E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

କରୋନା କାଳର ଆର୍ଥିକ ପରିଚାଳନା
7:29 amJune 6, 2021

ଡ. ଅମରେନ୍ଦ୍ର ଦାସ

ବିଶ୍ୱକୁ କରୋନା କବଳିତ କରିବା ପୂର୍ବରୁ ଆମ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫେବୃୟାରୀ ୧୮, ୨୦୨୦ରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧, ୫୦, ୦୦୦କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ମହାମାରୀର ଆଗମନ ଯୋଗୁ ରାଜ୍ୟବାସୀଙ୍କର ଜୀବନଜୀବିକାକୁ ସୁରକ୍ଷାଦେବା ପାଇଁ ତଥା ମହାମାରୀ ନିୟନ୍ତ୍ରଣରେ ନିୟୋଜିତ ଯୋଦ୍ଧାମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇଦେବା ପାଇଁ ଅର୍ଥମନ୍ତ୍ରୀ ନଭେମ୍ବର ୨୦, ୨୦୨୦ରେ ପୁଣି ୧୧,୨୦୦କୋଟି ଟଙ୍କାର ଏକ ଅନୁପୂରକ ବଜେଟ ଉପସ୍ଥାପନ କଲେ। ଏହିପରି ଭାବରେ ରାଜ୍ୟ ସରକାର ଗତ ଆର୍ଥିକବର୍ଷରେ ମୋଟ ୧, ୬୧, ୨୦୦କୋଟି ଟଙ୍କା ବ୍ୟୟକରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ କରୋନା ଯୋଗୁ ସାରା ଦେଶ ଭଳି ଆମ ରାଜ୍ୟର ଆର୍ଥିକ ପରିସ୍ଥିତି ଦେବାଳିଆ ହେବାର ସଂଶୟ ରହିଥିଲା। ତାଲାବନ୍ଦ ଯୋଗୁ ଅଧିକାଂଶ ରାଜସ୍ବ ସୃଷ୍ଟିକାରୀ ଅର୍ଥନୈତିକ କାର୍ଯ୍ୟକ୍ରମ ଘୋର ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ମହାମାରୀ ଯୋଗୁ ଆବଶ୍ୟକ ସୃଷ୍ଟି ହୋଇଥିବା ନୂତନ ସ୍ବାସ୍ଥ୍ୟସେବା ଯୋଗାଣ, ମାଗଣା ଟିକା ଯୋଗାଣ, ତଥା ତାଲାବନ୍ଦ ଯୋଗୁ ଜୀବିକା ହରାଇଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ରାଜକୋଷ ଉପରେ ମାତ୍ରାଧିକ ଚାପର ଆକଳନ ହେବା ସ୍ବାଭାବିକ। ଏହି ପରିସ୍ଥିତିରେ ବିଗତ ବର୍ଷ ଆମ ରାଜ୍ୟ ସରକାର କିପରି ଭାବରେ ଆର୍ଥିକ ପରିଚାଳନା କଲେ ଏଠି ଆମେ ମୂଲ୍ୟାୟନ କରିବା। ଇତିମଧ୍ୟରେ ଗତ ଆର୍ଥିକବର୍ଷର ଅଡିଟ ପୂର୍ବର ଏକ ମୋଟାମୋଟି ହିସାବ ମହାଲେଖାଗାରଙ୍କ ୱେବସାଇଟରେ ଉପଲବ୍ଧ ହୋଇସାରିଛି।
