ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଲେ ତାଙ୍କୁ ୬ କୋଟି ଟଙ୍କା ମିଳିବ। ସେହିପରି ରୌପ୍ୟ ବିଜେତାଙ୍କୁ ୪ କୋଟି ଏବଂ ବ୍ରୋଞ୍ଜ ପଦକ ଜିତିଲେ ୨.୫୦ କୋଟି ଟଙ୍କା ମିଳିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ ଦିବସରେ ଅଲିମ୍ପିକ୍ ମେଡାଲିଷ୍ଟଙ୍କ ସହ ଆଲୋଚନା ସମୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ଥିଲେ। ଆସନ୍ତା ଟୋକିଓ ଅଲିମ୍ପିକ୍ସରେ ୩୦ ଖେଳାଳି ଅଂଶଗ୍ରହଣ କରିବେ। ସମସ୍ତଙ୍କୁ ପ୍ରସ୍ତୁତି ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କୁ ସରକାରୀ ଚାକିରି ଦିଆଯିବ, ଫଳରେ ଯୁବକମାନେ ଖେଳ ପ୍ରତି ଆଗ୍ରହୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଏକ ସରକାରୀ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି। କ୍ରୀଡ଼ା ବିଭାଗରେ ସରକାରୀ ଚାକିରି ସହ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ଡେପୁଟେଶନଭିତ୍ତିରେ ଶିକ୍ଷା ଏବଂ ଅନ୍ୟ ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି ଖଟ୍ଟର କହିଛନ୍ତି। ଖେଳକୁ ପ୍ରୋତ୍ସାହନ ପାଇଁ ସରକାର ଏକ ପଲିସି ଆଣୁଥିବା ସେ ସୂଚନା ଦେଇଛନ୍ତି। ଏହି ପଲିସି ଅନୁସାରେ ପଦକ ବିଜେତା କ୍ରୀଡ଼ାବିତ୍ଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି ସେ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି
ମିରାନଚୁକ୍ଙ୍କ ଗୋଲରେ ଜିତିଲା ରୁଷିଆ
ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍ବଲ ଚାମ୍ପିୟନଶିପ୍ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...
ଅନୁରୋଧ ପରେ ଟିମ୍ ଇଣ୍ଡିଆକୁ ମିଳିଲା ଅଭ୍ୟାସ ମ୍ୟାଚ୍
ମୁମ୍ବାଇ,୨୬।୬: ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ହାତରେ ପ୍ରାୟ ୪୦ ଦିନ ରହିଛି। ଏହି...
ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କଲେ
ବୁଦାପେଷ୍ଟ,୨୧।୬: ୟୁରୋକପ୍ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ...
ରୋମାଞ୍ଚକର ହେବ ଫାଇନାଲ୍: ୫ ଖେଳାଳିଙ୍କ ମଧ୍ୟରେ ରହିଛି ଖାସ୍ ସମ୍ପର୍କ
ଲଣ୍ଡନ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ର ଫାଇନାଲ ଜୁନ ୧୮ରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଉଭୟ ଟିମ ଇଣ୍ଡିଆର...
ଡବ୍ଲୁଟିସି ଫାଇନାଲ୍ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍ ରାଶି ଠାରୁ ବି କମ୍
ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ...
ଲିସ୍ବନରେ ପହଞ୍ଚତ୍ଲେ ନୀରଜ
ନୂଆଦିଲ୍ଲୀ, ୮ା୬ (ପି.ଟି.)- ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ପର୍ତ୍ତୁଗାଲରେ ପହଞ୍ଚତ୍ଛନ୍ତି। ଜୁନ୍ ୧୦ରେ ଲିସ୍ବନରେ...
ପେରେଜଙ୍କୁ ଦ୍ୱିତୀୟ ଫର୍ମୁଲା ଓ୍ବାନ ଟାଇଟଲ
ବାକୁ, ୭ା୬: ରେଡ୍ ବୁଲ୍ର ସର୍ଗିଓ ପେରେଜ ଆଜରବୈଜାନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଆଷ୍ଟନ ମାର୍ଟିନର ସେବାଷ୍ଟିଆନ ଭେଟେଲ ଓ...
୭ ବଲ୍ରେ ବିସ୍ଫୋରକ ୪୨ ରନ୍ କଲେ ଏହି ବ୍ୟାଟ୍ସମ୍ୟାନ୍: ରଚିଲେ ଇତିହାସ
ୟୁଏଇ,୨୦।୬: ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ କରାଚି କିଙ୍ଗସ ଏବଂ କ୍ୱେଟା ଗ୍ଲେଡିଏଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କରାଚି ନିର୍ଦ୍ଧାରିତ...


