ଆଜିକାଲି ରକ୍ତଚାପ ବା ବ୍ଲଡ ପ୍ରେସର ସମସ୍ୟା ଏକ ସାଧାରଣ
ଘଟଣା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ଏଥିପାଇଁ କେତେକାଂଶରେ ଦାୟୀ।
ତେବେ ଜଣେ ଉଚ୍ଚ ରକ୍ତଚାପ ରୋଗୀ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ
ଦେବା ଦରକାର ଜାଣନ୍ତୁ ସେ ସମ୍ପର୍କରେ…
ବିଶେଷଭାବରେ ବୟସ ବଢ଼ିଲେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କ ରହିବା ନିହାତି ଦରକାର।
ଯଦି ଆପଣ ଏପରି ସମସ୍ୟା ସହ ଜଡିତ, ତେବେ ନିଜର ରକ୍ତଚାପ କେତେ ରହୁଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ଜାଣି ନିଅନ୍ତୁ।
କେତେକ କାରଣରୁ ରକ୍ତଚାପ ଅସନ୍ତୁଳିତ ରହିଥାଏ। ଯଦି ଆପଣ ଏହାର ପ୍ରାକ୍ ଲକ୍ଷଣ ବିଷୟରେ ଜାଣିପାରିଲେ ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ।
ଏ ନେଇ ଡାକ୍ତର ପରାମର୍ଶ ଦେବା ସମୟରେ ଔଷଧ ବ୍ୟତୀତ ଖାଦ୍ୟପେୟ, ଜୀବନଶୈଳୀ ପ୍ରତି ନଜର ଦେବାକୁ କହିଥାଆନ୍ତି। ତାହାର ପରାମର୍ଶଗୁଡିକୁ ଠିକ୍ ଭାବରେ ପାଳନ କରନ୍ତୁ।
ରକ୍ତଚାପ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିବା ସମୟରେ ଆପଣଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେବାକୁ ଭୁଲନ୍ତୁ ନାହିଁ।
ରକ୍ତଚାପକୁ ସନ୍ତୁଳିତ ରଖିବା ପାଇଁ ନିଜର ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମ ସାମିଲ କରନ୍ତୁ।
ନିଶାଦ୍ରବ୍ୟ ସେବନ ଯୋଗୁଁ ରକ୍ତଚାପଜନିତ ସମସ୍ୟା ଆଶଙ୍କା ଅଧିକ ଥାଏ। ତା’ସହ ଯଦି ଆପଣ ଏଭଳି ଅଭ୍ୟାସ ସହ ଜଡିତ ତେବେ ତାହାକୁ ତୁରନ୍ତ ବର୍ଜନ କରନ୍ତୁ।
-ରକ୍ତଚାପରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। କାରଣ ସେ ରକ୍ତଚାପର ଅବସ୍ଥା ଦେଖି ଔଷଧର ଡୋଜ୍ ସ୍ଥିର କରିଥାଆନ୍ତି।
Posted inଜୀବନଚର୍ଯ୍ୟା View All
ଘରେ ମନି ପ୍ଲାଣ୍ଟ୍ ଲଗାଉଥିଲେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍…
ଲୋକଙ୍କ ମନରେ ଧାରଣା ରହିଛି, ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ। ମାତ୍ର...
ଚନ୍ଦନରେ ରହିଛି ଏସବୁ ଉପକାରୀ ଗୁଣ
ଅନିୟମିତ ଜୀବନଶୈଳୀ ସହ ପ୍ରଦୂଷିତ ବାୟୁମଣ୍ଡଳ ଯୋଗୁ ଆଜିକାଲି ଅଧିକାଂଶ ଲୋକଙ୍କ ତ୍ୱଚାରେ ସମସ୍ୟା ଦେଖାଦେଉଛି। ତେବେ ତ୍ୱଚା ପାଇଁ ଚନ୍ଦନ ସବୁଠୁ ଉପକାରୀ ବୋଲି...
ଏହି ୫ ଭୁଲ୍ କରୁଛନ୍ତି କି, ହୋଇଯିବେ ବରବାଦ: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ..
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ...
ନିଉଟନୀୟ ଓ ଆଇନଷ୍ଟାଇନୀୟ ମାଧ୍ୟାକର୍ଷଣ
ଆମେ ଟେକାଟିଏ ଫିଙ୍ଗିଲେ ତାହା ଉଚ୍ଚକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ପୃଥିବୀ ପୃଷ୍ଠକୁ ଖସି ପଡୁଛି। ଫଳଟିଏ ପାଚିଲେ ଗଛରୁ ଛିଣ୍ଡିଯାଇ ତଳେ ପଡୁଛି।...
ସ୍ବପ୍ନରେ ଏସବୁ ଦେଖିଲେ…
ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ...
କେମିତି ବଢ଼ିବ ବାପା-ପୁଅଙ୍କ ଭିତରେ ସମ୍ପର୍କ
ଅନେକ ସମୟରେ ଛୋଟଛୋଟ କଥାକୁ ନେଇ ବାପା-ପୁଅଙ୍କ ଭିତରେ ମନମତାନ୍ତର ହେଉଥିବାର ଦେଖିବାକୁ ମିଳିଥାଏ। ଏହା ପଛରେ ବି ବାସ୍ତୁଦୋଷ ରହୁଥିବା ଅନୁମାନ କରାଯାଏ। ତେବେ...
ପାଚନକ୍ରିୟା ଓ ଉପବାସ
ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ...
ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର
୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ...


