ମୁମ୍ବାଇ, ୮।୬: ବଲିଉଡ୍ର ଖିଲାଡି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଶିଳ୍ପା ଶେଟ୍ଟିଙ୍କୁ ମଙ୍ଗଳବାର ୪୬ ବର୍ଷ ପୂରଣ ହୋଇଛି। ସେ ୧୯୭୫ ଜୁନ ୮ରେ ମାଙ୍ଗାଲୋଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ନିଜର ସୃଜନଶୀଳ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି। ୧୯୯୩ରେ ସେ ବାଜିଗର ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ୧୯9୯୪lରେ ମେ ଖିଲାଡ଼ି ତୁ ଅନାଡି, ୨୦୦୦ରେ ଧଡ଼କନ୍, ୨୦୦୧ରେ ଇଣ୍ଡିଆନ୍, ୨୦୦୨ରେ ରିସ୍ତେ, ୨୦୦୪ରେ ଫିର୍ ମିଲେଙ୍ଗେ, ୨୦୦୫ରେ ଦଶ୍, ୨୦୦୭ରେ ଲାଇଫ୍ ଇନ୍ ମେଟ୍ରୋ ଆଦି ଫିଲ୍ମରେ ସେ ଅଭିନୟ କରି ବେଶ୍ ସଫଳତା ହାସଲ କରିଥିଲେ। ବାଜିଗର ଫିଲ୍ମର ଛୁପା ନା ଭି ନୈହି ୟାତା.. ଗୀତ ସବୁବେଳେ ସଭିଙ୍କକୁ ଭାବୁକ କରିଥାଏ। ଶିଳ୍ପା ଏବଂ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସମ୍ପର୍କ ନେଇ ବଲିଉଡ୍ରେ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଥିଲା। ଅକ୍ଷୟଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଶିଳ୍ପା ଏକ ସାକ୍ଷାତ୍କାରରେ ଖୋଲାଖୋଲି ପ୍ରକାଶ କରିଥିଲେ। ୨୨ ବର୍ଷ ବୟସରେ ଶିଳ୍ପାଙ୍କ ଜୀବନର ଧାରା ବଦଳି ଯାଇଥିଲା। ଏଥିପାଇଁ ଅକ୍ଷୟ ଦାୟୀଥିବା ସେ କହିଥିଲେ। ସେତେବେଳେ ଶିଳ୍ପାଙ୍କ ଏହି ମନ୍ତବ୍ୟ ନେଇ ବଲିଉଡ୍ରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୦୯ର ସେ ବିଜ୍ନେସ୍ ମ୍ୟାନ୍ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.