ଫେବୃୟାରୀ ୨୦୨୦ରେ ଉପସ୍ଥାପିତ ହୋଇଥିବା ମୂଳ ବଜେଟର ୧, ୫୦, ୦୦୦କୋଟି ଟଙ୍କା ମଧ୍ୟରୁ ପାଖାପାଖି ୧, ୧୪, ୭୯୧କୋଟି ଟଙ୍କା ରାଜସ୍ବ ବ୍ୟୟ (ଦରମା, ଅବସରକାଳୀନ ଭତ୍ତା, ସୁଧ ପରିଶୋଧ ଇତ୍ୟାଦି) ଏବଂ ୩୫, ୨୦୯କୋଟି ଟଙ୍କା ପୁଞ୍ଜି ବ୍ୟୟ (ନୂତନ ପ୍ରକଳ୍ପ ନିମିତ୍ତ ବ୍ୟୟ) ପାଇଁ ବରାଦ କରାଯାଇଥିଲା। ଏଥିମଧ୍ୟରୁ ୭୪, ୦୦୦କୋଟି ଟଙ୍କା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ, ୬୫, ୬୫୫କୋଟି ଟଙ୍କା ପ୍ରଶାସନିକ ବ୍ୟୟ, ୩୨୦୦କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ଏବଂ ୭୧୪୫ କୋଟି ଟଙ୍କା ପଞ୍ଚାୟତିରାଜ ବ୍ୟବସ୍ଥା ଆଦିକୁ ହସ୍ତାନ୍ତର କରିବା ପାଇଁ ବରାଦ କରାଯାଇଥିଲା। ଦେଢ଼ଲକ୍ଷ କୋଟି ଟଙ୍କାର ବଜେଟ ବ୍ୟୟ ପାଇଁ ରାଜ୍ୟ ସରକାର ବିଭିନ୍ନ ଉପାୟରେ ୧, ୨୪, ୩୦୦ କୋଟି ରାଜସ୍ବ ସଂଗ୍ରହ କରିବେ ଏବଂ ୨୪, ୪୫୦କୋଟି ଋଣ ମାଧ୍ୟମରେ ସଂଗ୍ରହକରିବା ପାଇଁ ଯୋଜନା କରିଥିଲେ। ବଜେଟରେ ୯୫୦୯କୋଟି ଟଙ୍କାର ରାଜସ୍ବ ବଳକା (ଦରମା, ଅବସରକାଳୀନ ଭତ୍ତା, ସୁଧ ପରିଶୋଧ ଇତ୍ୟାଦି କରିସାରି) ରଖାଯିବା ସହିତ ୧୭୮୭୮କୋଟି ଟଙ୍କା ଆର୍ଥିକ ନିଅଣ୍ଟ (ପ୍ରାୟତଃ ଉତ୍ପାଦନ କ୍ଷମତା ବୃଦ୍ଧି କରୁଥିବା ପୁଞ୍ଜିବ୍ୟୟ ପାଇଁ) ହେବାର ଆକଳନ କରାଯାଇଥିଲା। ଜୁନ୍‌ ୨୦୨୦ରେ ଓଡ଼ିଶା ଅର୍ଥନୀତି ସଂଗଠନ ତରଫରୁ ପ୍ରକାଶିତ ‘କୋଭିଡ୍‌-୧୯ ଏବଂ ଓଡ଼ିଶା ଅର୍ଥନୀତି ’ ରିପୋର୍ଟରେ ରାଜ୍ୟର ରାଜସ୍ବ ସଂଗ୍ରହ ୧, ୨୪, ୫୫୦କୋଟି ଟଙ୍କା ସମ୍ଭବ ନ ହୋଇ ୧, ୧୩, ୨୩୭କୋଟି ଟଙ୍କା ଭିତରେ ସୀମିତ ରହିବ ବୋଲି ଆକଳନ କରାଯାଇଥିଲା। ରାଜ୍ୟ ସରକାରଙ୍କୁ ଯଦି ବଜେଟ ବ୍ୟୟବରାଦ ଅନୁସାରେ ୧, ୫୦, ୦୦୦କୋଟି ଟଙ୍କା ବ୍ୟୟ କରିବାକୁ ହୁଏ ତେବେ ୩୬, ୭୬୩ ଟଙ୍କା ଋଣ କରିବାକୁ ପଡ଼ିବ ବୋଲି ମଧ୍ୟ ଏଥିରେ ଆକଳନ କରାଯାଇଥିଲା। କୋଭିଡ୍‌ ମହାମାରୀ ଯୋଗୁ ଅଭିବୃଦ୍ଧି ହ୍ରାସକୁ ଆଖିରେ ରଖି ରାଜ୍ୟ ସରକାରଙ୍କୁ ରାଜ୍ୟ ମୋଟ ଉତ୍ପାଦର ପାଖାପାଖି ୭.୭ ପ୍ରତିଶତ ଋଣ କରିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଇଥିଲା।
ସରକାରୀ ତଥ୍ୟ ଅନୁସାରେ ମାର୍ଚ୍ଚ ୨୦୨୧ ସୁଦ୍ଧା ରାଜ୍ୟ ସରକାର ବଜେଟରେ ଆକଳନ ହୋଇଥିବା ୧, ୨୪, ୫୫୦କୋଟି ଟଙ୍କା ରାଜସ୍ବ ବଦଳରେ ୧, ୦୬, ୮୪୭ କୋଟି ଟଙ୍କା ସଂଗ୍ରହ କରିପାରିଛନ୍ତି। ଏହା ଯଦିଓ ବଜେଟ ଆକଳନଠାରୁ ୧୭, ୭୦୪ କୋଟି ଟଙ୍କା ଊଣା, ୨୦୧୯-୨୦ ଆର୍ଥିକବର୍ଷଠାରୁ ୫.୫ ପ୍ରତିଶତ ଅଧିକ। ଏଠାରେ ସୂଚାଇ ଦେବା ଆବଶ୍ୟକ ଯେ, ୨୦୧୧-୧୨ରୁ ୨୦୧୯-୨୦ ମଧ୍ୟରେ ଆମ ରାଜ୍ୟର ବାର୍ଷିକ ରାଜସ୍ବ ଅଭିବୃଦ୍ଧି ହାର ହାରାହାରି ୧୩.