ଉହାନ୍‌ ଲ୍ୟାବ୍‌ର ପର୍ଦ୍ଦାଫାଶ୍‌: ମାଙ୍କଡ-ଠେକୁଆ ସମେତ ୧,୦୦୦ ପ୍ରାଣୀଙ୍କ ଜିନ୍‌ ବଦଳା ଯାଇଛି…

ଲଣ୍ଡନ/ନୂଆଦିଲ୍ଲୀ,୭।୬: କରୋନା ମହାମାରୀ ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ଲ୍ୟାବ୍‌କୁ ନେଇ ବିବାଦ ଥମିବାର ନାଁ ଧରୁନି। ସମ୍ପ୍ରତି ଜଣେ ବ୍ରିଟେନ୍‌ ଗଣମାଧ୍ୟମ ପ୍ରତିନିଧି ଦାବି କରିଛନ୍ତି ଯେ, ଉହାନ୍‌ ଲ୍ୟାବ୍‌ରେ ମାଙ୍କଡ ଏବଂ ଠେକୁଆ ସମେତ ୧,୦୦୦ ପ୍ରାଣୀଙ୍କ ଜିନ୍‌ ବଦଳା ଯାଇଛି। ଏହା ସହିତ ଏସବୁ ପ୍ରାଣୀଙ୍କଠାରେ ଭୂତାଣୁ ଇଞ୍ଜେକଶନର ମଧ୍ୟ ପ୍ରୟୋଗ କରାଯାଇଛି। ଏହି ଲ୍ୟାବ୍‌ର ସୁରକ୍ଷା ଦାୟିତ୍ୱ ଚାଇନାର ସୈନ୍ୟ ବାହିନୀ ହାତରେ ରହିଛି ବୋଲି ବ୍ରିଟେନ୍‌ର ଗଣମାଧ୍ୟମ ଜୈପର ବେକରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଭୂତାଣୁ ଇଞ୍ଜେକଶନ୍‌ ଯୋଗୁ କରୋନାର ଉତ୍ପତ୍ତି ହୋଇଥିବା ଆଶଙ୍କା କରାଯାଉଛି। ଚାଇନାର ବ୍ୟାଟ୍‌ ଓ୍ବମ୍ୟାନ୍‌ ଭାବେ ପରିଚିତି ହାସଲ କରିଥିବା ମହିଳା ବାୟୋଲୋଜିଷ୍ଟ ଶି ଝୋଙ୍ଗଲି ସମ୍ଭବତଃ କରୋନା ଭୂତାଣୁ ପ୍ରସ୍ତୁତ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଝୋଙ୍ଗଲି ବାଦୁଡ଼ିଙ୍କ ଉପରେ ବହୁ ପରୀକ୍ଷା ନିରୀକ୍ଷା କରିଛନ୍ତି। କରୋନା ଭୂତାଣୁ ଲିକ୍‌ ସମୟରେ ଲ୍ୟାବ୍‌ରେ ଆକ୍ରାନ୍ତ ପ୍ରାଣୀ ଥିଲେ। ଏହା ସହିତ ୬୦୫ ବାଦୁଡ଼ି ମଧ୍ୟ ଥିବା ଜୈପର କହିଛନ୍ତି। କରୋନା ଭୂତାଣୁ ପ୍ରାକୃତିକ ନୁହେଁ। ଚାଇନା ବୈଜ୍ଞାନିକ ଗବେଷଣାରେ ବିକାଶ କରିବା ଉଦ୍ଦେଶ୍ୟରେ ପରୀକ୍ଷା ନିରୀକ୍ଷା କରୁଥିବାବେଳେ ଏହା ଅସାବଧାନତାରୁ ଲିକ୍‌ ହୋଇ ଯାଇଥିଲା। କୌଣସି ପ୍ରାକୃତିକ ଭୂତାଣୁର ଏତେ ଶୀଘ୍ର ମ୍ୟୁଟେଶନ ହୋଇ ନ ଥାଏ ବୋଲି ରିପୋର୍ଟରେ କୁହାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.