E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ

ବାଲି ଲୁଟ୍‌ର ତଦନ୍ତ ଆରମ୍ଭ
11:16 amJune 19, 2021

ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ତଦନ୍ତ ହୋଇଛି। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପରିବେଶ ବୈଜ୍ଞାନିକ ଏମ୍‌. ଆର୍‌. ପ୍ରସାଦ, ଖଣି ବିଭାଗ ସହ ନିର୍ଦ୍ଦେଶକ ବି.କେ. ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା ପ୍ରମୁଖ ଏହି ତଦନ୍ତରେ ସାମିଲ ହୋଇଥିଲେ। ୧୫ା୪ା୨୦୨୧ରେ ଏନଜିଟି ପକ୍ଷରୁ ଜଷ୍ଟିସ ବି.ଅମିତ୍‌ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ବାଲି ଖାଦାନ ଦ୍ୱାରା ହୋଇଥିବା କ୍ଷତି ପରିମାଣ, ପରିବେଶ କ୍ଷୟକ୍ଷତି ଆକଳନ, ନଦୀଶଯ୍ୟା, ନଷ୍ଟ ଇତ୍ୟାଦି ସମ୍ପର୍କରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲାପାଳ, ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ (ଡିଡିଏମ), ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ବୈଜ୍ଞାନିକ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପ୍ରତିନିଧିଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଥିଲା।
ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ପାର୍ଶ୍ୱବର୍ତ୍ତୀ ମସୁଦପୁର ଗ୍ରାମର ପିନାକ ରଞ୍ଜନ ଦାସଙ୍କ ପକ୍ଷରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ଏନଜିଟିରେ ଏହି ଅଭିଯୋଗ ଦାଖଲ କରିଥିଲେ। ତଦନୁସାରେ (କେସ୍‌ ନଂ-୪୮/୨୦୨୦/ଇଜେଡ୍‌)ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀର ଗତିପଥ ବଦଳିବା, ଖରସ୍ରୋତା ବ୍ରିଜ୍‌ ପ୍ରତି ବିପଦ, ସ୍ଥାନୀୟ ହାଟ, ସ୍କୁଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏହାର ପ୍ରଭାବ ଏବଂ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍‌ ହୋଇଛି। ଏହା ପୂର୍ବରୁ ଗ୍ରାମବାସୀ ତହସିଲଦାର ଓ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ତେଣୁ ଦାସ ବାଧ୍ୟ ହୋଇ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏନଜିଟିରେ ମାମଲା ରୁଜୁ ହେବା ପରେ ବାଲି ଲୁଟ୍‌ କରିଥିବା ଅଭିଯୋଗରେ ଲକ୍ଷ୍ମୀଧର ମହାନ୍ତିଙ୍କ ଉପରେ ୨୦ ହଜାର ଜରିମାନା ଓ ବ୍ୟାସନଗର ତହସିଲ ପକ୍ଷରୁ ଗଚ୍ଛିତ ବାଲିକୁ ଆକଳନ କରାଯାଇ ୧ ଲକ୍ଷ ୮୮ ହଜାର ୨୩୭ ଟଙ୍କା ଜରିମାନା କରାଯାଇଥିଲା। ମାତ୍ର ଏହି ଜରିମାନା ସୁଲାସୁତୁରାରେ କରାଯିବା ଓ ତଦନ୍ତ ସମୟରେ ଅଭିଯୋଗକାରୀ ଦାସଙ୍କୁ ଡକା ନ ଯିବା ଓ ବହୁ ଅଧିକ ପରିମାଣରେ ରାଜସ୍ବ ହାନି ହେବା ନେଇ ଏନ୍‌ଜିଟିରେ ପୁନଃ ଅଭିଯୋଗ ହୋଇଥିଲା। ଜିଲାପାଳ ରାଠୋର କହିଛନ୍ତି, ନଦୀରୁ ବାଲି ଉତ୍ତୋଳନର ମାପ କରାଯିବା ପରେ ଏନେଇ ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବୈତରଣୀ ନଦୀଗର୍ଭରେ ଯାଜପୁର ଜିଲାର ବ୍ୟାସନଗର ତହସିଲ ଅନ୍ତର୍ଗତ ସଠିପୁର ଲିଙ୍ଗେଶ୍ୱର, ନିଶଙ୍ଖପୁର, ନୟାହାଟପାଟଣା, ଗହ୍ମାରିଆ, ଦୋସିଆମୁହଁ।, କଣ୍ଟାବଣିଆ, ସାହାଡାଶୁଣୀ, ମୁକୁନ୍ଦପୁର, ମଥୁରାପୁର, ମୂଳାପାଳ, ସାଁଆଳ, ସାଲବା ଆଦି ବାଲିଘାଟରେ ବେଆଇନ ଉତ୍ତୋଳନ ବ୍ୟାପକ ହେଉଛି। ଏକାଧିକ ମେଶିନ ଲଗାଇ ନିର୍ଦ୍ଧାରିତ ପରିମାଣଠାରୁ ୧୦ଗୁଣରୁ ଅଧିକ ବାଲି ଲୁଟ୍‌ କରାଯାଉଛି। ଏହାକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନିଆଯିବ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All

