E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

ଜେଲରେ ଜନ୍‌ ମେକେଫି ମୃତ
9:34 amJune 25, 2021

ମାଡ୍ରିଡ୍‌,୨୫।୬: ଆଣ୍ଟିଭାଇରସ୍‌ ଜଗତର ଜଣାଶୁଣା ନାମ ଜନ୍‌ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍‌ର ବାର୍ସିଲୋନାସ୍ଥିତ ଏକ ଜେଲରେ ବୁଧବାର ଠାବ କରାଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ସବୁ ଉଦ୍ୟମ କରାଯାଇଥିଲା। କିନ୍ତୁ ବଞ୍ଚାଯାଇପାରି ନାହିଁ ବୋଲି ସ୍ପେନ୍‌ର ଜଷ୍ଟିସ୍‌ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି। ସେ ନିଜ ବେକରେ ଦଉଡ଼ି ଲଗାଇ ଆମତ୍ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଜନ୍‌ ଡେଭିଡ୍‌ ମେକେଫି ଆଣ୍ଟିଭାଇରସ୍‌ ସଫ୍ଟଓ୍ବେର ମେକେଫି ଆସୋସିଏଟ୍ସର ପ୍ରତିଷ୍ଠାତା ଥିଲେ। ତାଙ୍କ ବିରୋଧରେ ଆମେରିକାରେ ଟିକସ ଠକେଇ ଅଭିଯୋଗ ରହିଥିଲା। ୭୫ ବର୍ଷୀୟ ମେକେଫିଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସ୍ପେନ୍‌ର ନ୍ୟାଶନାଲ
ଜେଲରେ ଜନ୍‌…
କୋର୍ଟ ଆମେରିକାକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିଲେ। କାଟାଲୋନିଆର ପ୍ରିଜନ ସିଷ୍ଟମ୍‌ ମୁଖପାତ୍ର ଏହି ବିଷୟ ସ୍ପଷ୍ଟ କରିଛନ୍ତି।
ମାମଲା କ’ଣ?
ଟେକ୍‌ ଓ୍ବାଲର୍‌ଡରେ ମେକେଫି ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ। ତାଙ୍କ କମ୍ପାନୀ ପ୍ରଥମ କମର୍ସିଆଲ୍‌ ଆଣ୍ଟିଭାଇରସ୍‌ ସଫ୍ଟଓ୍ବେର ଲଞ୍ଚ କରିଥିଲା। ବିଶ୍ୱର ନୂଆ ଇଣ୍ଡଷ୍ଟ୍ରି ଛିଡ଼ା ହେବାରେ ଏହା ସହାୟକ ହୋଇଥିଲା। ପରେ ମେକେଫି
ସଫ୍ଟଓ୍ବେର
ଟେକ୍‌ କମ୍ପାନୀ ଇଣ୍ଟେଲକୁ ବିକ୍ରି କରିଦେଇଥିଲେ। ୨୦୨୦ ଅକ୍ଟୋବରରେ ମେକେଫି ସ୍ପେନ୍‌ରୁ ତୁର୍କୀର ଇସ୍ତାନବୁଲ୍‌ ଅଭିମୁଖେ ଯାତ୍ରା ପାଇଁ ବାର୍ସିଲୋନା ବିମାନବନ୍ଦରରେ ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରଠାରୁ ସେ ସ୍ପେନ୍‌ରେ ଥିଲେ। ସେ କନ୍‌ସଲଟାଣ୍ଟ ଓ ପବ୍ଲିକ୍‌ ସ୍ପିକର ଭାବେ ମଧ୍ୟ ଭଲ ଆୟ କରିଥିଲେ। କ୍ରିପ୍ଟୋ କରେନ୍ସିରେ ନିବେଶ କରିବା ଓ ନିଜ ଆମତ୍ଜୀବନୀର ଅଧିକାର ବିକ୍ରି କରି ବିପୁଳ ଅର୍ଥ ଆୟ କରିବା ସତ୍ତ୍ୱେ ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଜାଣିଶୁଣି ଟ୍ୟାକ୍ସ ରିଟର୍ନ ଫାଇଲ୍‌ କରି ନ ଥିଲେ। ଦୋଷ ପ୍ରମାଣିତ ହୋଇଥିଲେ ତାଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇଥାଆନ୍ତା। ଗତ ନଭେମ୍ବରରେ ତାଙ୍କ ପ୍ରତ୍ୟର୍ପଣ ରିକ୍ୱେଷ୍ଟ ଫାଇଲ୍‌ ହୋଇଥିଲା। ଏହା ଅନୁସାରେ ମେକେଫି ଏହି ୪ ବର୍ଷ ଭିତରେ ବେଆଇନ ଭାବେ ୨ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ଆୟ କରିଥିଲେ। କିନ୍ତୁ ଟ୍ୟାକ୍ସ ରିଟର୍ନ ଫାଇଲ କରି ନ ଥିଲେ। ସ୍ପେନ୍‌ କୋର୍ଟ ବୁଧବାର ମେକେଫିଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ ଲାଗି ଅନୁମତି ଦେଇଥିଲେ। ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରାଯାଇପାରିଥାଆନ୍ତା। ପ୍ରତ୍ୟର୍ପଣ ପାଇଁ ସ୍ପାନିଶ୍‌ କ୍ୟାବିନେଟର ମଞ୍ଜୁରୀ ମଧ୍ୟ ଆବଶ୍ୟକ ହୋଇଥାଆନ୍ତା।
କହିଥିଲେ ଅବସୋସ ନାହିଁ:
ଜନ୍‌ ମେକେଫି ୧୯୮୦ରେ ନିଜ ଆଣ୍ଟିଭାଇରସ୍‌ ସଫ୍ଟଓ୍ବେରରୁ ବିପୁଳ ଅର୍ଥ ଆୟ କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ସେ କ୍ରିପ୍ଟୋକରେନ୍ସିର ଏକପ୍ରକାର ଆମତ୍ଘୋଷିତ ଗୁରୁ ପାଲଟିଯାଇଥିଲେ। ସେ ଦିନକୁ ୨୦୦୦ ଡଲାର ଆୟ କରୁଥିବା ଦାବି କରିଥିଲେ। ଟୁଇଟରରେ ତାଙ୍କର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଜୁନ୍‌ ୧୬ରେ ତାଙ୍କର ଏକ ଟୁଇଟ୍‌ ଆସିଥିଲା। ମେକେଫି ସେଥିରେ କହିଥିଲେ, ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ମନେହେଉଛି ଯେ ସେ କ୍ରିପ୍ଟୋକରେନ୍ସି ଲୁଚାଇ ରଖିଛନ୍ତି। କିନ୍ତୁ ପ୍ରକୃତରେ ତାଙ୍କ ପାଖରେ କିଛି ବଞ୍ଚତ୍ନାହିଁ। ଅବଶିଷ୍ଟ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ତଥାପି କୌଣସି ବିଷୟକୁ ନେଇ ତାଙ୍କର ଅବସୋସ ନାହିଁ।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

ଦକ୍ଷିଣ କୋରିଆ ନ୍ୟୁକ୍ଲିୟର ସଂସ୍ଥା ହ୍ୟାକ୍‌

ଉତ୍ତର କୋରିଆର ସାଇବର ଅପରାଧୀମାନେ ଦକ୍ଷିଣ କୋରିଆର ନ୍ୟୁକ୍ଲିୟର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟକୁ ହ୍ୟାକ୍‌ କରିଛନ୍ତି। ଗତମାସରେ ୧୩ ଅନଧିକୃତ ଆଇପି ଆଡ୍ରେସ୍‌ରୁ କୋରିଆ ଆଟମିକ୍‌ ଏନର୍ଜି...

କାଳ କୋଠରିରେ ବ୍ୟୁଟି କୁଇନ୍‌

ମେକ୍ସିକୋ ସିଟି,୧୩ା୬: ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ସତ କି? ତୁମେ ଡ୍ରଗ୍ସ କିଙ୍ଗ୍‌ଙ୍କୁ ଜେଲରୁ ଫେରାର ହେବାରେ ସାହାଯ୍ୟ କରିଥିଲ କି ବୋଲି ଫେଡେରାଲ...

୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …

କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା...

୧୬୦ ବର୍ଷ ପରେ ଦ୍ୱୀପ ଫେରିପାଇଲେ

ଓ୍ବାଶିଂଟନ୍‌, ୬ା୬: ୟୁରୋପୀୟମାନଙ୍କ ସହିତ ପ୍ରଥମେ ଯୋଗାଯୋଗ ସ୍ଥାପନ କରିବାରେ ଆମେରିକୀୟ ଗୋଷ୍ଠୀଙ୍କ ମଧ୍ୟରୁ ଅନ୍ୟତମ ପାସାମାକୋଡି ଉପନିବେଶବାଦୀଙ୍କ ଚକ୍ରାନ୍ତର ଶିକାର ହୋଇଥିଲେ। ଧୀରେ ଧୀରେ...

କାନାଡା ସୁପ୍ରିମକୋର୍ଟରେ ଭାରତୀୟ ବଂଶୋଦ୍ଭବ

ଭାରତୀୟ ବଂଶୋଦ୍ଭବ ବିଚାରପତି ମହମଦ ଜମାଲ ପ୍ରଥମ ଅଣଶ୍ୱେତାଙ୍ଗ ଭାବେ କାନାଡା ସୁପ୍ରିମକୋର୍ଟକୁ ମନୋନୀତ ହୋଇଛନ୍ତି। ୨୦୧୯ରୁ ଓଣ୍ଟାରିଓସ୍ଥିତ କୋର୍ଟ ଅଫ୍‌ ଅପିଲ୍‌ର ବିଚାରପତି ଥିବା...

ବନ୍ୟାରେ ଭାସିଗଲା କାର୍‌, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…

ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍‌ ଭାସିଗଲା। ଜଣେ ମହିଳା ଏହି କାର୍‌କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ।...

ସ୍ପେସ୍‌ ଷ୍ଟେଶନରେ ସୋଲାର ପ୍ୟାନେଲ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...

ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର

ଓ୍ବାଶିଂଟନ୍‌,୧୫।୬: ଡୁଡଲ ଫର୍‌ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍‌ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଓ୍ବେବ୍‌ସାଇଟରେ ପ୍ରଭାବ ଏବଂ ପଇସା
Next Post Next post:
ଦୁଗ୍ଧଚାଷୀଙ୍କୁ ୧୧ କୋଟିର ସହାୟତା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts