମ୍ୟାଚ୍‌ ଖେଳାଯାଇଥିଲା।
ମ୍ୟାଚ୍‌ର ୨୦ତମ ମିନିଟ୍‌ରେ ଫ୍ରାନ୍ସ ସେଣ୍ଟର ବ୍ୟାକ୍‌ ଲୁକାସ ହେର୍ନାଣ୍ଡିଜଙ୍କ ଏକ ଶଟ୍‌କୁ ଫ୍ରାନ୍ସ ଫରଓ୍ବାର୍ଡ କିଲିଆନ ଏମ୍‌ବାପ୍ପେଙ୍କ ପାଖକୁ ଯିବା ପୂର୍ବରୁ ହୁମେଲ୍ସ ରୋକିବାକୁ ପ୍ରୟାସ କରିଥିଲେ। ତେବେ ବଲ୍‌ ସିଧା ଜର୍ମାନୀର ନେଟ୍ସକୁ ଯାଇଥିଲା। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଥିଲା। ତେବେ ଏଥିପାଇଁ ହୁମେଲ୍ସଙ୍କୁ ଦାୟୀ କରାଯିବା ଠିକ୍‌ ନୁହେଁ ବୋଲି ଲୋ କହିଛନ୍ତି। ବଲ୍‌ ଦ୍ରୁତଗତିରେ ଆସିଥିଲା ଓ ନିୟନ୍ତ୍ରଣ ବାହାରେ ଥିଲା। ତେଣୁ ଏଥିପାଇଁ କାହାକୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହି ବିଜୟ ସହ ଫ୍ରାନ୍ସ ୩ ପଏଣ୍ଟ ପାଇ ପର୍ତ୍ତୁଗାଲ ପଛକୁ ରହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ବଲ୍‌ ପଜେଶନ, ପାସ ଓ ପାସ୍‌ ଆକ୍ୟୁରେସିରେ ଜର୍ମାନୀ ଫ୍ରାନ୍ସଠାରୁ ଯଥେଷ୍ଟ ଆଗରେ ଥିଲା। ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ। ଜର୍ମାନୀ ଅଧିକ ସୁଯୋଗ ହାତଛଡ଼ା କରିଥିଲା। ଜର୍ମାନୀର ଇଲକେ ଗୁଣ୍ଡୋଗାଁ ପ୍ରଥମାର୍ଦ୍ଧରେ ଏକ ନିଶ୍ଚିତ ଗୋଲ ସୁଯୋଗ ହାସଲ କରିଥିଲେ। ତେବେ ଏହା ପୋଷ୍ଟରେ ପହଞ୍ଚିପାରି ନ ଥିଲା। ସେହିପରି ଏମ୍‌ବାପ୍ପେ ଇ କରିମ୍‌ ବେଞ୍ଜାମା ମଧ୍ୟ ଗୋଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ୨୦୧୪ ଫିଫା ବିଶ୍ୱକପ୍‌ରେ ଜର୍ମାନୀଠାରୁ କ୍ୱାର୍ଟର ଫାଇନାଲରେ ହାରିବା ପରେ ବେଞ୍ଜାମା ଫ୍ରାନ୍ସ ପାଇଁ ପ୍ରଥମ କମ୍ପିଟିଟିଭ ମ୍ୟାଚ୍‌ ଖେଳିଥିଲେ।
ୟୁରୋକପ୍‌ରେ ପୂର୍ବରୁ ଜର୍ମାନୀ କେବେ ବି ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇ ନ ଥିଲା। ଏହାପୂର୍ବରୁ ଅନ୍ତିମ ଅଭ୍ୟାସ ମ୍ୟାଚ୍‌ରେ ଜର୍ମାନୀ ୭-୧ ଗୋଲରେ ଲାଟଭିଆକୁ ପରାସ୍ତ କରିଥିଲା। ତେବେ ଜର୍ମାନୀ ଏହି ସଫଳତାକୁ ଫ୍ରାନ୍ସ ବିପକ୍ଷରେ ଦୋହରାଇପାରି ନ ଥିଲା। ଅନ୍ୟପଟେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଫ୍ରାନ୍ସର ପଲ୍‌ ପୋଗବା କହିଛନ୍ତି। ଏହି ମ୍ୟାଚ୍‌ରେ ପୋଗ୍‌ବା ଏମ୍‌ବାପ୍ପେ, ବେଞ୍ଜାମା ଓ ଆଣ୍ଟୋଇନ୍‌ ଗ୍ରିଏଜମ୍ୟାନଙ୍କୁ ବହୁମୂଲ୍ୟ ପାସ୍‌ମାନ ପ୍ରଦାନ କରିଥିଲେ। ଜର୍ମାନୀ ଏବେ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ପର୍ତ୍ତୁଗାଲକୁ ଭେଟିବ ଓ ଫ୍ରାନ୍ସ ବୁଦାପେଷ୍ଟରେ ହଙ୍ଗେରୀକୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ବିଜୟୀ ହେବା ସବୁଠାରୁ ବଡ଼ କଥା। ତେବେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବାରୁ ଆମକୁ ଚାପର ସମ୍ମୁଖୀନ ହେବାକୁ ପଡିଛି ବୋଲି ଜର୍ମାନୀ ମିଡ୍‌ ଫିଲ୍ଡର ଟୋନି କ୍ରୁସ୍‌ କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ହାତରେ ସ୍ବତନ୍ତ୍ର ଆର୍ମବ୍ୟାଣ୍ଡ

ସାଉଥାମ୍ପଟନ,୧୯।୬: ଶୁକ୍ରବାର ରାତିରେ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ପ୍ରାଣ ହରାଇଛନ୍ତି ‘ଫ୍ଲାଇଂ ଶିଖ’ ଭାବେ ଜଣାଶୁଣା ଅଲିମ୍ପିଆନ ମିଲ୍‌ଖା ସିଂ। ତାଙ୍କୁ ସମ୍ମାନ...

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଫେଡରର

ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨...

ଡବ୍ଲୁଟିସି ଫାଇନାଲ ପୂର୍ବରୁ ଇତିହାସ ରଚିଲା ନ୍ୟୁଜିଲାଣ୍ଡ: ୨୨ ବର୍ଷ ପରେ କଲା ଏମିତି କାରନାମା

ଏଜବେଷ୍ଟନ,୧୩।୬: ଆୟୋଜକ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିଛି। ଦଳ ଦ୍ୱିତୀୟ ଟେଷ୍ଟରେ ୮ ଉଇକେଟ ଜିତିଛି। ପ୍ରଥମ...

ମିରାନଚୁକ୍‌ଙ୍କ ଗୋଲରେ ଜିତିଲା ରୁଷିଆ

ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍‌ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...

ପାକିସ୍ତାନ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ପୁଅ

କରାଚୀ,୪।୬: ଆଗକୁ ହେବାକୁ ଥିବା ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପିସିବି ପକ୍ଷରୁ ଘୋଷଣା କରାଯାଇଛି ପାକିସ୍ତାନ ଟି୨୦ ଦଳ। ଏହି ଦଳରେ ସ୍ଥାନ...

ମିଲ୍‌ଖାଙ୍କ ଓଡ଼ିଶା ଲିଙ୍କ୍‌: ବାରବାଟୀରେ ୨ ସ୍ବର୍ଣ୍ଣ ଜିତିଥିଲେ

ଭୁବନେଶ୍ୱର,୨୦।୬: ମିଲ୍‌ଖାଙ୍କ ଓଡ଼ିଶା ଲିଙ୍ଗ୍‌ ବହୁ ପୁରୁଣା। ଯେତେବେଳେ ସେ ତାରକା ହୋଇ ନ ଥିଲେ ମିଲ୍‌ଖା ଐତିହାସିକ ବାରବାଟୀ ଷ୍ଟାଡିୟମ ଟ୍ରାକ୍‌ରେ ଦୌଡ଼ି ଦୁଇଟି...

ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌; ପଢ଼ାଇଲେ ଅସଲ କ୍ରିକେଟ ପାଠ…

ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...

ଅନୁରୋଧ ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ଅଭ୍ୟାସ ମ୍ୟାଚ୍‌

ମୁମ୍ବାଇ,୨୬।୬: ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ହାତରେ ପ୍ରାୟ ୪୦ ଦିନ ରହିଛି। ଏହି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଚେଇଁ ଶୋଇଥିବା ଲୋକ
Next Post Next post:
କରୋନା ଓ ହ୍ବାଇଟ୍‌ ଫଙ୍ଗସ୍‌

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts