କୋଭିଡ୍ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା ଲାଗି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଅକୋଲେ ଗାଁରେ ସେମାନେ ୨୫,୦୦୦ ଲୋକଙ୍କୁ ସବୁ ସୁବିଧା ଉପଲବ୍ଧ କରାଇ ପାରିଛନ୍ତି। ଏଠାରେ ଲୋକମାନେ ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ରହନ୍ତି। ଏହି ବୃହତ୍ ଗାଁରେ ୩୦ ଶଯ୍ୟା ବିଶିଷ୍ଟ ମେଡିକାଲ ରହିଛି, ଯାହା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ନୁହେଁ। ଭଲ ଚିକିତ୍ସା ପାଇବାକୁ ହେଲେ ଗ୍ରାମବାସୀଙ୍କୁ ୭୦ କି.ମି ଦୂର ଚିକିତ୍ସାଳୟକୁ ଯିବାକୁ ପଡ଼େ। ଏଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ୩୩ ଲକ୍ଷ ଟଙ୍କା ବ୍ୟୟରେ ୬୦ଟି ଅକ୍ସିଜେନ ବେଡ୍ର ସୁବିଧା କରିଛନ୍ତି। ଅକୋଲେଠାରୁ ୨ କି.ମି ଦୂର ସୁଗାନୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା କରାଯାଇଛି। ଶିକ୍ଷକମାନେ ସବୁ କାର୍ଯ୍ୟ ପରିଚାଳନା କରିବାକୁ ଏକ ହ୍ବାଟ୍ସଆପ ଗ୍ରୁପ୍ ଖୋଲିଛନ୍ତି। ୧,୧୦୦ଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ପ୍ରତ୍ୟେକ ୧,୦୦୦ ଟଙ୍କା ଦେଇ ୧୧ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ୧୨ ଲକ୍ଷ ଟଙ୍କା ଦେଇଛନ୍ତି। ଏହାବାଦ୍ ଘରୋଇ ଅନୁଷ୍ଠାନ ଏବଂ ଲୋକମାନେ ଆଉ ୧୦ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି। ଏହି ଅଭିଯାନର ନେତୃତ୍ୱରେ ରହିଛନ୍ତି ପରଖତ୍ପୁର ଜିଲା ପରିଷଦ ସ୍କୁଲର ଶିକ୍ଷକ ରାଜେନ୍ଦ୍ର ସଦଗିର୍।
କରୋନା ବର୍ଜ୍ୟ ବିପଦ
ଡା. ଉମେଶ ଚନ୍ଦ୍ର ପାତ୍ର ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି ଏବଂ ଭୟାବହ କରୋନା ମହାମାରୀ ଦିନକୁ ଦିନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି...
ଏଇ ଭାରତରେ
କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ,...
ସଙ୍କଟ କାଳରେ ଭୋକ ଓ ଭୂତାଣୁ
ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ସଂପ୍ରତି ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ।...
ଏଇ ଭାରତରେ
କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ...
ବାଇଡେନ୍ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ
ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...
ଅସ୍ଥି କଳସର ଦୁଃଖ
ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...
ମାଙ୍ଗାଲୋର ନ ଯାଇ ମଙ୍ଗଳ
ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍ ବେଜୋସ୍ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ...
ଏଇ ଭାରତରେ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ...