୭ ପ୍ରତିଶତ ରହିଥିଲା। ଦ୍ରବ୍ୟ ଓ ସେବାକର ପରିଷଦ ତରଫରୁ ବାର୍ଷିକ ହାରାହାରି ୧୪ ପ୍ରତିଶତ ରାଜସ୍ବ ଅଭିବୃଦ୍ଧି ଅନୁମାନ କରାଯାଇଥିଲା। କୌଣସି ରାଜ୍ୟର ରାଜସ୍ବ ସଂଗ୍ରହ ଏଥିରୁ କମ୍‌ ହେଲେ କେନ୍ଦ୍ର ସରକାର କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ମହାମାରୀର ଆଳ ଦେଖାଇ କେନ୍ଦ୍ର ସରକାର ଯଦିଓ ଚଳିତବର୍ଷ କ୍ଷତିପୂରଣ କରିବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ ରାଜ୍ୟ ସରକାରଙ୍କର ମିଳିତ ଚାପ ଆଗରେ ମୁଣ୍ଡନୁଆଇଁ କୌଣସି ପ୍ରକାରେ କ୍ଷତିପୂରଣ ଦେବା ପାଇଁ ରାଜି ହେଲେ। ଏହାସହିତ ରାଜ୍ୟମାନଙ୍କର ଦୁର୍ବଳ ଆର୍ଥିକ ସ୍ଥିତିକୁ ଦେଖି କେନ୍ଦ୍ର ଅର୍ଥମନ୍ତ୍ରୀ ଆର୍ଥିକ ଶୃଙ୍ଖଳା ଓ ବଜେଟ ପରିଚାଳନା ନିୟମକୁ କୋହଳ କରି ସାଧାରଣ ଭାବରେ ଅନୁମୋଦିତ ରାଜ୍ୟ ମୋଟ ଉତ୍ପାଦର ତିନି ପ୍ରତିଶତ ବଦଳରେ ପାଞ୍ଚ ପ୍ରତିଶତ ଋଣକରିବା ପାଇଁ ଅନୁମତି ପ୍ରଦାନ କଲେ।
୨୦୨୦-୨୧ ଆର୍ଥିକବର୍ଷ ଶେଷରେ ରାଜ୍ୟ ସରକାର ବଜେଟ ଆକଳନ କରିଥିବା ୯୫୦୯ କୋଟି ଟଙ୍କା ବଦଳରେ ୧୧୩୫୧ କୋଟି ଟଙ୍କା ରାଜସ୍ବ ବଳକା କରିଥିବା ସହିତ ମୋଟ ଆର୍ଥିକ ନିଅଣ୍ଟ ୧୭୮୭୮ କୋଟି ଟଙ୍କା ବଦଳରେ ୭,୯୫୪ କୋଟି ଟଙ୍କାରେ ସୀମିତ ରଖିଥିବାର ସୂଚନା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଠକଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସିପାରେ। ଏହି ଜଟିଳ ପରିସ୍ଥିତିରେ ରାଜ୍ୟ ସରକାର ଅଧିକ ରାଜସ୍ବ ବଳକା କଲେ କିପରି? ଆର୍ଥିକ ନିଅଣ୍ଟ ହ୍ରାସ କଲେ କେମିତି? ରାଜ୍ୟବାସୀ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଥିବା ସହିତ ଜୀବନଜୀବିକାର ଅନିଶ୍ଚିତତା ଭିତରେ ଜୀବନ କାଟୁଥିବା ବେଳେ ରାଜ୍ୟ ସରକାର ବଳକା ରାଜସ୍ବ ରଖିବାଟା କେତେଦୂର ଯୁକ୍ତିଯୁକ୍ତ। ମହାମାରୀର ସ୍ବାସ୍ଥ୍ୟ ସଙ୍କଟ ମଧ୍ୟରେ ରାଜ୍ୟ ଗତିିକରୁଥିବା ବେଳେ ସରକାରଙ୍କୁ କେଉଁ ବିଶେଷ ସୂତ୍ରରୁ ଅଧିକ ଅର୍ଥ ମିଳିଛି କି?