କରୋନା ଛଡ଼ାଇନେଲା ଜୀବିକା

ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ ରହିଛି। ପୂର୍ବରୁ ଲକ୍‌ଡାଉନ ସମୟରେ କେବଳ ୪ଘଣ୍ଟା...

ସମୟରେ ପହଞ୍ଚି ବଞ୍ଚାଇଲେ ୪ ନାବାଳକଙ୍କ ଜୀବନ

ଆନନ୍ଦପୁର,୨୩।୬: କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରେ ବୁଧବାର ସକାଳେ ୪ ନାବାଳକ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗ ସମସ୍ତଙ୍କୁ ସୁରକ୍ଷିତ...

ଡାକ୍ତରଙ୍କ ଆକାଉଣ୍ଟରୁ କାଟି ନେଲେ ୧୦ ଲକ୍ଷ

ଆଳି,୧୪।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ବାଦଲ କୁମାର ମହାନ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା...

ଡା. ମନୋଜ ସାହୁଙ୍କୁ ଜାତୀୟ ସମ୍ମାନ

ଭୁବନେଶ୍ୱର, ୫।୬ (ବ୍ୟୁରୋ): ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁଙ୍କୁ ‘କାମରାଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ’ ସମ୍ମାନ...

ଯଥାର୍ଥ ନୁହେଁ, ଭୁଲ୍‌

ଭୁବନେଶ୍ୱର,୨୧।୬(ଓଁକାର ମିଶ୍ର): ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍‌ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ସମୟରେ...

ଭଙ୍ଗାଗଲା ମନ୍ଦିର, ପାଚେରି

କଟକ ଅଫିସ,୫।୬: କଟକ ଖାନ୍‌ନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍‌ ଟର୍ମିନାଲ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ଛତ୍ରଗଡା ରାସ୍ତା ପାର୍ଶ୍ୱରେ ଥିବା ମନ୍ଦିର...

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ଫଳରେ ଘରେ ରହି ଲୋକେ ପହିଲି ରଜ...

କରୋନାକୁ ହରାଇଲେ ମାସକର ଶିଶୁ

ନୂଆପଡ଼ା ଅଫିସ,୧୯।୫: କରୋନାର ଦ୍ୱିତୀୟ ଲହରରେ ଦିନକୁ ଦେଶରେ ୪ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସଙ୍କଟ ଜନକ ସ୍ଥିତିରେ ନୂଆପଡ଼ା ଜିଲାରୁ ଆସିଛି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ନୟାପଲ୍ଲୀ ଶ୍ମଶାନ, ଖେଳପଡ଼ିଆକୁ ନେଇ ମୁହାଁମୁହିଁ
Next Post Next post:
ସହାୟତାର ହାତ ବଢ଼ାଇଲା ଶତ୍ରୁ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts