ପ୍ୟାରିସ୍,୧୩।୬: ଫ୍ରେଞ୍ଚ୍ ଓପନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଅଣସିଡ୍ ୨୫ ବର୍ଷୀୟ କ୍ରେଜିକୋଭା ୬-୧, ୨-୬, ୬-୪ ସେଟ୍ରେ ୩୧ତମ ସିଡ୍ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ଏଥିସହ କ୍ରେଜିକୋଭା ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ୧୯୮୧ ପରେ ସେ ପ୍ରଥମ ଚେକ୍ ଖେଳାଳିଭାବେ ଫ୍ରେଞ୍ଚ୍ ଓପନ ଜିତିଛନ୍ତି। ପୂର୍ବରୁ ହାନା ମାଡିଲକୋଭା ଏହି ସଫଳତା ହାସଲ କରିଥିଲେ। କ୍ରେଜିକୋଭା ସେମିଫାଇନାଲରେ ୧୭ତମ ସିଡ୍ ଗ୍ରୀସ୍ର ମାରିଆ ସାକାରିଙ୍କୁ ୭-୫, ୪-୬, ୯-୭ ସେଟ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ପାଭଲ୍ୟୁଚେଙ୍କୋଭା ସ୍ଲୋଭେନିଆର ତାମରା ଜିଡାନସେକଙ୍କୁ ୭-୫, ୬-୩ ସେଟ୍ରେ ହରାଇ ଫାଇନାଲକୁ ଉଠିଥିଲେ।
ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍!
ଇସଲମାବାଦ,୨।୬: ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଖୁସି ଖବର ଅଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ବାବର ଆଜମ ଏଥିରେ ନିୟୋଜିତ...
ଡବ୍ଲୁଟିସି ଫାଇନାଲ ପୂର୍ବରୁ ଇତିହାସ ରଚିଲା ନ୍ୟୁଜିଲାଣ୍ଡ: ୨୨ ବର୍ଷ ପରେ କଲା ଏମିତି କାରନାମା
ଏଜବେଷ୍ଟନ,୧୩।୬: ଆୟୋଜକ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିଛି। ଦଳ ଦ୍ୱିତୀୟ ଟେଷ୍ଟରେ ୮ ଉଇକେଟ ଜିତିଛି। ପ୍ରଥମ...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...
କୋଭିଡ୍ କର୍ଫ୍ୟୁ ଯୋଗୁ ଫ୍ରେଞ୍ଚ୍ ଓପନ ପ୍ରେମୀଙ୍କ ଅସନ୍ତୋଷ
ପ୍ୟାରିସ, ୧୧ା୬(ଏପି): ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ବୁଧବାର ରାତି ୧୧ଟା ବେଳେ ଆକସ୍ମିକ କରୋନା ଭାଇରସ୍ କର୍ଫ୍ୟୁ ଜାରି ହେବାରୁ ଖେଳପ୍ରେମୀଙ୍କ ମହଲରେ ଏନେଇ...
୨୪୯ ରନ୍ରେ ଅଟକିଲା ନ୍ୟୁଜିଲାଣ୍ଡ
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨ ରନ୍ର ଅଗ୍ରଣୀ ହାସଲ କରିଛି। ଏହା ପଛରେ ହାତ ଥିଲା...
ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ
ବ୍ରିଷ୍ଟଲ, ୧୭।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ...
ଭାରତୀୟ ଦଳରୁ ବାଦ୍ ପଡ଼ିବେ କେଉଁ ଖେଳାଳି? କୋହଲି ଦେଲେ ପରିବର୍ତ୍ତନ ନେଇ ବଡ଼ ସଙ୍କେତ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଳି ଟେଷ୍ଟ ଦଳରେ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ଦଳର ପ୍ରଦର୍ଶନର...
ଟୋକିଓ ଅଲିମ୍ପିକ୍ସ: ୨ ଓଡ଼ିଆଙ୍କୁ ଟିକେଟ
ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍ର ୧୬ଜଣିଆ ସ୍କ୍ବାଡ୍ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ...


