E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନୁଗୋଳ, ରାଜ୍ୟ

ସଂକ୍ରମଣ ନେଉଛି ଅଧିକ ଜୀବନ
11:01 amJune 3, 2021

ଅନୁଗୋଳ ଅଫିସ, ୩ା୬:  ଜନ୍ମରୁ ୨୮ ଦିନ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ସଂକ୍ରମଣ (ଇନ୍‌ଫେକ୍‌ଶନ) ହିଁ ଅଧିକ ଶିଶୁଙ୍କ ଜୀବନହାନି ଘଟାଇଥାଏ। ତେଣୁ ନବଜାତକଙ୍କୁ ଇନ୍‌ଫେକ୍‌ଶନରୁ ସୁରକ୍ଷିତ ରଖିବାକୁ ଲେବର ରୁମ୍‌, ଓଟି ଏବଂ ନବଜାତ ଓ୍ବାର୍ଡର ବିଶୋଧନକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥାଏ। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏ କ୍ଷେତ୍ରରେ ଘୋର ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ନବଜାତ ଶିଶୁଙ୍କ ମୃତ୍ୟୁ ହାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଗତ ୩ ବର୍ଷ ମଧ୍ୟରେ ଜିଲାର ବିଭିନ୍ନ ଡାକ୍ତରଖାନାରେ ମୋଟ୍‌ ୧୩୩୯ ନବଜାତକଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି।

ଗର୍ଭଧାରଣଠାରୁ ସୁରକ୍ଷିତ ପ୍ରସବ ଓ ଶିଶୁ ମୃତ୍ୟୁହାର ରୋକିବା ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ମାଳ ମାଳ ଯୋଜନା ସହ ଡାକ୍ତରଖାନାରେ ପ୍ରସବ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଏହାସତ୍ତ୍ୱେ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତକ ସଂକ୍ରମଣର ଶିକାର ହେବା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନବଜାତ ଶିଶୁମାନଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ ହେଲେ ଡାକ୍ତରଖାନାର ଲେବର ରୁମ୍‌, ଓଟି ଓ ନବଜାତ ୱାର୍ଡକୁ ନିୟମିତ ଭାବେ ବିଶୋଧନ କରାଯିବା ଉଚିତ। ଏହି ସ୍ଥାନଗୁଡ଼ିକ କିଭଳି ଭାବେ ସଂକ୍ରମଣ ମୁକ୍ତ ରହିବ, ସେହି ଦାୟିତ୍ୱ ମେଡିକାଲ ପରିଚାଳକଙ୍କ ଉପରେ ନ୍ୟସ୍ତ କରାଯାଇଛି। ଠିକ୍‌ ଭାବେ ସଫେଇ ସହ ଶିଶୁର ମା, ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ବ୍ୟତୀତ ବାହାର ଲୋକ ଯେଭଳି ନବଜାତ ଶିଶୁ ୱାର୍ଡକୁ ନ ଯିବେ, ସେଥିପ୍ରତି ଧ୍ୟାନ ଦିଆଯିବା ଜରୁରୀ। କିନ୍ତୁ ଢିଲା ସୁରକ୍ଷା କାରଣରୁ ଉକ୍ତ ୱାର୍ଡକୁ ଅନ୍ୟ ଲୋକ ପ୍ରବେଶ କରୁଛନ୍ତି। ୨୪ ଘଣ୍ଟିଆ ସଫେଇ ହେଉ ନ ଥିବାବେଳେ କେବଳ ଆବଶ୍ୟକ ପଡ଼ିଲେ କର୍ମଚାରୀଙ୍କୁ ଡକାଯାଇ ବିଶୋଧନ କରାଯାଉଛି। ଏଥିଯୋଗୁ ଅଧିକାଂଶ ଶିଶୁ ସଂକ୍ରମଣର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁ ଜନ୍ମ ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥାଏ। ଏଥିସହ ଜନ୍ମ ସମୟରେ ଅମ୍ଳଜାନ ଅଭାବ ମଧ୍ୟ ଶିଶୁ ମୃତ୍ୟୁର ଅନ୍ୟ ଏକ କାରଣ। ନବଜାତକଙ୍କୁ ଏଥିରୁ ରକ୍ଷା କରିବାକୁ ହେଲେ ଲେବର ରୁମ୍‌, ଓଟି, ୱାର୍ଡ ଓ ଏସ୍‌ଏନ୍‌ସିୟୁରୁ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା କରାଯିବା ଉଚିତ। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା କରାଯାଉ ନାହିଁ। ସେହିପରି ଯନ୍ତ୍ରାଂଶ ଓ ଚଟାଣରେ ସଂକ୍ରମଣ ରହିଛି କି ନାହିଁ, ତାହା ଯାଞ୍ଚ ହେଉନାହିଁ। ଏପରି ଅବହେଳା ଯୋଗୁ ୨୦୧୮-୧୯ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୮୬ ଓ ୨୮ଦିନରୁ ୧୨ ମାସ ମଧ୍ୟରେ ୧୩୨ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୧୯-୨୦ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୧୭ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ୧୧୨ ଶିଶୁ, ୨୦୨୦-୨୧ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୦୬ ଏବଂ ୨୮ ଦିନରୁ ୧୨ ମାସ ମଧ୍ୟରେ ୮୬ ଶିଶୁଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅନୁଧ୍ୟାନ ପରେ ଜଣାପଡ଼ିବ
ନୂଆ କରି ଅନୁଗୋଳରେ ଯୋଗ ଦେଇଛି। ଶିଶୁ ମୃତ୍ୟୁ ସମ୍ପର୍କରେ ତର୍ଜମା କରିନାହିଁ। ଏ ନେଇ ସମୀକ୍ଷା ବୈଠକ କରାଯିବା ପରେ ଜିଲାରେ କେତେ ନବଜାତକ ଓ ଶିଶୁଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିବ। କେବଳ ସଂକ୍ରମଣ ନୁହେଁ, ଅନ୍ୟ କାରଣ ମଧ୍ୟ ରହିଛି। ତେବେ ସମୀକ୍ଷା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ

ତଦାରଖ କରିବା ଅଧିକାରୀ ଢିଲା ମାରୁଛନ୍ତି
ନବଜାତ ଶିଶୁ ମୃତ୍ୟୁର ବିଭିନ୍ନ କାରଣ ରହିଛି। ତଥାପି ସଂକ୍ରମଣ ଯୋଗୁ ହିଁ ଅଧିକ ମୃତ୍ୟୁ ଘଟିଥାଏ। ଇମ୍ଫେକଶନ ରୋକିବାକୁ ମେଡିକାଲଗୁଡ଼ିକ ପକ୍ଷରୁ ଯାଞ୍ଚ କରାଯାଉନାହିଁ। ତଦାରଖ ଦାୟିତ୍ୱରେ ଥିବା ଅଧିକାରୀ ଢିଲା ମାରୁଛନ୍ତି। ଖାଲି ପାଦ ଓ ପରିଧାନ କରିଥିବା ପୋଷାକରେ ଆଶା, ମେଡିକାଲ କର୍ମଚାରୀମାନେ ଲେବର ରୁମ୍‌, ଓଟି ଓ ଶିଶୁ ୱାର୍ଡକୁ ପ୍ରବେଶ କରୁଛନ୍ତି। ଠିକ୍‌ ସମୟରେ ରେଫର କରା ନ ଯିବା ମଧ୍ୟ ଏଥିପାଇଁ ଦାୟୀ।
-ଡାକ୍ତର ନୀଳକଣ୍ଠ ସାହୁ, ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ,ଅନୁଗୋଳ

