E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଆଲୋଚନାରେ କଶ୍ମୀର
8:00 amJune 22, 2021

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜମ୍ମୁ ଓ କଶ୍ମୀରର ୧୪ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଜୁନ୍‌ ୨୪ରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କେଉଁ ପ୍ରସଙ୍ଗ ନେଇ କଥାବାର୍ତ୍ତା କରାଯିବ ସେନେଇ କୌଣସି କାର୍ଯ୍ୟସୂଚୀ ସାଧାରଣରେ ପ୍ରକାଶ ପାଇନାହିଁ। ତଥାପି କଶ୍ମୀର ପର୍ଯ୍ୟବେକ୍ଷକଙ୍କ ମତ ଅନୁଯାୟୀ, ଏହା ଏକ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ପ୍ରୟାସ ମାତ୍ର। କଶ୍ମୀର ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତ ପ୍ରବଳ ନିନ୍ଦିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥାଇପାରେ। ଏହି ଆଲୋଚନାକୁ ଲୋକଙ୍କ ଭାବାବେଗ ସହିତ ଭଲ ଭାବେ ଜଡ଼ିତ ଥିବା ଜମ୍ମୁ ଓ କଶ୍ମୀରର ପ୍ରମୁଖ ରାଜନୈତିକ ଦଳ ଯିବେ କି ନାହିଁ ତା’ ଉପରେ ସନ୍ଦେହ ଉପୁଜିଲାଣି। ଦୀର୍ଘ ଦୁଇ ବର୍ଷ ଧରି ସେଠାକାର ନାଗରିକ ଯେଉଁଭଳି ନିଜ ଦେଶର ସରକାରଙ୍କ ଦ୍ୱାରା ନିର୍ଯାତିତ ହୋଇ ଚାଲିଛନ୍ତି, ତାହା ସେମାନଙ୍କୁ ଭାରତ ବିରୋଧୀ କରାଇ ଦେଇଥାଇପାରେ।
୫ ଅଗଷ୍ଟ ୨୦୧୯ରେ ସମ୍ବିଧାନର ୩୭୦ ଅନୁଚ୍ଛେଦକୁ ଏହି ରାଜ୍ୟରୁ ଉଚ୍ଛେଦ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ପରେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ସୃଷ୍ଟି ହୋଇଥିଲା। କିନ୍ତୁ ଜମ୍ମୁ ଓ କଶ୍ମୀରକୁ ପୂର୍ବରୁ ଯେଉଁ ସ୍ବତନ୍ତ୍ର କ୍ଷମତା ମିଳିଥିଲା ତାହା ରାତାରାତି ବନ୍ଦ ହୋଇଯାଇଥିଲା। କେତେ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ନେତାଙ୍କୁ ଗୃହବନ୍ଦୀ ରଖାଯିବା ଓ ସ୍ଥଳବିଶେଷରେ ଜେଲ ପଠାଯିବା, ଲୋକଙ୍କ ଯାତାୟାତ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବା, ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯିବା, ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଯିବା, କେନ୍ଦ୍ର ବିରୋଧୀ ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଆଦି ବିଭିନ୍ନ ପଦକ୍ଷେପ ସେଠାକାର ନାଗରିକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଚାଲିଛି। ଦେଶବ୍ୟାପୀ କୋଭିଡ-୧୯ ଯୋଗୁ ହୋଇଥିବା ଲକ୍‌ଡାଉନ୍‌ର ବହୁ ପୂର୍ବରୁ କଶ୍ମୀର ଜନସାଧାରଣ ସମ୍ପୂର୍ଣ୍ଣ ସାମରିକ ଶଟ୍‌ଡାଉନ୍‌ର ଶିକାର ହୋଇଆସୁଛନ୍ତି। ପିଲାମାନଙ୍କ ପାଠପଢ଼ା ଦେଶର ଅନ୍ୟାନ୍ୟ ଭାଗଠାରୁ ଆହୁରି ଦୟନୀୟ ହୋଇଯାଇଛି। ଦୁଇବର୍ଷ ଧରି ପଢ଼ା ବନ୍ଦ ସହିତ ଇଣ୍ଟରନେଟ୍‌ ନ ଥିବାରୁ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ମଧ୍ୟ ଆଗେଇପାରି ନାହିଁ। ବିକାଶମୂଳକ କାର୍ଯ୍ୟ ବନ୍ଦ ରହିଥିବାରୁ କାହାରି ଆର୍ଥିକ ଉନ୍ନତି ହୋଇପାରି ନାହିଁ। ଅସଂଖ୍ୟ ଯୁବତୀଯୁବକ ବେକାର ହୋଇଯାଇଛନ୍ତି। ଉଦାହରଣ ସ୍ବରୂପ, ପର୍ଯ୍ୟଟନରୁ କଶ୍ମୀର ଯେଉଁ ରାଜସ୍ବ ପାଉଥିଲା ବିଭିନ୍ନ କଟକଣା ଲାଗିବା ପରେ ସେହି କ୍ଷେତ୍ର ସମ୍ପୂର୍ଣ୍ଣ ମାଡ଼ ଖାଇଗଲା। ସେଥିରେ ନିୟୋଜିତ ବର୍ଗ ବେକାର ହୋଇଗଲେ। ସେହିଭଳି ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଯିବାରୁ ସେଠାକାର ଫଳ ଦେଶର ଅନ୍ୟାନ୍ୟ ସ୍ଥାନକୁ ଯାଇପାରିଲା ନାହିଁ। ତାହା ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀଙ୍କ ବଡ଼ ଆର୍ଥିକ କ୍ଷତି ଘଟିଲା। ସାମ୍ପ୍ରତିକ କୋଭିଡ୍‌-୧୯ ସମସ୍ୟାର ମୁକାବିଲା ପାଇଁ କଶ୍ମୀରରେ କୌଣସି ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଥିବାର ଖବର କାହାରି ପାଖରେ ନାହିଁ। ସେଠାରେ ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ଗୋପନୀୟ ରଖାଯାଇଛି।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ଚାପ ପଡ଼ିବାରୁ ପରବର୍ତ୍ତୀ ସମୟରେ ଯଦିଓ କଟକଣାରେ ସାମାନ୍ୟ କୋହଳ କରାଯାଇଛି, ତାହା କେବଳ ଲୋକଦେଖାଣିଆ ବୋଲି ବିଦେଶୀ ଗଣମାଧ୍ୟମ ପ୍ରକାଶ କରୁଛି। ଏଭଳି ସ୍ଥଳେ ସେଠାକାର ଜନସାଧାରଣ ଏକ ସ୍ବାଧୀନ ଭାରତରେ ବାସ କଲା ଭଳି ଅନୁଭବ କରିପାରୁନାହାନ୍ତି। ଏବେ ଯେଉଁ ସ୍ଥିତି ଉପୁଜିଛି କେନ୍ଦ୍ର ସରକାର ଅତି ଚତୁରତାର ସହିତ ଆଲୋଚନାକୁ ମାଧ୍ୟମ କରିଛନ୍ତି। ଯଦି କଶ୍ମୀରର ରାଜନୈତିକ ଦଳଗୁଡ଼ିକ ଆଲୋଚନାରେ ଭାଗ ନିଅନ୍ତି, ତେବେ କେନ୍ଦ୍ରର ଉଦ୍ୟମରେ ସାଧାରଣ ରାଜନୈତିକ ବାତାବରଣ ପ୍ରତିଷ୍ଠା କରିବାର ପ୍ରୟାସ ସଫଳ ହେଲା। ଯଦି କଶ୍ମୀର ନେତାମାନେ ଏହି ଆଲୋଚନାରେ ଭାଗ ନେବେ ନାହିଁ, ତେବେ କେନ୍ଦ୍ର ସେମାନଙ୍କ ଅଗଣତାନ୍ତ୍ରିକ ଆଭିମୁଖ୍ୟକୁ ଦେଶଦୁନିଆରେ ଦେଖାଇପାରିବ। ଅନ୍ୟପଟେ ସାଧାରଣ କଶ୍ମୀରୀ ମନରେ ଯେଉଁ ନିଆଁ ଜଳୁଛି, ତାହାକୁ ସାମ୍ନା କରିବା ପାଇଁ ଆଞ୍ଚଳିକ ନେତାମାନେ କେତେଦୂର ସକ୍ଷମ ହେବେ ସେ ସମ୍ପର୍କରେ ସନ୍ଦେହ ରହିଛି। ଆଲୋଚନାରେ ଯେଉଁମାନେ ଭାଗ ନେବେ ସେମାନେ ଭାରତ ସରକାର ସହ ହାତ ମିଳାଇଛନ୍ତି ବୋଲି କଶ୍ମୀରରେ ବିବେଚିତ ହେବେ। ଏହାଫଳରେ ନେତାମାନଙ୍କର ବ୍ୟକ୍ତିଗତ ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀରେ ଆସିଯାଇପାରେ। ଏହି ଆଞ୍ଚଳିକ ଦଳଗୁଡ଼ିକର ପ୍ରଥମତଃ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପୁନଃସ୍ଥାପନ ଏବଂ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ମୌଳିକ ଦାବି ହୋଇପାରେ। କିନ୍ତୁ ସେଥିରେ ଜନସାଧାରଣ ସନ୍ତୁଷ୍ଟ ରହିବେ ବୋଲି ସ୍ପଷ୍ଟ କହିହେବ ନାହିଁ। ଏତେସବୁ ଘଟଣା ସତ୍ତ୍ୱେ କଶ୍ମୀର ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ...