ରାଜ୍ୟ ସରକାର ମୁଖ୍ୟତଃ ନିଜସ୍ବ ରାଜସ୍ବ (କର ଏବଂ ଅଣକର) ଏବଂ କେନ୍ଦ୍ରରୁ ଆସୁଥିବା କରଭାଗ ଏବଂ ଅନୁଦାନ ମାଧ୍ୟମରେ ନିଜର ଖର୍ଚ୍ଚ ଭରଣା କରିଥାନ୍ତି। ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ କେନ୍ଦ୍ରରୁ ଆସୁଥିବା ସମସ୍ତ ଅର୍ଥ ସାତ ପ୍ରତିଶତ ହ୍ରାସପାଇଛି। ନିଜସ୍ବ ରାଜସ୍ବ ମଧ୍ୟରେ ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେଶନ ରାଜସ୍ବ ଗତବର୍ଷ ତୁଳନାରେ ୧୦୫ ପ୍ରତିଶତ, ବିକ୍ରିକର ଚାରି ପ୍ରତିଶତ, ଅନ୍ୟାନ୍ୟ କର ୧୭ପ୍ରତିଶତ ଏବଂ ଅଣରାଜସ୍ବ କର (ମୁଖ୍ୟତଃ ଖଣିଜ) ୫୩ ପ୍ରତିଶତ ବୃଦ୍ଧିପାଇଛି। ଏହାବାଦ୍‌ ଦ୍ରବ୍ୟ ଓ ସେବାକର ଏକ ପ୍ରତିଶତ, ଭୂ-ରାଜସ୍ବ ୧୬ ପ୍ରତିଶତ, ରାଜ୍ୟ ଅବକାରୀ ରାଜସ୍ବ ୧୦ ପ୍ରତିଶତ ହ୍ରାସପାଇଛି। ଏହିପରି ଭାବରେ ୨୦୧୯-୨୦ ତୁଳନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ରାଜସ୍ବ ୫.୫ ପ୍ରତିଶତ ବୃଦ୍ଧି ପାଇଛି।
୨୦୧୯-୨୦ ତୁଳନାରେ ୨୦୨୦-୨୧ ଆର୍ଥିକବର୍ଷରେ ରାଜ୍ୟର ମୋଟ ବ୍ୟୟ ପାଖାପାଖି ୬.୫ପ୍ରତିଶତ ହ୍ରାସପାଇଛି। ଏଥିମଧ୍ୟରୁ ସାମାଜିକ କ୍ଷେତ୍ରରେ (ଶିକ୍ଷା, ସ୍ବାସ୍ଥ୍ୟ ଆଦି) ବ୍ୟୟ ସର୍ବାଧିକ ୧୨ ପ୍ରତିଶତ ହ୍ରାସପାଇଛି, ଅର୍ଥନୈତିକ ସେବା କ୍ଷେତ୍ରରେ ୩.୧ ପ୍ରତିଶତ ଏବଂ ସାଧାରଣ ପ୍ରଶାସନିକ ସେବା କ୍ଷେତ୍ରରେ ଏକ ପ୍ରତିଶତ ହ୍ରାସପାଇଛି। ୨୦୧୯-୨୦ରେ ରାଜ୍ୟର ବଳକା ରାଜସ୍ବ ୮୦.୧୯ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ୧୧୩୫୦.୬୭ କୋଟି ଟଙ୍କାକୁ ବୃଦ୍ଧିପାଇଛି। ସେହିପରି ରାଜ୍ୟର ଆର୍ଥିକ ନିଅଣ୍ଟ ୨୦୧୯-୨୦ରେ ୨୧୪୭୨.୦୮ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ୭୯୫୩ .୬୧ କୋଟି ଟଙ୍କାକୁ ହ୍ରାସ ପାଇଛନ୍ତି।
ମହାମାରୀ ସମୟରେ ଆମ ରାଜ୍ୟର ଆର୍ଥିକ ପରିଚାଳନାକୁ ଅନୁଧ୍ୟାନ କଲେ ମନରେ ପ୍ରଶ୍ନ ସୃଷ୍ଟିହୁଏ ଯେ, ସମସ୍ତ ରାଜ୍ୟବାସୀ ବିଭିନ୍ନ ଅସୁବିଧାରେ ରହି ବିଭିନ୍ନ ସରକାରୀ ସହାୟତା ଲୋଡୁଥିବା ସମୟରେ ରାଜ୍ୟ ସରକାର ବଳକା ରାଜସ୍ବ ରଖି କରିବେ କ’ଣ? ଅନ୍ୟ ରାଜ୍ୟମାନଙ୍କ ଆର୍ଥିକ ଅବସ୍ଥା ଦେଖିଲେ ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା ଓ ଉତ୍ତରାଖଣ୍ଡ ଫେବୃୟାରୀ ସୁଦ୍ଧା ବଳକା ରାଜସ୍ବ ସୂଚନା ପ୍ରଦାନ କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶାର ବଳକା ରାଜସ୍ବ ପରିମାଣ ସର୍ବାଧିକ। ଦେଶର ବାକି ସମସ୍ତ ରାଜ୍ୟ ରାଜସ୍ବ ନିଅଣ୍ଟିଆ ସ୍ଥିତିରେ ଥିବାର ଜଣାପଡ଼େ। ରାଜସ୍ବ ସଂଗ୍ରହ ହ୍ରାସପାଇବା ସତ୍ତ୍ୱେ ଖର୍ଚ୍ଚ ନ କରି ବଳକା ରାଜସ୍ବ ରଖିବା ଏବଂ ଆର୍ଥିକ ନିଅଣ୍ଟକୁ ହ୍ରାସକରିବା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ଏଠାରେ ପାଠକମାନେ ଜାଣି ରଖିବା ଉଚିତ ଯେ ବଜେଟ ବାଦ୍‌ ଜିଲା ଖଣିଜ ପାଣ୍ଠି, ଓଡ଼ିଶା ଖଣି ଅଞ୍ଚଳ ବିକାଶ ନିଗମ ଭଳି ବଜେଟ ବହିର୍ଭୂତ ଉତ୍ସରେ ପାଖାପାଖି ୬୫୦୦ କୋଟି ଟଙ୍କା ରହିଥିବାର ସରକାର ସୂଚନା ପ୍ରଦାନ କରିଥିଲେ। ବିପତ୍ତି ସମୟରେ ଏହିସବୁ ପାଣ୍ଠିକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଇ ପାରିଥାନ୍ତା।
ରାଜ୍ୟର ହଜାର ହଜାର ପ୍ରବାସୀ ଶ୍ରମିକ ଜୀବନଜୀବିକା ହରାଇ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ଆମେ ସଭିଏ ଦେଖିଛେ। ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ବି ଦେଖିଛେ। ରାଜ୍ୟଗୁଡ଼ିକର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ନୀତି ଆୟୋଗ ତରଫରୁ ପ୍ରକାଶିତ ରିପୋର୍ଟରେ ଓଡ଼ିଶାର ଖରାପ ସ୍ଥିତି ବିଷୟରେ ମଧ୍ୟ ଅବଗତ କରାଇଛନ୍ତି। ମୋଟ ୧୭ଟି ସୂଚକାଙ୍କ ଭିତରୁ ଓଡ଼ିଶା ୧୦ଟି କ୍ଷେତ୍ରରେ ଅନେକ ପଛରେ ପଡ଼ିଥିବା କଥା ଦର୍ଶାଇଛନ୍ତି। ରାଜ୍ୟର ୩୦ଟି ଜିଲାରୁ ୧୦ଟି ଜିଲା ଜାତୀୟ ସ୍ତରରେ ଆକାଂକ୍ଷା ବା ପଛୁଆ ଜିଲା ଭାବରେ ବିବେଚିତ। ରାଜ୍ୟର ତିନି ଭାଗରୁ ଏକଭାଗ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ କାଟୁଛନ୍ତି। ଏସବୁ ଲକ୍ଷ୍ୟକରି ପଞ୍ଚଦଶ ଅର୍ଥ ଆୟୋଗ ବଳକା ରାଜସ୍ବକୁ ରାଜ୍ୟର ମାନବ ସମ୍ବଳ ବିକାଶ କରିବା ସହ ନିମ୍ନଆୟର ଛନ୍ଦଣିରୁ ବାହାରିବା ପାଇଁ ଠିକ୍‌ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
କରୋନା ମହାମାରୀ ସମୟରେ ଦୀର୍ଘଦିନରୁ ରହିଥିବା ଦୁର୍ବଳ ସ୍ବାସ୍ଥ୍ୟସେବା ଓ ଶିକ୍ଷା ଭିତ୍ତିଭୂମିର ପରିଣାମ ସମସ୍ତ ରାଜ୍ୟବାସୀ ଭୋଗୁଛନ୍ତି। ଏହି ପରିସ୍ଥିତିରେ ଆମ ରାଜ୍ୟ ଲାଗି ମାତ୍ରାଧିକ ଆର୍ଥିକ ଶୃଙ୍ଖଳା ପ୍ରଗତି ପାଇଁ ଠିକ୍‌ ଦିଶା ଦେଖାଇ ନ ପାରେ।
ଅର୍ଥନୀତି ପ୍ରାଧ୍ୟାପକ, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର
dasamarendra@gmail.com


