ରୋମ୍,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ ଗୋଲ ସ୍କୋର ହୋଇଥିଲା। ସାରା ମ୍ୟାଚ୍ରେ ଇଟାଲୀ ପ୍ରଭାବ ବିସ୍ତାର କରି ଖେଳିଥିଲା।
୨୦୧୮ ଫିଫା ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରି ନ ପାରି ଇଟାଲୀ ବେଶ୍ ସମାଲୋଚିତ ହୋଇଥିଲା। ତେବେ ଏହି ମ୍ୟାଚରେ ଦମ୍ଦାର ପ୍ରଦର୍ଶନ କରିଥିଲା। ଏହାପୂର୍ବରୁ କ୍ୱାଲିଫାଇଂରେ ଇଟାଲୀ ୧୦ଟି ମ୍ୟାଚ୍ ଖେଳି ସବୁଥିରେ ବିଜୟ ହାସଲ କରିଥିଲା। ଗତ ୫ ବର୍ଷ ମଧ୍ୟରେ କୋଚ୍ ରୋବେର୍ଟୋ ମାନସିନିଙ୍କ ଇଟାଲୀ ଦଳ ପ୍ରଥମଥର ପାଇଁ ୩-୦ରେ ବିଜୟ ହାସଲ କରି ଜବରଦସ୍ତ ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ଇଟାଲୀ ୧୩ଟି ପ୍ରୟାସ ଓ ତୁର୍କୀ କୌଣସି ପ୍ରୟାସ କରି ନ ଥିଲା। ସମ୍ପୂର୍ଣ୍ଣ ମ୍ୟାଚ୍ରେ ଇଟାଲୀ ୨୪ ଓ ତୁର୍କୀ ୩ଟି ପ୍ରୟାସ କରିଥିଲା। ତୁର୍କୀର ଖେଳ ରକ୍ଷଣାତ୍ମକ ଥିଲା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ତୁର୍କୀ ସେଣ୍ଟରବ୍ୟାକ୍ ମୋରି ଡେମିରାଲ ୫୩ତମ ମିନିଟ୍ରେ ଆତ୍ମଘାତୀ ଗୋଲ କରିଥିଲେ। ଫଳରେ ଇଟାଲୀ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୬୬ତମ ମିନିଟ୍ରେ ସିରୋ ଇମୋବାଇଲ ଓ ୭୯ତମ ମିନିଟ୍ରେ ଲୋରେଞ୍ଜୋ ଇନ୍ସିଗ୍ନେ ଗୋଲ ଦେଇ ଇଟାଲୀକୁ ଜିତାଇଥିଲେ। ଶନିବାର ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍ରେ ସୁଇଜରଲାଣ୍ଡ ଓ ଓ୍ବେଲ୍ସ ପରସ୍ପରକୁ ଭେଟିଥିଲେ ଓ ଏହା ୧-୧ ଗୋଲରେ ଅମୀମାଂସିତ ରହିଛି।
ପଡିଆରେ ଟାଓ୍ବେଲ୍ ପିନ୍ଧି ଫିଲ୍ଡିଂ କଲେ ସାମି: ଦେଖନ୍ତୁ ଭିଡିଓ
ସାଉଥାମ୍ପଟନ୍,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍(ଡବ୍ଲୁଟିସି) ଫାଇନାଲ୍ରେ ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ସାମି ଜବରଦସ୍ତ ବୋଲିଂ କରିଛନ୍ତି। ସେ ୪ଟି ଉଇକେଟ୍ ନେଇ ଭାରତୀୟ ଦଳକୁ...
ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର
ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...
୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର
ମୁମ୍ବାଇ, ୧।୬: ସୁଯୋଗ ଅଭାବରୁ ୨୮ ବର୍ଷ ବୟସରେ ସମିତ ପଟେଲ ଭାରତୀୟ କ୍ରିକେଟରୁ ଅସବର ନେଇଛନ୍ତି। ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍...
ବିମାନ ବନ୍ଦରରେ ଛଡ଼ାଇ ନେଲେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାସପୋର୍ଟ
ଅକ୍ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍ ଗଦା କେଉଁଠି। ଏପରି କି ଗଦା ସହ...
ସାଉଥାମ୍ପଟନ ପିଚ୍ରେ ଦେଖିବାକୁ ମିଳିବ ପେସ, ବାଉନ୍ସ
ସାଉଥାମ୍ପଟନ, ୧୪।୬:ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଜେସ ବାଉଲଠାରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ...
୨୪୯ ରନ୍ରେ ଅଟକିଲା ନ୍ୟୁଜିଲାଣ୍ଡ
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨ ରନ୍ର ଅଗ୍ରଣୀ ହାସଲ କରିଛି। ଏହା ପଛରେ ହାତ ଥିଲା...
କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା
ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ...
ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି
ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...


