ଅଭିନେତ୍ରୀ ନୂତନ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପାଗଳ କରି ଦେଉଥିଲେ। ସେ ୪ ଜୁନ୍ ୧୯୩୬ ରେ ଜନ୍ମଗ୍ରହଣ କରିଥିଲେ। ନୂତନ ସର୍ବଦା ନିଜର ସରଳତା ଏବଂ ଶାନ୍ତ ବ୍ୟବହାର ପାଇଁ ଜଣାଶୁଣା। ମାତ୍ର ପ୍ରଶଂସକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଶାନ୍ତ ନୂତନ ଅଭିନେତା ସଞ୍ଜୀବ କୁମାରଙ୍କୁ ଚାପୁଡ଼ା ମାରିଥିଲେ। ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକ ଉପରକୁ ଯାଇଥିଲେ ସେତେବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ସଞ୍ଜୀବ କୁମାର ମଧ୍ୟ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କଳାକାର ଥିଲେ। ନୁତନ ବିଷୟରେ ଗୋଟିଏ କଥା କୁହାଯାଉଥିଲା ଯେ, ସେ ତାଙ୍କ କୋ-ଷ୍ଟାର ଏବଂ ସେଟରେ ଥିବା ଲୋକଙ୍କ ସହ ଅଧିକ କଥା ହେଉ ନ ଥିଲେ। ସେହି ସମୟରେ ସଞ୍ଜୀବ କୁମାର ଫିଲ୍ମ ‘ଦେବୀ’ରେ ନୂତନ ସାଇନ କରିଥିଲେ। ପ୍ରାରମ୍ଭରେ ନୂତନ ଏବଂ ସଞ୍ଜୀବ କୁମାର ପରସ୍ପର ସହ ଅଧିକ କଥାବାର୍ତ୍ତା ହୋଇ ନଥିଲେ। କିନ୍ତୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ିଉଠିଥିଲା। ସେମାନେ ଦୁହେଁ ଦେବୀ ଫିଲ୍ମରେ ଏକାଠି କାମ କରିଥିଲେ।
‘ଦେବୀ’ ଶୁଟିଂରୁ ଏକଦା ବିରତି ପାଇବା ମାତ୍ରେ ନୂତନ ଏକ ମାଗାଜିନ୍ ପଢ଼ୁଥିଲେ। ଯେଉଥିରେ ତାଙ୍କର ସଞ୍ଜୀବଙ୍କ ସହ ଅଫେୟାର ଥିବା ନେଇ ଲେଖା ଯାଇଥିଲା। ଏହି ରିପୋର୍ଟ ପଢ଼ିବା ପରେ ନୂତନ ବହୁତ ରାଗିଯାଇ ସଞ୍ଜୀବଙ୍କୁ ସେଟରେ ଶକ୍ତ ଚାପୁଡ଼ା ମାରିଥିଲେ। ୧୯୭୨ରେ ଏକ ପତ୍ରିକାକୁ ଦିଆଯାଇଥିବା ସାକ୍ଷାତକାରରେ ସେ ଏହା ଉଲ୍ଲେଖ କରିଛନ୍ତି। ନୂତନ ଏବଂ ସଞ୍ଜୀବଙ୍କ ବନ୍ଧୁତାକୁ ମାଗାଜିନ୍ରେ ପ୍ରେମ ସମ୍ପର୍କର ନାମ ଦିଆଯାଇଥିଲା, ଯେଉଁଥିପାଇଁ ନୂତନଙ୍କ ଦାମ୍ପତ୍ୟ ଜୀବନ ଅଶାନ୍ତ ହୋଇପଡ଼ିଥିଲା। ଏହି ପତ୍ରିକା ପଡ଼ିବା ପରେ ନୁତନ୍ ବହୁତ ରାଗିଯାଇ ସଞ୍ଜୀବଙ୍କୁ ସେଟରେ ଚାପୁଡ଼ା ମାରିଥିଲେ। ଅନେକ ଲୋକ କୁହନ୍ତି ଯେ, ସେ ତାଙ୍କ ସ୍ବାମୀଙ୍କ ନିର୍ଦ୍ଦେଶରେ ଏହା କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.