ଭାବୁକ ହେଲେ ଫର୍‌ହାନ: କହିଲେ ‘ଆପଣ ଆଉ ନାହାନ୍ତି ବିଶ୍ୱାସ ହେଉନାହିଁ’

ବମ୍ବେ: ଆଉ ନାହାନ୍ତି ‘ଫ୍ଲାଇଂ ଶିଖ୍‌’। ମହାନ ଧାବକ ପଦ୍ମଶ୍ରୀ ମିଲ୍‌ଖା ସିଂହଙ୍କ ପରଲୋକ ଘଟିଛି। ଏହି ଖବର ଜଣାପଡ଼ିବା ପରେ ଖେଳଜଗତରେ ଶୋକର ଛାୟା ଖେଳିଯାଇଛି। ମିଲ୍‌ଖାଙ୍କ ଦେହାନ୍ତ ଦେଶ ପାଇଁ ଅପୂରଣୀୟ କ୍ଷତି, ସେ ଅନ୍ୟମାନଙ୍କ ପାଇଁ ଚିରଦିନ ପ୍ରେରଣା ହୋଇ ରହିବେ ବୋଲି ଅନେକେ ମତ ରଖୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାନାୟକ ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ରାଜନୀତି, ଖେଳ, ଫିଲ୍ମ ଏବଂ ବ୍ୟବସାୟଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ମିଲ୍‌ଖାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଏହି କ୍ରମରେ ପରଦାରେ ମିଲ୍‌ଖାଙ୍କ ଚରିତ୍ରରେ ଅଭିନୟ କରିଥିବା ବଲିଉଡ୍‌ ଅଭିନେତା ଫର୍‌ହାନ ଅଖ୍‌ତର ଭାବୁକ ହୋଇଛନ୍ତି।

ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି ଫର୍‌ହାନ। ମିଲ୍‌ଖାଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି, ପ୍ରିୟର ମିଲ୍‌ଖା ଜି,ମୋ ମନ ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ଆପଣ ଆଉ ନାହାନ୍ତି। ହୋଇପାରେ ଏହା ମୋ ଜିଦ୍ଦି ସ୍ବଭାବ ଯାହା ମୁଁ ଆପଣଙ୍କଠାରୁ ଶିଖିଛି। ସେହି ଜିଦ୍‌ ଯାହାଦ୍ୱାରା ମନ ଯଦି କିଛି ଜିନିଷ କରିବାକୁ ନିଶ୍ଚିତ କରିନିଏ ତେବେ କେବେ ହାର ମାନେ ନାହିଁ। ବାସ୍ତବରେ କହିବାକୁ ଗଲେ ଆପଣ ସବୁବେଳେ ହୃଦୟରେ ଜୀବିତ ରହିବେବ। କାରଣ ଆପଣଙ୍କ ହୃଦୟ ବିଶାଳ ଥିଲା। ଆପଣ ସମସ୍ତଙ୍କୁ ଭଲ ପାଉଥିଲେ। ଆପଣ ବାସ୍ତବରେ ମାଟିକୁ ଭଲ ପାଉଥିବା ମଣିଷ ଥିଲେ। କେଉଁଭଳି ଭାବେ ପରିଶ୍ରମ, ସଚ୍ଚୋଟତା ଏବଂ ଦୃଢ଼ତା ଆକାଶ ଛୁଇଁବାକୁ ପ୍ରେରଣା ଯୋଗାଏ ତାହା ଆପଣ ଶିଖାଉଥିଲେ। ଆପଣ ସବୁବେଳେ ଏକ ପ୍ରେରଣାର ସ୍ରୋତ ଏବଂ ସଫଳତାରେ ବିନମ୍ରତାର ପ୍ରତୀକ ହୋଇ ରହିବେ। ମୁଁ ଆପଣଙ୍କୁ ହୃଦୟରୁ ଭଲପାଏ ବୋଲି ଫର୍‌ହାନ ଲେଖିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.