ବମ୍ବେ: ନିକଟରେ ଅଭିନେତା କରନ୍ ମେହେରା ଗିରଫ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏପରିକି କରନ୍ ଅନ୍ୟ ଯୁବତୀଙ୍କ ପ୍ରେମରେ ପଡ଼ି ପରିବାରକୁ ଅଣଦେଖା କରୁଥିବାରୁ ଦୁହେଁ ଅଲଗା ହେବାକୁ ଯାଉଥିବା ଖବରଦାତା ସମ୍ମିଳନୀ କରି କହିଥିଲେ। ହେଲେ ସେତେବେଳେ କଥାକୁ ଏଡ଼ାଇ ଯାଇଥିଲେ କରନ୍। ସେ କାହା ପ୍ରେମରେ ପଡ଼ିନାହାନ୍ତି ବୋଲି ରୋକଠୋକ ଶୁଣାଇଦେଇଥିଲେ। ଏବେ କିନ୍ତୁ ନିଶାଙ୍କ କଥା ସତ ଭଳି ଲାଗିଲାଣି। କାରଣ କରନ୍ଙ୍କ ସହକଳାକାର ହିମାଂଶୀ ପାରାଶରଙ୍କ ସହ ସମ୍ପର୍କ ଥିବା ନେଇ କୁହାଯାଉଛି। ଉଭୟଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।
ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେୟାର କରି ହିମାଂଶୀ ଲେଖିଥିଲେ, କରନ୍ କୁହନ୍ତି, ମୁଁ ମାଟି ସହ ଜଡ଼ିତ ମଣିଷ। ହେଲେ ମୁଁ ଜାଣେ ଏହାକୁ ଛୋଟାଇବା କୁହନ୍ତି। ଏହାର ଜବାବରେ କରନ୍ କହିଥିଲେ, ‘ଏତେ ବି ତଳକୁ ଖସିବା ଉଚିତ ନୁହେଁ କି ଜଣେ ଚଟାଣରେ ପଡ଼ିିଯିବ। ଏହା ତୁମ ସହ ଶୁଟିଂର ସୁନ୍ଦର ମୂହୁର୍ତ୍ତ’। ପୁଣି ଏହାକୁ ଜବାବ ଦେଇ ହିମାଂଶୀ ‘ତୁମ ପାଇଁ ଆମେ କେଉଁଠି ବି ଖସିଯିବୁ ଆଜ୍ଞା’ ବୋଲି ଲେଖିଥିଲେ। ଏବେ ଏହି ଚାଟ ବେଶ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହାକୁ ବିଲ୍କୁଲ ପସନ୍ଦ କରୁନାହାନ୍ତି।
ଅପରପକ୍ଷେ କରନ୍ ଅଲଗା ହେବା ସହ ପୁଅ ସ୍ତ୍ରୀଙ୍କ ନିକଟରେ ସୁରକ୍ଷିତ ନ ଥିବା କହିଛନ୍ତି। ପୂର୍ବରୁ ଖୁସିରେ କାବିଶଙ୍କୁ ନିଶାଙ୍କ ସହ ରଖିବାକୁ ନିଷ୍ପତ୍ତି ନେଇଥିଲି। ହେଲେ ଏବେ ମୁଁ ଆଶ୍ୱସ୍ଥ ନାହିଁ। ମୋ ପୁଅ ପ୍ରଭାବିତ ହେଉ ମୁଁ ଚାହେଁନା। ବାସ୍ତବରେ ମୁଁ ତାଙ୍କ ପାଇଁ ଚିନ୍ତିତ। ଯାହା ବି ହେଉଛି ତାକୁ ଦେଖି ହୃଦୟ ଭାଙ୍ଗି ଯାଉଛି ବୋଲଇ ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.