ଭିଏତ୍ନାମ, ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି; ଯାହାକୁ ଦେଖିଲେ ଆଖି ଝଲସିଯିବ। ତା’ର ଚମକ କିମିଆଁ କରିବ। କାରଣ ଏହି ହୋଟେଲଟି ସମ୍ପୂର୍ଣ୍ଣଭାବେ ଗୋଲ୍ଡ ପ୍ଲେଟେଡ୍। ଏହାର ବାହାର, ଭିତର କୋଠରି, ଏମିତିକି ଟଏଲେଟ୍, ବେସିନ୍ ସବୁକିଛି ଗୋଲ୍ଡ ପ୍ଲେଟେଡ୍। ଏଠାରେ ଗୋଟିଏ ରାତି ବିତାଇବା ପାଇଁ ୨୫୦ ଡଲାର ଖର୍ଚ୍ଚ କରିବାକୁ ହେବ। ମହାମାରୀ କରୋନାର ତାଣ୍ଡବ ଚାଲିଥିବା ସମୟରେ ଖୋଲିଛି ଏହି ହୋଟେଲ। ଏହାର ନାମ ‘ଡୋଲ୍ସ ହାନୋଇ ଗୋଲ୍ଡେନ୍ ଲେକ୍’। ଦାବି କରାଯାଉଛି ଯେ, ଏହା ହେଉଛି ପୃଥିବୀର ପ୍ରଥମ ସୁନାର ହୋଟେଲ। ହୋଟେଲର ଲବି ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଛି। ଯେଉଁଥିରେ ଖର୍ଚ୍ଚ ହୋଇଛି ୨୦୦ ମିଲିୟନ ଡଲାର୍। କେବଳ ସେତିକି ନୁହେଁ, ହୋଟେଲର ପୁଲ୍, କୋଠରି, ବାସନକୁସନ, କପ୍ ପ୍ଲେଟ୍, ସାଓ୍ବର ଡେଡ୍, ଟୟଲେଟ୍ ବି ସୁନାର। ଗ୍ରାହକଙ୍କୁ ଏଠାରେ ସୁନା କପ୍ରେ କଫି ଦିଆଯାଏ। ଗାଧୋଇବା ପାଇଁ ଅଛି ସୁନାର ଟବ୍। ହାନୋଇର ମଧ୍ୟଭାଗରେ ଥିବା ଏହି ହୋଟେଲ୍ ୨୫ ମହଲାବିଶିଷ୍ଟ। ଏଠାକାର ଖାଦ୍ୟରେ ବି ଖାସ୍ ଉପାୟରେ ସୁନା ମିଶାଯାଇଥାଏ।
କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...
ବର ମଦନିଶାରେ ଶାଶୁଙ୍କୁ ପିନ୍ଧାଇଲେ ବରଣମାଳା…
ମୁମ୍ବାଇ,୫।୬:ଏବେ ସୋସିଆଲ୍ ମିଡ଼ିଆରେ ଏକ ବିବାହ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ବିବାହରେ ମଦ ନିଶାରେ ଚୁର୍ ଥିବା ବର ବିଚରା କନ୍ୟା ବଦଳରେ...
ସିମ୍ କାର୍ଡ କୋଣ କାହିଁକି କଟାଥାଏ: ଜାଣନ୍ତୁ ରହସ୍ୟ
ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର...
ପୁରୁଷଙ୍କ ଗର୍ଭରେ ଶିଶୁ, ଏପରି କିପରି ହୁଏ, ଜାଣନ୍ତୁ…
ଲଣ୍ଡନ,୮।୬: ମହିଳାଙ୍କ ଗର୍ଭରେ ଶିଶୁ ସୃଷ୍ଟି ପାଇଁ ପ୍ରକୃତି ସମସ୍ତ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି। ତେବେ ପୁରୁଷଙ୍କ ଶରୀରରେ ଏଭଳି ସ୍ଥିତି ସୃଷ୍ଟି...
ଏହି ଦେଶରେ ନାହାନ୍ତି ଗୋଟିଏ ହେଲେ ମଶା, ଜାଣନ୍ତୁ କାରଣ
ମଶା ଯୋଗୁ ସମଗ୍ର ବିଶ୍ୱବାସୀ ଅସୁବିଧାରେ ପଡ଼ନ୍ତି। ମଶା ଘଉଡ଼ାଇବା ପାଇଁ ଲୋକେ ନାନା ପଦକ୍ଷେପ ଅପଣାଇଥାନ୍ତି। ମାତ୍ର ଆଜି ଏମିତି ଏକ ଦେଶ ବିଷୟରେ...
୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…
କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍ ୮୮୭...
ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ବନ୍ଧ୍ୟାକରଣ ଅପରେଶନ୍ କରିଦେଲେ ଡାକ୍ତର…
ରାଞ୍ଚି,୨୦।୬: ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କର ବନ୍ଧ୍ୟାକରଣ ଅପରେଶନ୍ କରି ଡାକ୍ତର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ମହିଳା ତାଙ୍କ ପରିବାରର ଅନ୍ୟ...
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’
ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ...