ସଂକ୍ରମଣରୁ ସୁରକ୍ଷା ଜରୁରୀ
ମେଡିକାଲ ପରିଚାଳନା ପାଇଁ ପରିଚାଳକ ନିୟୋଜିତ ହୋଇଛନ୍ତି। ସେ ସଂକ୍ରମଣ ଓ ବିଶୋଧନ କାର୍ଯ୍ୟ ତଦାରଖ କରିବେ। ଏହାଛଡ଼ା ଉପଯୁକ୍ତ ଚିକିତ୍ସା ମଧ୍ୟ ଆବଶ୍ୟକ। ଶିଶୁ ନ କାନ୍ଦିଲେ କି ଓଜନ ଅଢ଼େଇ କିଲୋ ହୋଇ ନ ଥିଲେ, ତୁରନ୍ତ ଏସ୍‌ଏନ୍‌ସିୟୁକୁ ଆଣିବା କଥା। ଦୂରରୁ ଆଣୁଥିଲେ ଗାଡ଼ିର କାଚ ଆବଦ୍ଧ କରିବା ସହ ଭଲ କରି ଘୋଡ଼ାଇ ଆଣନ୍ତୁ। ଶିଶୁକୁ ସଂକ୍ରମଣରୁ ଦୂରେଇ ରଖିବା ଅତି ଜରୁରୀ।
-ଡାକ୍ତର ନନ୍ଦକିଶୋର ସାହୁ, ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ

ଶିଶୁ ମୃତ୍ୟୁ ସମ୍ପର୍କରେ ଜଣାନାହିଁ
ଜିଲା ମୁଖ୍ୟ ଚିକିତ୍ସାଳୟରେ କାହିଁକି ନବଜାତ ଶିଶୁଙ୍କ ମୃତ୍ୟୁ ହେଉଛି, ସେ ସମ୍ପର୍କରେ ଜଣାନାହିଁ। ଏ ନେଇ ଶିଶୁ ଡାକ୍ତରଙ୍କ ସହ ଯୋଗାଯୋଗ କରାଗଲେ ସେ କହିପାରିବେ। ମୋ କାର୍ଯ୍ୟ ମେଡିକାଲ ପରିଚାଳନା। କେତେ ଶିଶୁ ମଲେ, ସେହି ତଥ୍ୟ ମୋ ନିକଟରେ ନାହିଁ।
-ଦେବାଶିଷ ଦାସ, ପରିଚାଳକ, ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ

କର୍ତ୍ତୃପକ୍ଷଙ୍କ ଅପାରଗତା ଧରାପଡ଼ିଯାଇଛି
୩ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ଏତେ ସଂଖ୍ୟାରେ ନବଜାତ ଶିଶୁଙ୍କ ମୃତ୍ୟୁ ହେବା କର୍ତ୍ତୃପକ୍ଷଙ୍କ ଅପାରଗତା ଧରାପକାଇଦେଇଛି। ୨୦୧୭ରୁ ଅନୁଗୋଳ ମେଡିକାଲରେ ସ୍ବତନ୍ତ୍ର ଭାବେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। କିନ୍ତୁ ପରିଚାଳନାଗତ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜୁଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି, ଅନୁଗୋଳ


[mc4wp_form id="252536"] All Right Reserved By Dharitri.Com

Posted inଅନୁଗୋଳ, ରାଜ୍ୟ View All

ଅତ୍ୟଧିକ କାର୍ଯ୍ୟ ଚାପରେ ଜୀବନ ହାରିଲେ ମହିଳା ଯନ୍ତ୍ରୀ

ଭଞ୍ଜନଗର,୨୪ା୬: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ ଜେ. ଅନିତା(୩୩) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିର୍ବାହୀ ଯନ୍ତ୍ରୀଙ୍କ...

‘ୟାସ୍‌’ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ବାତ୍ୟା ‘ୟାସ୍‌’ ଅନେକ କ୍ଷତି ଘଟାଇଥିଲା। ଏହି ବାତ୍ୟାରେ ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ତେବେ ଗୁରୁବାର...

ୟୁଟ୍ୟୁବ୍‌ରେ ପ୍ରଥମରୁ ଦଶମ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଛି। ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସକାଳ...

ଦୁଗ୍ଧଚାଷୀଙ୍କୁ ୧୧ କୋଟିର ସହାୟତା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓମ୍‌ଫେଡ ଦୁଗ୍ଧଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୧ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ...

ଛେଳିର ଅନ୍ତ୍ୟେଷ୍ଟିକ୍ରିୟା

ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ...

ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ

କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ...

ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍‌। ଏଭଳି ଏକ...

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ଫଳରେ ଘରେ ରହି ଲୋକେ ପହିଲି ରଜ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଭାକ୍ସିନ୍‌ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍‌…
Next Post Next post:
ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts