E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

କଲେ ମଲ, ନ କଲେ ଭଲ
8:20 amJune 3, 2021

ରଞ୍ଜନ କୁମାର ଦାସ

ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା ଥାଆନ୍ତୁ କି ଅଫିସର ଥାଆନ୍ତୁ, ଯଦି ସେମାନେ ସମୟର ଆହ୍ବାନ ଓ ଲୋକଙ୍କର ଆବଶ୍ୟକତାକୁ ଅନୁଧ୍ୟାନ କରି ତ୍ୱରିତ ପଦକ୍ଷେପ ନିଅନ୍ତି ଓ ତୁରନ୍ତ ଫଳ ପ୍ରଦାନ କରିପାରନ୍ତି, ତେବେ ସେମାନେ ଜନପ୍ରିୟ ହୁଅନ୍ତି। ଯେଉଁମାନେ ଏ ପ୍ରକାର ନ କରିପାରନ୍ତି ଲୋକେ ତାଙ୍କୁ ହିସାବକୁ ନିଅନ୍ତି ନାହିଁ। ଇତିହାସ ତାଙ୍କୁ ମଧ୍ୟ ମନେ ରଖେ ନାହିଁ।
ଦେଶ ମାତୃକାର ଓ ସମାଜର ସେବା କରିବା ପାଇଁ ଯେତେବେଳେ ଜଣେ ନେତା ବା ଅଧିକାରୀ ପଦ ସମ୍ଭାଳନ୍ତି, ତାଙ୍କ ଆଗରେ ଅନେକ ସମସ୍ୟା ଥାଏ। ତାଙ୍କ ଭିତରୁ କିଛି ଲୋକ ଥାଆନ୍ତି, ସେମାନେ ଯାହା ଯେମିତି ଚାଲିଚି ସେମିତି ଚାଲୁ ନ୍ୟାୟରେ କାମ କରନ୍ତି। ଯାହା ଯେମିତି ଚାଲିଚି ଅର୍ଥ ଅଫିସରେ ତଳୁ ଯଦି କାମଟିଏ ସଜ ହେଇ ତାଙ୍କ ଟେବୁଲକୁ ଆସିଲା, ତାହାଲେ ସେମାନେ କରିଦେବେ। ଏ ‘କରିଦେବେ’ ପୁଣି ତିନି ପ୍ରକାର। କିଛି ଅଫିସର ଥାଆନ୍ତି ଫାଇଲ୍‌ ଆସିଲେ ତୁରନ୍ତ ସ୍ବତଃସ୍ଫୂର୍ତ୍ତ ଭାବେ କରିଦେବେ। ସେମାନେ ଶାନ୍ତିପ୍ରିୟ! ଅଳିଆରେ ପଶିବାକୁ ଚାହାନ୍ତିନି। କାହାକୁ ହଇରାଣ କରନ୍ତିନି କି ନିଜେ ହଇରାଣରେ ପଡ଼ିବାକୁ ଚାହାନ୍ତିନି। ଫାଇଲ ଘଣ୍ଟାଘଣ୍ଟି କରନ୍ତିନି। ତଳୁ ଯଦି ସବୁ କିଛି ଓକେ ହେଇକି ଆସିଚି ଓ ସମସ୍ତେ ଦସ୍ତଖତ କରିଛନ୍ତି, ତାହାଲେ ସେ ସେଥିରେ ବିନା ଦ୍ୱନ୍ଦ୍ୱରେ ମାରିବେ ଦସ୍ତଖତ। ଦ୍ୱିତୀୟ ବର୍ଗର ଲୋକେ ଟିକେ ସନ୍ଦେହୀ। ସେମାନେ ନିଜକୁ ଅତିରିକ୍ତ ସଚ୍ଚୋଟ ଓ ଅନ୍ୟମାନେ ସବୁ ଚୋର ବୋଲି ଭାବନ୍ତି। ତେଣୁ ତଳୁ ଯାହା ଫାଇଲ ଆସିବ ତାକୁ ପୂରା ଘଣ୍ଟାଘଣ୍ଟି କରି ଦେଖନ୍ତି କୋଉଠୁ କିଛି ଦୁର୍ଗନ୍ଧ ବାହାରୁଚି କି ନାହିଁ। ସେମାନେ ତୁରନ୍ତ ଫାଇଲ କରିଦିଅନ୍ତି ନାହିଁ। ପକେଇ ରଖନ୍ତି। ଆଠ ଦିନ, ପନ୍ଦର ଦିନ ରଖିଲା ପରେ ଯଦି ଦେଖିବେ କୋଉଠୁ କିଛି ସେ ବିଷୟରେ କିଛି ଶୁଣାଯାଉନି, ତେବେ ସେମାନେ ବଡ଼ ସନ୍ତର୍ପଣରେ ତାକୁ ଖଲାସ କରନ୍ତି। ଏମାନେ ସ୍ବଚ୍ଛ ଏବଂ ଦୁର୍ନୀତିମୁକ୍ତ ହୋଇପାରନ୍ତି, ମାତ୍ର ତପତ୍ର ନୁହନ୍ତି। ତୃତୀୟ ବର୍ଗର ପଦାଧିକାରୀ ହେଲେ ପୂରା ନକାରାତ୍ମକ। ଏମାନେ ଦେଖନ୍ତି ଏ ଫାଇଲରେ ଦସ୍ତଖତଟି କଲେ ମୋର ବ୍ୟକ୍ତିଗତ ଲାଭ କ’ଣ। ଏମାନେ ବି ଫାଇଲଟେ ଆସିଲେ ସହଜେ କରନ୍ତି ନାହିଁ। ତର୍ଜମା କରନ୍ତି ଉପଭୋକ୍ତା କେତେ ପାଇବ, ମୋର ସେଥିରୁ କେତେ ପ୍ରାପ୍ୟ ହେବା ଉଚିତ। ଏ ମୂଲଚାଲ ନ ଛିଡ଼ିଲେ ସେମାନେ ସେଥିରେ ହାତ ମାରନ୍ତି ନାହିଁ।
ଏମାନଙ୍କୁ ଛାଡ଼ି ଆଉ ଏକ ଚତୁର୍ଥ ପ୍ରଜାତି ଅଛନ୍ତି। ସେମାନେ ଫାଇଲ ଆସିବାକୁ ଅପେକ୍ଷା କରନ୍ତି ନାହିଁ। ସେମାନେ କୋଉଠୁ କୋଉଠୁ ଲାଭ ମିଳିପାରିବ ତା’ର ତର୍ଜମା କରି କାମ ସୃଷ୍ଟି କରନ୍ତି ଓ ଫାଇଲ ତିଆରି କରନ୍ତି। ଏମାନେ କର୍ମତପତ୍ର, ମାତ୍ର ସ୍ବାର୍ଥାନ୍ବେଷୀ। ପଞ୍ଚମ ପ୍ରଜାତି ହେଲେ ସ୍ବଚ୍ଛ, ଦୁର୍ନୀତିମୁକ୍ତ ତଥା କର୍ମତପତ୍ର। ଏମାନେ ଯୋଉଟା ଲୋକହିତରେ ଭଲ ବୋଲି ବିବେଚନା କରାଯିବ, ସେ କାମ କେହି ତାଙ୍କୁ କହୁ ବା ନ କହୁ, ଦାବି କରୁ ବା ନ କରୁ ସେମାନେ ନିଜେ ଆଗଭର ହେଇ କରନ୍ତି। ଏବଂ, କଲାବେଳେ ମଧ୍ୟ କାମଟି କିପରି ସୁରୁଖୁରୁରେ ହେବ, ଶୀଘ୍ର ହେବ, ସ୍ବଚ୍ଛ ଭାବରେ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତି। ଏମାନେ ଆପାତତଃ ସବୁଠୁ ଭଲ ବୋଲି କୁହାଯାଇପାରେ।
ତେଣୁ ମୋଟାମୋଟି କହିବାକୁ ଗଲେ ଦଳେ ପଦାଧିକାରୀ ଖୁବ୍‌ ସ୍ବଚ୍ଛ, କର୍ମତପତ୍ର, ଆଗ୍ରହୀ ଓ ଉଦ୍‌ଯୋଗୀ। ସେମାନେ ଭାବନ୍ତି, ମୁଁ ଟଙ୍କାକର ଦରମା ନଉଚି ଯଦି ତା’ହେଲେ ଅନ୍ତତଃ ବାରଣାର କାମ ତ କରିବି। ତେଣୁ ସେମାନେ ଅନେକ ସମୟରେ କୌଣସି ବାଧା ବନ୍ଧନ ବା ଚାପର ବଶବର୍ତ୍ତୀ ନ ହେଇ ଅତ୍ୟଧିକ ଆଗ୍ରହୀ ହେଇ କାମ କରନ୍ତି। ପରିଣାମ କ’ଣ ହେବ ସେମାନେ ଚିନ୍ତା କରନ୍ତି ନାହିଁ। ନିଜର ବ୍ୟକ୍ତିଗତ ସୁରକ୍ଷା, ସୁଖ ଓ ସ୍ବାଚ୍ଛନ୍ଦ୍ୟକୁ ଏମାନେ ପଛକୁ କରି ରାତିଅଧରେ ଖରାବେଳେ ଜୀବନ ମୂର୍ଚ୍ଛି କାମ କରନ୍ତି। ୟା’ ଦ୍ୱାରା ସେମାନେ ଅନେକ ସମୟରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ଆକ୍ରୋଶର ଶରବ୍ୟ ହୁଅନ୍ତି। ସହକର୍ମୀଙ୍କ ଈର୍ଷା ଓ ଅସୂୟାର ଶିକାର ହୁଅନ୍ତି। କାମ କଲେ ଯେହେତୁ ଭୁଲଭଟକା ବି ବେଳେବେଳେ ରହିଯାଏ, ତେଣୁ କୋର୍ଟ କଚେରିରେ ବି ଯାଇ ତାଙ୍କୁ ଠିଆ ହେବାକୁ ପଡ଼େ। ରାଜନୈତିକ ଆକ୍ରୋଶର ସାମ୍ନା କରିବାକୁ ପଡ଼େ। ଏମାନେ ସବୁବେଳେ ହଇରାଣ ହୁଅନ୍ତି। ଏମାନଙ୍କ ହଇରାଣ ହରକତ ହେବାର ଦେଖି ଅନ୍ୟ କିଛି ପଦାଧିକାରୀ ଭାବନ୍ତି ଆପେ ବଞ୍ଚତ୍ଲେ ବାପର ନଁା। କ’ଣ ମିଳିବ ଏ ମିଛ ବାହାବା, ଭଲ ସିସିଆରରୁ? ଭଲ ଉଦ୍ଦେଶ୍ୟରେ କାମ କରି ଯଦି ମାଡ଼ ଖାଇବାକୁ ପଡୁଚି, କୋର୍ଟ କଚେରିରେ କ୍ଷମା ପ୍ରାର୍ଥନା କରିବାକୁ ପଡୁଚି, ଶହେଥର ବଦଳିର ମୁହଁ ଦେଖିବାକୁ ପଡୁଚି, ମିଥ୍ୟା ଅଭିଯୋଗରେ ନିନ୍ଦିତ ହେବାକୁ ପଡୁଚି, ତା’ହେଲେ ବରଂ ଭଲ କିଛି କାମ ନ କରି ଚୁପ୍‌ଚାପ ବସିବା ଭଲ। ଯିଏ ଯାହା କହିଲା ସେଥିରେ ମୁଣ୍ଡ ଟୁଙ୍ଗାରିଦିଆ କାମ କଲେ ସିନା ଭୁଲ ହେବ, କୋର୍ଟ କଚେରି ଯିବାକୁ ପଡ଼ିବ, ପ୍ରୋସିଡିଂ ହବ, ସସ୍‌ପେଣ୍ଡ ହେବ। କାମ ମୂଳରୁ ନ କଲେ କ’ଣ ହେବ! ହେଇ ହେଇ ଅତିବେଶୀରେ କିଏ କୈଫିୟତଟିଏ ମାଗିବ ନ ହେଲେ ଗାଳି ଦି’ପଦ କରିବ। ସେଇ ସାମୟିକ ଝଡ଼ଟା ପାରି ହୋଇଗଲେ ଗଲା। ତା’ଛଡ଼ା ଥରେ ଦି’ଥର ଏମିତି ଅକର୍ମା ବୋଲି ଜାଣିଲେ ଉପରିସ୍ଥ ଅଧିକାରୀ ମଧ୍ୟ ଆଉ ତାଙ୍କଠୁ ଅଧିକ ଆଶା ରଖିବେ ନାହିଁ। ଇଏ ବି ଗୋଟେ ପ୍ରକାର ମୁକ୍ତି।
ତେଣୁ ଆଜିକାଲି ନିରାପଦ ସ୍ଥାନରେ ରହିବା ପାଇଁ ପ୍ରତିଯାଗିତା ଚାଲୁଚି। ଆଗେ ଅଫିସରମାନେ ଜିଲାକୁ ଯିବାକୁ ପସନ୍ଦ କରୁଥିଲେ। ସଚିବାଳୟ ବା ନିର୍ଦ୍ଦେଶାଳୟରେ ରହିଲେ ଫାଇଲ ଚଷିଚଷି ଅକାଳ ବାର୍ଦ୍ଧକ୍ୟ ଆସିଯିବ ବୋଲି ମନେ କରାହଉଥିଲା। ମାତ୍ର ଆଜିକାଲି ଏଇ କାରଣରୁ ଅଧିକାଂଶ ଅଧିକାରୀ କ୍ଷେତ୍ରକୁ ନ ଯାଇ ବରଂ କୋଉଠି ନିରାପଦ, ନିଷ୍କଣ୍ଟକ, ଚିନ୍ତାରହିତ ପଦବୀ ଅଛି ତା’ର ତଲାସ କରୁଛନ୍ତି ଆରମ୍ଭରୁ। ଥରେ ସେମିତି ପଦବୀଟିଏ ମିଳିଗଲେ ବର୍ଷ ବର୍ଷ ଧରି ସେଠି ନିରୁପଦ୍ରବ ଭାବେ ରହିହେବ। କେହି ସେଠୁ ହଟେଇବାକୁ ପଛରେ ଲାଗିବେନି। ବିଶେଷ କିଛି କରିବାକୁ ପଡୁନଥିବ। ଛୁଟି ଦିନ ସବୁ ଭଲରେ ଉପଭୋଗ କରିହଉଥିବ। ପଦପ୍ରଯୁକ୍ତ ଯତ୍‌କିଂଚିତ୍‌ ସୁବିଧା ସୁଯୋଗକୁ ଆଧାର କରି ଆରାମରେ ସମୟ ବିତେଇ ଦେଇ ହେବ। ସେଠି ଯେହେତୁ କାହାର କ୍ଷତି ହଉନଥିବ, ତେଣୁ ପଛରେ ମଧ୍ୟ କେହି ଲାଗିବାର ନଥିବ। ଏସବୁ ଜାଗାରେ ବେଶୀ ଲାଭ ନ ଥାଉ ପଛକେ କ୍ଷତି ବି ନାହିଁ।
ତେଣୁ ଏବେ ବିଶ୍ୱାସ ସୃଷ୍ଟି ହେଲାଣି ଯେ କାମ କଲେ ଭୁଲ ହେବାର ସମ୍ଭାବନା ଅଛି। ଆଉ ବହୁତ କାମ କଲେ ବହୁତ ଭୁଲ ହେବାର ସମ୍ଭାବନା ଅଛି। ଯେତେ ଅଧିକ ଭୁଲ ହେବ ସେତେ ବିପଦର ସମ୍ଭାବନା ଅଛି। ତେଣୁ କିଛି କାମ ନ କଲେ ହିଁ ଜଣେ ବିପଦମୁକ୍ତ ରହିବ। କାମ ନ କଲେ ଭୁଲ ହେବାର ସମ୍ଭାବନା ନ ଥିବ। ଆଦୌ କାମ ନ କଲେ ଆଦୌ ଭୁଲ ହେବାର ସମ୍ଭାବନା ନ ଥିବ। ବରଂ ହାତରେ ପ୍ରଚୁର ସମୟ ରହିବ, ଯାହାକୁ କି ନିଜ ସ୍ବାର୍ଥର ବିକାଶ ପାଇଁ ବିନିଯୋଗ କରିହେବ। ଏହା ଏକ ବିପଜ୍ଜନକ ତଥା ହାନିକାରକ ଲକ୍ଷଣର ଅୟମାରମ୍ଭ ପ୍ରତି ଇଙ୍ଗିତ କରୁଚି। ତେଣୁ କରିବା ଲୋକକୁ ପୁରସ୍କାର ଓ ନ କରିବା ଲୋକକୁ ତିରସ୍କାରର ବ୍ୟବସ୍ଥା କରାଗଲେ ସୁଫଳ ମିଳିବ ବୋଲି ବିଶ୍ୱାସ କରାଯାଏ। ମାତ୍ର ଧୁଆମୂଳା ଅଧୁଆମୂଳା ସମସ୍ତଙ୍କୁ ଯଦି ଗୋଟିଏ ବୋଝରେ ରଖାଯିବ, ତେବେ ସଫାଧୁଆ ମୂଳାର ଅବମୂଲ୍ୟାୟନ ହେବ ସିନା ଗ୍ରାହକର କିଛି ଲାଭ ହେବନାହିଁ କି ପରିବା ଦୋକାନୀର ଗ୍ରାହକ ବଢ଼ିବେ ନାହିଁ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ: ୯୪୩୭୨୮୬୫୧୨


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ମହାମାରୀରେ ଭଗବାନଙ୍କ ଭୂମିକା

ସହଦେବ ସାହୁ କୋଭିଡ୍‌-୧୯ ରୋଗର ଭୂତାଣୁ କରୋନା ଭାଇରସ୍‌ ଆକ୍ରମଣ ହେଲେ ଆମେ ଭଗବାନଙ୍କୁ ଡାକୁଛୁ। ସେ କାହିଁକି ଶୁଣୁନାହାନ୍ତି ଏ ବିଷୟରେ ଟିକେ ଚିନ୍ତା...

ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ...

ଏଇ ଭାରତରେ

ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା...

ଯୁବବର୍ଗ ନା ବରିଷ୍ଠ

ଗତ ସପ୍ତାହରେ ବିଶ୍ୱର ଦୁଇ ଲୋକସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଭାରତରେ ପୃଥକ୍‌ ଘଟଣା ଦେଖିବାକୁ ମିଳିଛି। ଯୁବସଂଖ୍ୟା କମିଯାଉଥିବାରୁ ପରିବାର ପିଛା ୩...

ଏଇ ଭାରତରେ

ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍‌ଏସ୍‌ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ...

ପ୍ରତିବାଦର ସ୍ବର

ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...

ପରିବେଶକୁ କାଳ ସିନ୍ଥେଟିକ୍‌ କପଡ଼ା

ମାନେକା ଗାନ୍ଧୀ ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ...

ଆଲୋଚନାରେ କଶ୍ମୀର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜମ୍ମୁ ଓ କଶ୍ମୀରର ୧୪ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଜୁନ୍‌ ୨୪ରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପରିବେଶକୁ କାଳ ସିନ୍ଥେଟିକ୍‌ କପଡ଼ା
Next Post Next post:
‘ୟାସ୍‌’ କ୍ଷୟକ୍ଷତି ୬୧୦ କୋଟି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts