କଣାସ, ୫।୬(ସ୍ବ.ପ୍ର): ସମୟ ଓ ପାଣିପାଗର ପରିବର୍ତ୍ତନରେ ପାରମ୍ପରିକ ଚାଷର ପ୍ରଣାଳୀ ମଧ୍ୟ ବଦଳି ଚାଲିଛି। ଅତ୍ୟାଧୁନିକ ବିହନ ଓ ସାର, ଔଷଧର ବ୍ୟବହାର ଯୋଗୁ ପୁରାତନ ଦେଶୀଧାନ ବିହନକୁ ଚାଷୀ ଧୀରେ ଧୀରେ ଭୁଲିଯିବାକୁ ବସିଛି। ଫଳରେ ପୁରୁଷାନୁକ୍ରମେ ପାରମ୍ପରିକ ରୀତିରେ ଚାଷ କରାଯାଉଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଧାନ ଲୁପ୍ତ ହୋଇଗଲାଣି। ପୁରୀ ଜିଲା ଚିଲିକା ଉପକୂଳବର୍ତ୍ତୀ କଣାସ ବ୍ଲକର ଚାଷୀମାନେ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରନ୍ତି। ଦୀର୍ଘ ୨୦ବର୍ଷ ହେଲା ଶାରଦ ଧାନ ଫସଲ ହରାଇ ଚାଷୀମାନେ ଦେଶୀଧାନ ବିହନ ପାଇଁ ଝୁରି ହେଉଛନ୍ତି। କଣାସ ବ୍ଲକ ଖାଲୁଆ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ବର୍ଷା ଓ ବନ୍ୟା ଦାଉ ସାଧୁଛି। ପୂର୍ବରୁ ହେଉଥିବା ଶାରଦ ଧାନ ବନ୍ୟାଜଳ ଦ୍ୱାରା ୧୦ ରୁ ୧୫ଦିନ ବୁଡ଼ି ରହୁଥିଲେ ମଧ୍ୟ ଧାନଗଛ କ୍ଷତିଗ୍ରସ୍ତ ହେଉ ନ ଥିଲା। ସେ ସବୁ ବିହନ ଧୀରେ ଧୀରେ ବିଲୁପ୍ତ ହେବା ସାଙ୍ଗକୁ କମ୍ ଦିନରେ ଅଧିକ ଅମଳକ୍ଷମ (ହାଇବ୍ରିଡ୍) ଧାନ ବିହନ ଆଦୃତ ହେବା ଯୋଗୁ ଚାଷୀମାନେ ପୂର୍ବରୁ କରୁଥିବା ୫୦ପ୍ରକାରରୁ ଅଧିକ ଦେଶୀ ଧାନ ବିହନ ଲୋପ ପାଇଗଲାଣି। ପାଣିପାଗ ପରିବର୍ତ୍ତନ ଓ ବାରମ୍ବାର ବନ୍ୟା ଯୋଗୁ ହାଇବ୍ରିଡ୍ ଧାନ ବିହନ କ୍ଷତିଗ୍ରସ୍ତ ହୋଇଯାଉଥିବାରୁ ପୁରୁଖା ଚାଷୀମାନେ ଦେଶୀ ଧାନବିହନ ଖୋଜୁଛନ୍ତି। ଧଳାକାର୍ତ୍ତିକା, ସରୁବାଙ୍କୋଇ, ମୋଟା ବାଙ୍କୋଇ, କେଉଟିଆ ଚମ୍ପା, ପଖିଆ, ମାଗୁରା, ପଦ୍ମକେଶରୀ, ନିଶଙ୍କଲାଙ୍ଗୁରା, ତୁଳସୀବାସ, କଣ୍ଟାମୁର, କନିଅର, ଗଜରା, ବିଆଳି, ମଧୁରା, ବାଙ୍କୋଇ, ମହିପାଳ, ମୟୂରକଣ୍ଟା, ଚନ୍ଦ୍ରଉଦିଆ, ବାସୁଦେବ, ସରଗତାରା, ରଙ୍ଗିଆରାଇ, ଭାରିକଦମା, କର୍ପୂରକେଳି ଆଦି ଦେଶୀଧାନ ଆଉ ଦେଖିବାକୁ ମିଳୁନାହିଁ। ମରୁଡ଼ିି, ବନ୍ୟା, ରୋଗ, ପୋକ କାଟିବା ପ୍ରଭୃତି ସହିବା କ୍ଷମତା ଦେଶୀଧାନ ବିହନର ଅଧିକ ହୋଇଥିବାରୁ ଏବେ ଚାଷୀ ପୁଣି ଏଥିପ୍ରତି ଆଗ୍ରହ ପ୍ରକାଶ କଲେଣି। ତେଣୁ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଦେଶୀଧାନ ଯୋଗାଇଦିଆଯିବାକୁ ନିମିରି ଗ୍ରାମର ଶ୍ରୀକାନ୍ତ କୁମାର ପଟ୍ଟଯୋଶୀ, ସହନା ଗ୍ରାମର ସୁକାନ୍ତ କିଶୋର ସାମନ୍ତରାୟ ଏବଂ ବୈଦ୍ୟନାଥ ପାଟଣା ଗ୍ରାମର ହାଡ଼ିବନ୍ଧୁ ପାଢ଼ୀ ପ୍ରମୁଖ ବହୁ ଚାଷୀ ଦାବି କରିଛନ୍ତି।
Posted inଆମ ଜିଲା ଖବର, ପୁରୀ View All
ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର
ବାଲେଶର ଅଫିସ, ୧୬।୬- ବାଲେଶ୍ୱର ଜିଲା ସେରଗଡ ବ୍ରିଜ ଉପରେ ବୁଧବାର ଭୋର ସମୟରେ ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଯାଇଛନ୍ତି। ସମନାଥପୁର...
ବ୍ୟବସାୟୀଙ୍କୁ ଅତିରିକ୍ତ ତହସିଲଦାର ପିଟିବା ଘଟଣା: ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ
ଝାରସୁଗୁଡ଼ା ଅଫିସ,୫।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ଗତ ବୁଧବାର ଜଣେ ବୃଦ୍ଧ ତରଭୁଜ ବିକାଳି ଓ...
ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଡ୍ରୋନ୍
କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି...
ଦୁର୍ଘଟଣାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ, ନିଜ କାର୍ ଅଟକାଇ ଗୁରୁତରଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ
କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ଶନିବାର ରାସ୍ତା ଦୁର୍ଘଟଣାରେ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା...
ଦୀର୍ଘ ୫ଘଣ୍ଟା ପରେ ଅପହରଣକାରୀ ଗିରଫ
ବଲାଙ୍ଗୀର ଅଫିସ,୧୫।୬: ଶେଷରେ ବଲାଙ୍ଗୀର ଶାନ୍ତିପଡ଼ାର ହାଇପ୍ରୋଫାଇଲ୍ ଡ୍ରାମାର ଅନ୍ତ ଘଟିଛି। ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ।...
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଚାଲିଛି ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ...
‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍ ପ୍ୟାଡ୍ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍ରେ ଦୂରଗାମୀ ସବ୍ସୋନିକ କ୍ରୁଜ...
ବିଆର୍ପିଏଲ୍ ବିରୋଧରେ ଏନ୍ଜିଟି ମାମଲା: ଏସ୍ପିସିବିର ଲୋକଦେଖାଣିଆ ତଦନ୍ତ
ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ.ଏ.),୨୫ା୬: ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ର ନିର୍ଦ୍ଦେଶ ଅନୁସାରେ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ(ବିଆର୍ପିଏଲ୍) କାରଖାନାରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...


