କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ କି ନାହିଁ ସେ ନେଇ ଦୋଛକିରେ ପଡିଥିଲେ। କିନ୍ତୁ ସେପଟେ ପ୍ରଯୋଜକ ମାଇଣ୍ଡ ମେକଅପ କରିନେଇଥିଲେ ଯେ ଏହି ନାୟିକାଙ୍କୁ ସେ ଯେମିତି ହେଲେ ସାଇନ୍ କରାଇବେ। ଏ ବିଷୟରେ ସମ୍ପୂର୍ଣ୍ଣ କଥା ଜାଣିବା ପୂର୍ବରୁ ନାୟିକା ଜଣକ କିଏ ଜାଣିବେନି ? ସେ ହେଲେ ଇଲିୟାନା ଡି’କ୍ରୁଜ୍। କଥା କ’ଣ କି ନିକଟରେ ଏକ ଅନଟାଇଟଲ୍ଡ ଫିଲ୍ମରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କାହାଣୀଟି ସିନା ତାଙ୍କର ପସନ୍ଦ ହେଲା, ହେଲେ ଏ ନେଇ ହଁ ଭରିବାକୁ ସେ ଅଡୁଆରେ ପଡିଯାଇଥିଲେ। କାରଣ ଏଥିରେ କେତୋଟି ଗରମାଗରମ ଶଟ୍ ଦେବାକୁ ପଡ଼ିବ। ହେଲେ କିଛି ଦିନ ପରେ ଇଲିୟାନା ଏଥିରେ ଅଭିନୟ କରିବାକୁ ରାଜି ଅଛନ୍ତି ବୋଲି ପ୍ରଯୋଜକଙ୍କୁ ଜଣାଇ ଦେଇଥିଲେ। ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମ ପାଇଁ ତାଙ୍କର ପାରିଶ୍ରମିକକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ‘ଅନଫେୟାର ଆଣ୍ଡ ଲଭଲି’ ଟାଇଟଲବିଶିଷ୍ଟ ଏକ ସିନେମାରେ ମଧ୍ୟ ଇଲିୟାନା ଅଭିୟନ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍ରେ ଅଛନ୍ତି ରଣଦୀପ ହୁଦା
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.