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଫୁଲ ଚୋରି

ରୁଦ୍ର ପ୍ରସନ୍ନ ରଥ   ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...

ଏଇ ଭାରତରେ

ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...

ଜି-୭ ଓ ସର୍ବନିମ୍ନ ଟିକସ ହାର

ଡାନି ରୋଡ୍ରିକ ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍‌ ଆଗୁଆ ଦେଶଗୁଡ଼ିକ ୫ ଜୁନ୍‌ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍‌ଗୁଡ଼ିକ ଉପରେ ଟ୍ୟାକ୍ସ ବା...

ଅସତ୍ୟକୁ ହାମ୍ବୁଡୁଛି

ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ...

ମହାମାରୀରେ ଭଗବାନଙ୍କ ଭୂମିକା

ସହଦେବ ସାହୁ କୋଭିଡ୍‌-୧୯ ରୋଗର ଭୂତାଣୁ କରୋନା ଭାଇରସ୍‌ ଆକ୍ରମଣ ହେଲେ ଆମେ ଭଗବାନଙ୍କୁ ଡାକୁଛୁ। ସେ କାହିଁକି ଶୁଣୁନାହାନ୍ତି ଏ ବିଷୟରେ ଟିକେ ଚିନ୍ତା...

କଲେ ମଲ, ନ କଲେ ଭଲ

ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା...

କରୋନା କୁଟିର

ସମରେନ୍ଦ୍ର ବଳିଆରସିଂହ   କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି...

ସେଦିନ ଓ ଆଜିର ଲେଖା

ମୀରା ବେଉରା ଗୋଟିଏ ରାଜ୍ୟରେ ଦୁଇଜଣ କବି ଥିଲେ। ପ୍ରଥମ କବିଜଣକ ପ୍ରେମ, ଆନନ୍ଦ, ବିଷାଦ, ପ୍ରକୃତି, ସୌନ୍ଦର୍ଯ୍ୟ, ସମାଜ ତଥା ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏଇ ଭାରତରେ
Next Post Next post:
କଳା ରକ୍ତର ଅନ୍ବେଷଣକାରୀ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts