ବମ୍ବେ: ଚଳଚ୍ଚିତ୍ରରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକକୁ ବାନ୍ଧି ରଖେ। ଏଥିପାଇଁ ତ କିଛି ଦୃଶ୍ୟ କନ୍ଦାଏ ତ କିଛି ହସିବାକୁ ବାଧ୍ୟ କରେ। ସେଭଳି ଏକ ଫିଲ୍ମ ଥିଲା ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଥ୍ରୀ ଇଡିଅଟ୍ସ’ ଚଳଚ୍ଚିତ୍ର। ଆଜି ବି ଏହା ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। ମାତ୍ର ୪ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇ ଫିଲ୍ମଟି ନୂଆ କିର୍ତ୍ତୀମାନ ସ୍ଥାପନ କରିଥିଲା। ପ୍ରମୁଖ ଭୂମିକାରେ ଆମିର ଖାନ, ଆର୍ ମାଧବନ, ଶରମନ ଜୋଶୀ ନଜର ଆସିଥିଲେ।
ଫିଲ୍ମ ସହ ଜଡିତ ଅନେକ ସ୍ମରଣୀୟ ଘଟଣା ବିଷୟରେ କଳାକାରମାନେ ଅନେକ ସମୟରେ ପ୍ରକାଶ କରିଛନ୍ତି। ‘ରାଜୁ’ ଭୂମିକାରେ ନଜର ଆସିଥିବା ଶରମନ ଗୋଟିଏ ଦୃଶ୍ୟ ପାଇଁ ମିଛ ନୁହେଁ ବରଂ ସତ ସତିକା ମଦ ପିଇଥିବା କଥା ସ୍ବୀକାର କରିଛନ୍ତି। ଏହା ଆମିରଙ୍କ ଆଇଡିଆ ଥିଲା।
ଗୋଟିଏ ଦୃଶ୍ୟରେ ରାଜୁ(ଶରମନ), ରେଞ୍ଚୋ(ଆମିର) ଏବଂ ଫରହାନ(ମାଧବନ) ସିଢ଼ୀ ଉପରେ ବସି ମଦ ନିଶାରେ ନିଜ ପ୍ରଫେସର ‘ଭାଇରସ୍’ଙ୍କୁ ଗାଳି କରୁଥିବା ଦେଖାଯାଇଥିଲା। ଏଥିଲାଗି କଳାକାରମାନେ ସତସତିକା ମଦ ପିଇଥିଲେ। ହେଲେ ମାଧବନ ଅଧିକ ମଦପାନ କରିଦେଇଥିଳେ। ଏଣୁ ଦୃଶ୍ୟରେ ସେ ଭଲ ଅଭିନୟ କରିଥିଲେ। ହେଲେ ମଦ ପିଇ ଶଟ୍ ଦେବା ସହଜ ନ ଥିଲା। ଅଭିନେତାମାନେ ଗୋଟିଏ ପରେ ଗୋଟିଏ ରିଟେକ ନେଇ ଚାଲିଥିଲେ। ଏଥିପାଇଁ କ୍ୟାମେରା ରୋଲର ଷ୍ଟକ ମଧ୍ୟ ସରି ଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.