E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ଚତୁର୍ଥ ରାଉଣ୍ଡରେ ଜେଭରେଭ, ନିଶିକୋରି
8:56 amJune 5, 2021

ପ୍ୟାରିସ୍‌,୫।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ଶୁକ୍ରବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍‌ ଖେଳାଳି ଆଲେକଜାଣ୍ଡର ଜେଭରେଭ, ଜାପାନର କେଇ ନିଶିକୋରି, ଆର୍ଜେଣ୍ଟିନାର ଫେଡେରିକୋ ଡେଲବୋନିସ, ସ୍ପେନର ଆଲେଜାଣ୍ଡ୍ରୋ ଫୋକିନା, ଦ୍ୱିତୀୟ ସିଡ୍‌ ଖେଳାଳି ରୁଷିଆର ଡାନିଲି ମେଡଭେଡେଭ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ମେଡଭେଡେଭ ତୃତୀୟ ରାଉଣ୍ଡରେ ଆମେରିକାର ରିଲି ଓପେଲକାଙ୍କୁ ୬-୪, ୬-୨, ୬-୪ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜେଭରେଭ ତୃତୀୟ ରାଉଣ୍ଡ ମୁକାବିଲାରେ ସର୍ବିଆର ଲାସଲୋ ଡେରେଙ୍କୁ ୬-୨, ୭-୫, ୬-୨ ସେଟରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଜେଭରେଭ ଚତୁର୍ଥ ରାଉଣ୍ଡରେ ନିଶିକୋରିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ସୁଇଜରଲାଣ୍ଡର ହେନରୀ ଲାକୋସେନେନ ରିଟାୟାର୍ଡ ହର୍ଟ ହୋଇ ଓହରିଯିବା ଫଳରେ ନିଶିକୋରି ଚତୁର୍ଥ ରାଉଣ୍ଡକୁ ଉଠିଥିଲେ। ସେତେବେଳକୁ ନିଶିକୋରି ପ୍ରଥମ ସେଟ୍‌ରେ ୭-୫ରେ ଅଗ୍ରଣୀ ରହିଥିଲେ। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମୁକାବିଲାରେ ଡେଲବୋନିସ୍‌ ଓ ଫୋକିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଡେଲବୋନିସ ୬-୪, ୬-୧, ୬-୩ ସେଟ୍‌ରେ ୨୭ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନିଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଫୋକିନା ୧୫ତମ ସିଡ୍‌ ନରଓ୍ବେର କାସ୍ପର ରୁଡ୍‌ଙ୍କୁ ୭-୬, ୨-୬, ୭-୬, ୦-୬, ୭-୫ ମାରାଥନ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି।
ସେରେନା, ଆଜାରେଙ୍କାଙ୍କ ଅଗ୍ରଗତି, ସାବାଲେଙ୍କାଙ୍କ ବିପର୍ଯ୍ୟୟ
ମହିଳା ସିଙ୍ଗଲ୍ସରେ ୧୫ତମ ସିଡ୍‌ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ଓ ରୁଷିଆର ୩୧ତମ ସିଡ୍‌ ଆନାଷ୍ଟାସିଆ ପାଭଲ୍ୟୁଚେଙ୍କୋଭା ଚତୁର୍ଥ ରାଉଣ୍ଡରେ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ଆଜାରେଙ୍କା ତୃତୀୟ ରାଉଣ୍ଡରେ ଆମେରିକାର ମାଡିନସନ କେଜଙ୍କୁ ୬-୨, ୬-୨ ସେଟ୍‌ରେ ପରାସ୍ତ କରିଥିବା ବେଳେ ପାଭଲ୍ୟୁଚେଙ୍କୋଭା ୬-୪, ୨-୬, ୬-୦ ସେଟ୍‌ରେ ତୃତୀୟ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଛନ୍ତି। ବିପର୍ଯ୍ୟୟ ସହ ସାବାଲେଙ୍କା ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେହିପରି କାଜାଖସ୍ତାନର ଏଲିନା ରିବାକିନା ୬-୧, ୬-୪ ସେଟ୍‌ରେ ରୁଷିଆର ଏଲିନା ଭେସନିନାଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ଆମେରିକାର ସେରେନା ଓ୍ବିଲିୟମ୍ସଙ୍କୁ ଭେଟିବେ। ସେରେନା ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬-୪, ୬-୪ ସେଟ୍‌ରେ ନିଜ ଦେଶର ଡାନିଏଲ କଲିନ୍ସଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ତାମରା ଜିଡାନସେକ ୦-୬, ୭-୬, ୬-୨ ସେଟ୍‌ରେ ଚେକ ଗଣରାଜ୍ୟର କାଟେରିନା ସିନିଆକୋଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଗୋଟିଏ ଉଇକେଟ୍‌ ନେଇ ୨ ରେକର୍ଡ କଲେ ଇଶାନ୍ତ ଶର୍ମା: କପିଳ ଦେବଙ୍କୁ ପଛରେ ପକାଇଲେ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍‌ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି...

କିଶୋର କୁମାରଙ୍କ ଗୀତ ଗାଇଲେ ସୋଏବ

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତୀୟ ସିନେମାର ବର୍ଷୀୟାନ ଗାୟକ କିଶୋର କୁମାରଙ୍କ ଗୀତ ଗାଉଥିବାର ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ୍‌ ହୋଇଛି। ହାପେନ୍‌ଡହ୍ବାଟ୍‌...

ଦିୟା-ସ୍ବସ୍ତିକା ରନର୍ସଅପ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍‌ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍‌ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା...

ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଟାଲୀର ବୃହତ୍‌ ବିଜୟ

ରୋମ୍‌,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍‌ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍‌ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ...

ଅପମାନଜନକ ଟୁଇଟ୍‌ ପାଇଁ ରବିନସନ୍‌ ସସ୍‌ପେଣ୍ଡ

ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍‌ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍‌ ପୋଷ୍ଟ କରିଥିଲେ।...

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌

ସାଉଥାମ୍ପଟନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ହାଇପ୍ରୋଫାଇଲ ମ୍ୟାଚ୍‌ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମୁକାବିଲା ଯିଏ ଜିତିବ ସେ ପ୍ରଥମ ଟେଷ୍ଟ ଚାମ୍ପିୟନ ହେବାର ଗୌରବ...

ଆଇପିଏଲ୍‌ରେ ଦର୍ଶକ ଅନୁମତି ସମ୍ଭାବନା

ନୂଆଦିଲ୍ଲୀ, ୧।୬ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ...

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଜିତିଲା ଇଂଲଣ୍ଡ

କାର୍ଡିଫ, ୨୬ା୬ (ଏପି)-ବର୍ଷାରେ ପ୍ରଭାବିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୫ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହିତ ଦଳ ୨-୦ରେ ଅଗ୍ରଣୀ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଇସିୟୁରେ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ
Next Post Next post:
ଭାରତୀୟ ଖେଳାଳିଙ୍କୁ ୩ ଦିନ ପରସ୍ପର ସହ ମିଶିବା ମନା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts