ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ବୈବାହିକ ଜୀବନରେ ସଙ୍କଟ ଦେଖଦେଇଛି। ପାରସ୍ପରିକ ବିବାଦ ପରେ ନିଶା ତାଙ୍କ ସ୍ବାମୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ଏହା ପରେ କରଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତେବେ ପରଦିନ ତାଙ୍କୁ ଜାମିନ ମିଳିଯାଇଛି। ନିଶା ଅଭିଯୋଗ କରିଛନ୍ତି ଯେ କରଣ ତାଙ୍କୁ କାନ୍ଥକୁ ଠେଲି ଦେଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। କରଣ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ନିଶା ତାଙ୍କୁ ଅଧିକ ଟଙ୍କା ମାଗୁଛନ୍ତି, ଯାହା ସେ ଦେବାକୁ ପ୍ରସ୍ତୁତ ନୁହଁନ୍ତି। ସେ କୁହନ୍ତି, ଟଙ୍କାକୁ ନେଇ ଯୁକ୍ତିତର୍କ ପରେ ନିଶା ମୋ ରୁମକୁ ଆସି ମୋ ପରିବାରକୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ମୁଁ ତୁମ ଜୀବନକୁ ନଷ୍ଟ କରିଦେବି।
ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଅନେକ ସେଲିବ୍ରିଟି ମନ୍ତବ୍ୟ ଦେଉଛନ୍ତି। କିଛି ଲୋକ କରଣଙ୍କ ସପକ୍ଷରେ ଆସିଥିବାବେଳେ ଆଉ କିଛି ନିଶାଙ୍କୁ ସମର୍ଥନ କରିଛନ୍ତି। ତେବେ ଡ୍ରାମା କୁଇନ୍ ରକ୍ଷୀ ସାଓ୍ବନ୍ତ କହିଛନ୍ତି, ନିଶାଙ୍କ କଥା ଶୁଣି ମୁଁ ବହୁତ ଦୁଃଖି। ଏସବୁ ଦେଖି ମୋର ବିବାହ ଉପରୁ ଭରସା ଉଠିଗଲାଣି। ଏକଥା କହିବା ପରେ ରାକ୍ଷୀ ଆଉ ନିଶା-କରଣଙ୍କ ବିବାଦର ମଜାକ ଉଡାଇବାକୁ ପଛାଇନାହାନ୍ତି। ସେ କହିଥିଲେ, ଦୁହିଁଙ୍କ ସମ୍ପର୍କ ଭାଙ୍ଗିବାକୁ ନେଇ ମୁଁ ବହୁତ ଦୁଃଖୀ, ଜାଣିନାହିଁ ବିନା ମେକ୍ଅପ୍ରେ ମୁଁ କେମିତି ଲାଗୁଛି। ସୋସିଆଲ ଢ଼ଇଡିଆରେ ରାକ୍ଷୀଙ୍କ ଏହି ମନ୍ତବ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି।
କରଣ ମେହେରା ଏବଂ ନିଶା ରାୱଲ ୨୦୦୮ ମସିହାରେ ଫିଲ୍ମ ‘ହଁସତେ ହଁସତେ’ ସେଟରେ ସାକ୍ଷାତ ହୋଇଥିଲେ। କରଣ ମେହେରା ସେହି ଚଳଚ୍ଚିତ୍ରରେ ଷ୍ଟାଇଲିଷ୍ଟ ଭାବରେ କାମ କରୁଥିଲେ। ଅଭିନେତା ହେବା ବ୍ୟତୀତ କରଣ ମେହେରା ମଧ୍ୟ ଜଣେ ଫ୍ୟାଶନ ସ୍ନାତକ। କିଛି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ୨୦୧୨ ମସିହାରେ ବିବାହ କରିଥିଲେ।
ଦୀର୍ଘ ଦିନ ଧରି ଚାଲିଆସୁଥିବା ଟିଭି ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ନୈତିକ ସିଂଘାାନିଆ ଭୂମିକାରେ ଅଭିନୟ କରି କରଣ ମେହେରା ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଚେହେରା ପାଲଟିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ହିନା ଖାନ ଥିଲେ, ଯିଏ ଅକ୍ଷରା ଭୂମିକାରେ ଅଭିନୟ କରିଥିଲେ। କରଣ ‘ବିଗ ବସ ୧୦’ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ନିଶାଙ୍କ ସହ ‘ନଚ ବଲିୟେ ୫’ ଏବଂ ‘କିଚେନ ଚାମ୍ପିଅନ ୫’ରେ ମଧ୍ୟ ଅଂଶ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.