ଆଜିକାଲି ରକ୍ତଚାପ ବା ବ୍ଲଡ ପ୍ରେସର ସମସ୍ୟା ଏକ ସାଧାରଣ
ଘଟଣା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ଏଥିପାଇଁ କେତେକାଂଶରେ ଦାୟୀ।
ତେବେ ଜଣେ ଉଚ୍ଚ ରକ୍ତଚାପ ରୋଗୀ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ
ଦେବା ଦରକାର ଜାଣନ୍ତୁ ସେ ସମ୍ପର୍କରେ…
ବିଶେଷଭାବରେ ବୟସ ବଢ଼ିଲେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କ ରହିବା ନିହାତି ଦରକାର।
ଯଦି ଆପଣ ଏପରି ସମସ୍ୟା ସହ ଜଡିତ, ତେବେ ନିଜର ରକ୍ତଚାପ କେତେ ରହୁଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ଜାଣି ନିଅନ୍ତୁ।
କେତେକ କାରଣରୁ ରକ୍ତଚାପ ଅସନ୍ତୁଳିତ ରହିଥାଏ। ଯଦି ଆପଣ ଏହାର ପ୍ରାକ୍ ଲକ୍ଷଣ ବିଷୟରେ ଜାଣିପାରିଲେ ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ।
ଏ ନେଇ ଡାକ୍ତର ପରାମର୍ଶ ଦେବା ସମୟରେ ଔଷଧ ବ୍ୟତୀତ ଖାଦ୍ୟପେୟ, ଜୀବନଶୈଳୀ ପ୍ରତି ନଜର ଦେବାକୁ କହିଥାଆନ୍ତି। ତାହାର ପରାମର୍ଶଗୁଡିକୁ ଠିକ୍ ଭାବରେ ପାଳନ କରନ୍ତୁ।
ରକ୍ତଚାପ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିବା ସମୟରେ ଆପଣଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେବାକୁ ଭୁଲନ୍ତୁ ନାହିଁ।
ରକ୍ତଚାପକୁ ସନ୍ତୁଳିତ ରଖିବା ପାଇଁ ନିଜର ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମ ସାମିଲ କରନ୍ତୁ।
ନିଶାଦ୍ରବ୍ୟ ସେବନ ଯୋଗୁଁ ରକ୍ତଚାପଜନିତ ସମସ୍ୟା ଆଶଙ୍କା ଅଧିକ ଥାଏ। ତା’ସହ ଯଦି ଆପଣ ଏଭଳି ଅଭ୍ୟାସ ସହ ଜଡିତ ତେବେ ତାହାକୁ ତୁରନ୍ତ ବର୍ଜନ କରନ୍ତୁ।
-ରକ୍ତଚାପରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। କାରଣ ସେ ରକ୍ତଚାପର ଅବସ୍ଥା ଦେଖି ଔଷଧର ଡୋଜ୍ ସ୍ଥିର କରିଥାଆନ୍ତି।
Posted inଜୀବନଚର୍ଯ୍ୟା View All
ରାତିରେ ଭୋକ ଲାଗିଲେ କ’ଣ ଖାଇବେ..
ବେଳେବେଳେ ରାତ୍ରିଭୋଜନ ଖାଇକି ଶୋଇଲେ ବି ରାତି ଅଧରେ ଅନେକଙ୍କୁ ଭୋକ ଲାଗିଥାଏ; ଯଦ୍ଦ୍ବାରା ସେମାନଙ୍କ ନିଦ ଭାଙ୍ଗିଯାଏ ଆଉ ସେମାନେ ରାତିରେ ଉଠି କିଛି...
ବର୍ଷାଦିନିଆ ସଂକ୍ରମଣରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଜିନିଷ
ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍ରେ ନିଜକୁ...
ଜୀବନକୁ ସୁଖମୟ କରିବାରେ ସାହାଯ୍ୟ କରୁଥିବା କିଛି କଥା ସମ୍ପର୍କରେ…
*ଯାହା ‘ପ୍ରାପ୍ତ’ ହୋଇଛି ତାହା ‘ପର୍ଯ୍ୟାପ୍ତ’। ଏହି ଦୁଇଟି ଶବ୍ଦରେ ସୁଖ ହେଉଛି ଅତୁଳନୀୟ। *ଯଦି କେହି ଖୁସି ପାଇଁ କାମ କରନ୍ତି, ତା’ହେଲେ ତାଙ୍କୁ...
ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍ ରିଂ
ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍ ଦେବାରେ ଇୟର୍ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍ ରିଂ ମାନିବ...
ଚନ୍ଦନରେ ରହିଛି ଏସବୁ ଉପକାରୀ ଗୁଣ
ଅନିୟମିତ ଜୀବନଶୈଳୀ ସହ ପ୍ରଦୂଷିତ ବାୟୁମଣ୍ଡଳ ଯୋଗୁ ଆଜିକାଲି ଅଧିକାଂଶ ଲୋକଙ୍କ ତ୍ୱଚାରେ ସମସ୍ୟା ଦେଖାଦେଉଛି। ତେବେ ତ୍ୱଚା ପାଇଁ ଚନ୍ଦନ ସବୁଠୁ ଉପକାରୀ ବୋଲି...
ବୁଦ୍ଧିମତ୍ତା ଓ ନିଦ୍ରା
ଆମେ ପ୍ରତିଦିନ ଅତିକମ୍ରେ ୬-୭ ଘଣ୍ଟା ଶୋଇବା ଦରକାର। ହେଲେ କେତେକଙ୍କ କ୍ଷେତ୍ରରେ ଏଥିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ତେବେ ଯଦି ଜଣେ ବ୍ୟକ୍ତି ଆବଶ୍ୟକ...
ବାଏ ବାଏ ବ୍ୟାକ୍ ପେନ୍
ବାଇକ୍ ଚଳାଇବାବେଳେ ଆଗକୁ ଝୁଙ୍କି ରହିବା ହେଉ କି ନୂଆ ସାଇକେଲ ଚାଳକଙ୍କ ବହୁତ ବାଟ ସାଇକେଲ ଚଳାଇବା। ଅବା ଆଜିକାର ଓ୍ବାର୍କ ଫ୍ରମ୍ ହୋମ୍...
ଲ୍ୟାବ୍ରେ ତିଆରି ହେଲା ମା’ କ୍ଷୀର …
ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...


