ପ୍ରଧାନମନ୍ତ୍ରୀ ହେବେ କି; ଉତ୍ତରରେ ସୋନୁ ସୁଦ୍‌ କହିଲେ..

କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି। ଏଭଳି ପରିସ୍ଥିତିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ଲୋକଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରୁଛନ୍ତି। ଅନେକ ଥର ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ରାଜନୀତିରେ ଯୋଗଦେବା ବିଷୟରେ ପ୍ରଶ୍ନ କରିଛନ୍ତି। ଏହାର ଜବାବରେ ସୋନୁ ସୁଦ ରାଜନୀତିରେ ଯୋଗଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି। ଅତୀତରେ, ଅଭିନେତ୍ରୀ ରାକ୍ଷୀ ସାୱନ୍ତ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ କହିଥିଲେ। ଏହାର ଜବାବରେ ସେ କହିଥିଲେ, ମୁଁ ଯେଉଁଠି ଅଛି ସେଠି ଠିକ୍‌ ଅଛି। ନିକଟରେ ଅଭିନେତ୍ରୀ ହୁମା କୁରେଶି ମଧ୍ୟ ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ଏନେଇ ସୋନୁ କହିଛନ୍ତି ଯେ ଯଦି ହୁମା ଏହିପରି ଅନୁଭବ କରନ୍ତି, ତେବେ ଏହା ବୋଧହୁଏ ଟିକିଏ ଅଧିକ ଅଟେ। ଯଦି ସେମାନେ ଅନୁଭବ କରନ୍ତି ଯେ ମୁଁ ଏହି ସମ୍ମାନର ଯୋଗ୍ୟ, ତେବେ ମୋତେ ଏହା ପୂର୍ବରୁ କିଛି ଭଲ କରିବାକୁ ପଡିବ। ତଥାପି, ମୁଁ ହୁମାଙ୍କ ସହ ସହମତ ନୁହଁ କାରଣ ଆମର ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ଅଛନ୍ତି। ମୁଁ ଭାବୁଛି ଯେ ମୁଁ ଏତେ ବଡ଼ ଦାୟିତ୍ୱ ନେବାକୁ ବହୁତ ଛୋଟ ଅଟେ। ହଁ, ମୁଁ ଜାଣେ ରାଜୀବ ଗାନ୍ଧୀ କେବଳ ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ଏହା ଏକ ଭିନ୍ନ ପରିସ୍ଥିତି ଥିଲା ଏବଂ ସେ ଏକ ସମ୍ମାନଜନକ ରାଜନୈତିକ ପରିବାରର ଥିଲେ ମଧ୍ୟ ମୋର କୌଣସି ଅଭିଜ୍ଞତା ନାହିଁ ବୋଲି ସେ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.