ଲଣ୍ଡନ/ନୂଆଦିଲ୍ଲୀ,୭।୬: କରୋନା ମହାମାରୀ ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ଲ୍ୟାବ୍କୁ ନେଇ ବିବାଦ ଥମିବାର ନାଁ ଧରୁନି। ସମ୍ପ୍ରତି ଜଣେ ବ୍ରିଟେନ୍ ଗଣମାଧ୍ୟମ ପ୍ରତିନିଧି ଦାବି କରିଛନ୍ତି ଯେ, ଉହାନ୍ ଲ୍ୟାବ୍ରେ ମାଙ୍କଡ ଏବଂ ଠେକୁଆ ସମେତ ୧,୦୦୦ ପ୍ରାଣୀଙ୍କ ଜିନ୍ ବଦଳା ଯାଇଛି। ଏହା ସହିତ ଏସବୁ ପ୍ରାଣୀଙ୍କଠାରେ ଭୂତାଣୁ ଇଞ୍ଜେକଶନର ମଧ୍ୟ ପ୍ରୟୋଗ କରାଯାଇଛି। ଏହି ଲ୍ୟାବ୍ର ସୁରକ୍ଷା ଦାୟିତ୍ୱ ଚାଇନାର ସୈନ୍ୟ ବାହିନୀ ହାତରେ ରହିଛି ବୋଲି ବ୍ରିଟେନ୍ର ଗଣମାଧ୍ୟମ ଜୈପର ବେକରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଭୂତାଣୁ ଇଞ୍ଜେକଶନ୍ ଯୋଗୁ କରୋନାର ଉତ୍ପତ୍ତି ହୋଇଥିବା ଆଶଙ୍କା କରାଯାଉଛି। ଚାଇନାର ବ୍ୟାଟ୍ ଓ୍ବମ୍ୟାନ୍ ଭାବେ ପରିଚିତି ହାସଲ କରିଥିବା ମହିଳା ବାୟୋଲୋଜିଷ୍ଟ ଶି ଝୋଙ୍ଗଲି ସମ୍ଭବତଃ କରୋନା ଭୂତାଣୁ ପ୍ରସ୍ତୁତ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଝୋଙ୍ଗଲି ବାଦୁଡ଼ିଙ୍କ ଉପରେ ବହୁ ପରୀକ୍ଷା ନିରୀକ୍ଷା କରିଛନ୍ତି। କରୋନା ଭୂତାଣୁ ଲିକ୍ ସମୟରେ ଲ୍ୟାବ୍ରେ ଆକ୍ରାନ୍ତ ପ୍ରାଣୀ ଥିଲେ। ଏହା ସହିତ ୬୦୫ ବାଦୁଡ଼ି ମଧ୍ୟ ଥିବା ଜୈପର କହିଛନ୍ତି। କରୋନା ଭୂତାଣୁ ପ୍ରାକୃତିକ ନୁହେଁ। ଚାଇନା ବୈଜ୍ଞାନିକ ଗବେଷଣାରେ ବିକାଶ କରିବା ଉଦ୍ଦେଶ୍ୟରେ ପରୀକ୍ଷା ନିରୀକ୍ଷା କରୁଥିବାବେଳେ ଏହା ଅସାବଧାନତାରୁ ଲିକ୍ ହୋଇ ଯାଇଥିଲା। କୌଣସି ପ୍ରାକୃତିକ ଭୂତାଣୁର ଏତେ ଶୀଘ୍ର ମ୍ୟୁଟେଶନ ହୋଇ ନ ଥାଏ ବୋଲି ରିପୋର୍ଟରେ କୁହାଯାଇଛି।
ଉହାନ୍ ଲ୍ୟାବ୍ର ପର୍ଦ୍ଦାଫାଶ୍: ମାଙ୍କଡ-ଠେକୁଆ ସମେତ ୧,୦୦୦ ପ୍ରାଣୀଙ୍କ ଜିନ୍ ବଦଳା ଯାଇଛି…
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍
ଭୁବନେଶ୍ୱର,୧୯।୬(ବ୍ୟୁରୋ): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ଘଟଣାରେ ଏବେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଖୋଳତାଡ଼ କରୁଛି। ଗୁରୁବାର ଔଷଧ...
ବିପଦ ଆଣିଲା ନୂଆ ଭାରିଆଣ୍ଟ୍, ପୁଣି ଦିଆଯିବ ଭାକ୍ସିନ୍ ଡୋଜ୍…
ମସ୍କୋ,୨୨।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ଭୂତାଣୁର ମ୍ୟୁଟେଶନ ଯୋଗୁ ନୂଆନୂଆ ଭାରିଆଣ୍ଟ୍ ସୃଷ୍ଟି ହେଉଛି। ନୂଆ ଭାରିଆଣ୍ଟ୍ ଯୋଗୁ...
ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ...
ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇବୁ
ନୂଆଦିଲ୍ଲୀ,୭।୬: ଭାରତ ବିରୋଧରେ ଆମେରିକାର ଟାରିଫ୍ ଯୁଦ୍ଧକୁ ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣିଥରେ ବଢ଼ାଇଛନ୍ତି। ଭାରତରୁ ଆମେରିକା ଆମଦାନୀ କରୁଥିତ୍ବା ଚିଙ୍ଗୁଡ଼ି, ବାସମତି ଚାଉଳଠାରୁ ଆରମ୍ଭ...
ରାଜ୍ୟରେ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ...
ଭାକ୍ସିନ୍ ଯୋଗୁ ପୁଣି ନୂଆ ବିପଦ: ୨ ଡୋଜ୍ ମଧ୍ୟରେ ସମୟ ବଢ଼ିଲେ ସଂକ୍ରମଣ ଆଶଙ୍କା ଅଧିକ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...
କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍, ପ୍ରଶଂସା
ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍ କଲ୍ଟିଏ ପାଇ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ...
ନେଫ୍ଟାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ୍, ୧୪।୬: ଇସ୍ରାଏଲକୁ ସର୍ବାଧିକ କାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୁଗର ଅବସାନ ହୋଇଛି। ଦୀର୍ଘଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ...