ଶୁଦ୍ଧତାର ସାମର୍ଥ୍ୟ

ଉପେନ୍ଦ୍ର ବିଶ୍ୱାଳ ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ...

କରୋନା ଓ ହ୍ବାଇଟ୍‌ ଫଙ୍ଗସ୍‌

ନାରାୟଣ ଚନ୍ଦ୍ର ବିଶ୍ୱାଳ କୋଭିଡ୍‌ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ।...

ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...

ଶିକ୍ଷକ ପ୍ରଶିକ୍ଷଣରେ ପରିବର୍ତ୍ତନ ଲୋଡ଼ା

ଡ. ପ୍ରମୋଦ କୁମାର ପଣ୍ଡା ସଭ୍ୟତାର ଅଭ୍ୟୁଦୟରେ ଶିକ୍ଷା ଏକ ପ୍ରଗତିଶୀଳ ଗାଡ଼ିର ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ବିଦ୍ୟୟା ଅମୃତମ ଅଶ୍ମୁତେ।...

କଥା ବିକ୍ରି

ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା...

ଏଇ ଭାରତରେ

ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍‌ଏସ୍‌ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ...

ଏଇ ଭାରତରେ

କୋଭିଡ୍‌ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ରୋହିତ ଶର୍ମାଙ୍କୁ ଥଟ୍ଟାରେ ଏମିତି କହିଦେଲେ ସ୍ତ୍ରୀ
Next Post Next post:
କଥାବାର୍ତ୍ତା ଶୈଳୀ ବଢ଼ାଏ କାର୍ଯ୍ୟଦକ୍ଷତା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts