ବମ୍ବେ: ସବୁକିଛି ତ ଠିକ୍ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍ ମେହେରା ଗିରଫ ହେବା ପରେ ପ୍ରଶଂସକଙ୍କ ମନରେ ଚାଲିଛି ଏଭଳି ଅନେକ କଥା। ଘରୋଇ ହିସାଂ କରିଥିବା ନେଇ ଗିରଫ ହେବା ପରେ ମଙ୍ଗଳବାର ଜାମିନରେ ମୁକୁଳିଛନ୍ତି ସେ। ଏହାପରେ ସେ ସ୍ତ୍ରୀ ନିଶାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି।
ବିଗତ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଚାଲିଥିବା ନେଇ ଶୁଣିବାକୁ ମିଳୁଥିଲା। ହେଲେ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିବା ବେଳେ ଉଭୟ ସବୁକିଛି ଠିକ୍ ଚାଲିଥିବା କହିଥିଲେ। ଉଭୟଙ୍କୁ ଦେଖିଲେ ବି କେହି କିଛି ଠଉରାଇପାରୁ ନ ଥିଲେ। ଏବେ କରନ୍ ଗିରଫ ହେବା ପରେ କ’ଣ ଏପରି ହେଲା ଯେ କଥା ମାର୍ପିଟ ପର୍ଯ୍ୟନ୍ତ ପହଞ୍ଚିଗଲା ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ।
କହିରଖୁଛୁ, କରନ୍ ୨୦୦୮ରେ ନିଶାଙ୍କୁ ଫିଲ୍ମ ‘ହସତେ ହସତେ’ ସେଟ୍ରେ ନିଶାଙ୍କୁ ଭେଟିଥିଲେ। ଏହି ଫିଲ୍ମରେ କରନ୍ ଷ୍ଟାଇଲିଷ୍ଟ ଭାବେ କାମ କରୁଥିଲେ। ସେ ନିଶାଙ୍କୁ ପ୍ରଥମ ଦେଖାରୁ ଭଲପାଇ ବସିଥିଲେ। କିଛି ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍ କରିବା ପରେ ୨୦୧୨ରେ ବିବାହ କରିନେଇଥିଲେ। ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିଶେଷକରି ଗଣମାଧ୍ୟମ ଏବଂ ସର୍ବସମ୍ମୁଖରେ କରନ୍ ନିଶାଙ୍କୁ ପ୍ରପୋଜ କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା।
ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରୁ ସଫଳତା ହାସଲ କରିଥିଲେ କରନ୍। ଏହାଛଡ଼ା ସେ ବିଗ୍ ବସ୍-୧୦, ନଚ ବଲିୟେ ୫ ଏବଂ କିଚେନ୍ ଚାମ୍ପିୟନ୍ ୫ରେ ଭାଗ ନେଇଛନ୍ତି। ସେହିଭଳି ନିଶା ମଧ୍ୟ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.