ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗ ସମ୍ପର୍କରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଇ-ବର୍ଜ୍ୟବସ୍ତୁରେ ଏକ ଉଚ୍ଚତମ ରୋବଟ ମୂର୍ତ୍ତି ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରଠାରେ ୧୬ ଫୁଟର ଏଭଳି ମୂର୍ତ୍ତି ରହିଥିବାବେଳେ ଆଇଟିଆଇ ପକ୍ଷରୁ ନିର୍ମିତ ମୂର୍ତ୍ତିର ଉଚ୍ଚତା ୨୯ଫୁଟ ରହିଛି। ଏହି ଇ-ବର୍ଜ୍ୟବସ୍ତୁ ରୋବଟ୍ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେବ ବୋଲି ଅନୁଷ୍ଠାନ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଇ-ବର୍ଜ୍ୟବସ୍ତୁ କେନ୍ଦ୍ରରୁ ପ୍ରାୟ ଏକ ମାସ ପୂର୍ବରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ଏହାକୁ ତିଆରି କରିବା ପାଇଁ ଇଲେକ୍ଟ୍ରିସିିଆନ୍ ଓ ଇନ୍ଷ୍ଟ୍ରୁମେଣ୍ଟ୍ ମେକାନିକ୍ ବିଭାଗର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ସାମିଲ ହୋଇଛନ୍ତି। ଏଥିରେ ପ୍ରାୟ ୩ ଟନ୍ର ଇ-ବର୍ଜ୍ୟବସ୍ତୁ ବ୍ୟବହାର ହୋଇଛି। ଏଥିରେ ବହୁ ସଂଖ୍ୟାରେ ଅଚଳ କମ୍ପ୍ୟୁଟର, ମୋବାଇଲ୍, ସିଡି ପ୍ଲେୟାର, ଟିଭି, ଭିସିଆର୍ ଭଳି ଇ-ବର୍ଜ୍ୟବସ୍ତୁ ବ୍ୟବହୃତ ହୋଇଛି। ଏହି ରୋବଟକୁ ଅନୁଷ୍ଠାନର ଇ-ସ୍କ୍ରାପ୍ ପାର୍କ ମଧ୍ୟରେ ସ୍ଥାପନ କରାଯାଇଛି। ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ମୂର୍ତ୍ତି ହେବା ସହ ଆଗାମୀ ଦିନରେ ଗିିନିଜ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ହାସଲ ନେଇ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସମଗ୍ର ବିଶ୍ୱକୁ ଇ-ବର୍ଜ୍ୟବସ୍ତୁ ପ୍ରଦୂଷଣରୁ ରୋକିବାକୁ ହେଲେ ଏହାକୁ କିଭଳି ପୁନଃ ପ୍ରକ୍ରିୟାକରଣ କରାଯିବ ସେ ନେଇ ଏହି ମୂର୍ତ୍ତି ସଚେତନତାର ବାର୍ତ୍ତା ପ୍ରଦାନ କରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ବର୍ଜ୍ୟ ପରିଚାଳନା ରୁଲ୍ସ ଅନୁସାରେ ବର୍ଜ୍ୟ ବସ୍ତୁକୁ ବୈଜ୍ଞାନିକ ଉପାୟରେ ଗଚ୍ଛିତ ଏବଂ ନଷ୍ଟ କରାଯିବା ଆବଶ୍ୟକ। ନଚେତ୍ ଏହା ପ୍ରଦୂଷଣ ମାତ୍ରାକୁ ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ପରିବେଶ ଅସନ୍ତୁଳନ ସୃଷ୍ଟି କରିବ। ୨୦୧୯ରେ ବିଶ୍ୱରେ ୫୩.୬ ମେଟ୍ରିକ ଟନ ଇ-ବର୍ଜ୍ୟ ସୃଷ୍ଟି ହୋଇଥିଲା। ଯାହାର ମାତ୍ରା ମୁଣ୍ଡ ପିଛା ୭.୩ କିଲୋ ରହିଥିଲା। ୨୦୩୦ ବେଳକୁ ଏହା ୭୪.୭ ମେଟ୍ରିକ ଟନରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଛି। ବ୍ରହ୍ମପୁରର ଆଇଟିଆଇ ଟିମ୍ଙ୍କ ମତରେ ଏହି ସୁଉଚ୍ଚ ରୋବର୍ଟ ଲୋକଙ୍କ ମଧ୍ୟରେ ବିଶେଷକରି ପରିବେଶ ପାଇଁ ଚିନ୍ତା କରୁଥିବା ଲୋକଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବ। ଆଇଟିଆଇ ଟିମ୍ ଦ୍ୱାରା ଇ- ବର୍ଜ୍ୟରେ ପ୍ରସ୍ତୁତ ପାର୍କ ଏସିଆର ସର୍ବବୃହତ୍ ଅଟେ। ଏହା ଏସିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି।
Posted inଆମ ଜିଲା ଖବର, ଗଞ୍ଜାମ, ମେଟ୍ରୋ, ରାଜ୍ୟ View All
ବିଷ୍ଣୁପଦଙ୍କ କବିତା ସଙ୍କଳନ ଉନ୍ମୋଚିତ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବରିଷ୍ଠ ଅମଲାତନ୍ତ୍ରୀ ବିଷ୍ଣୁପଦ ସେଠୀଙ୍କ ଇଂଲିଶ କବିତା ସଙ୍କଳନ ‘ବିୟଣ୍ଡ ହିୟର୍ ଆଣ୍ଡ୍ ଅଦର ପୋଏମ୍ସ’କୁ ଉନ୍ମୋଚନ କରିଛନ୍ତି।...
ନୂଆ ରୂପ ନେବ କୋଇଲା ନଗରୀ
ଅନୁଗୋଳ ଅଫିସ, ୯ା୬ ଅମିତ କୁମାର ସାମଲ – କଳାହୀରାର ସହର ତାଳଚେରର ହେବ ନବକଳେବର। ନୂଆରୂପ ପାଇବ କୋଇଲା ନଗରୀ। ଆଖି ଝଲସାଇଦେଲା ଭଳି...
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
ନକଲି ଔଷଧ ବ୍ୟବସାୟୀଙ୍କୁ ସରକାରଙ୍କ ଚେତାବନୀ
ଭୁବନେଶ୍ୱର,୧୩।୬: ରାଜ୍ୟରେ ହେଉଥିବା ନକଲି ଔଷଧ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ...
ଆଜି କ୍ରୋମାଇଟ୍ ନିଲାମ
ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ...
ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...
ଭଙ୍ଗାଗଲା ମନ୍ଦିର, ପାଚେରି
କଟକ ଅଫିସ,୫।୬: କଟକ ଖାନ୍ନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ଛତ୍ରଗଡା ରାସ୍ତା ପାର୍ଶ୍ୱରେ ଥିବା ମନ୍ଦିର...
‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...


