ବମ୍ବେ: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାଣୀ ଜଣେ। ପରଦାରେ କେବେ ଚୁଲବୁଲି ତ କେବେ ସାଧାସିଧା ଚରିତ୍ରରେ ନଜର ଆସୁଥିବା କିଆରା ବେଶ୍ ବୋଲ୍ଡ ମଧ୍ୟ। ଏବେ ସେ ନିଜର ଏକ ଫଟୋକୁ ନେଇ ଚର୍ଚ୍ଚାରେ। କାରଣ ଫଟୋରେ କିଆରା ଟପ୍ଲେସ୍ ହୋଇଛନ୍ତି।
ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ କିଆରା ନିଜର ବୋଲ୍ଡ ଫଟୋ ଶେୟାର କରିଛନ୍ତି। କଳାଧଳା ରଙ୍ଗର ଉକ୍ତ ଫଟୋ ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀ ୨୦୨୧ କ୍ୟାଲେଣ୍ଡର ଫଟୋଶୁଟ୍ର। କ୍ୟାଲେଣ୍ଡରରେ କିଆରାଙ୍କ ସହ ସନି ଲିଓନି ମଧ୍ୟ ବୋଲ୍ଡ ରୂପରେ ନଜର ଆସୁଛନ୍ତି। ହେଲେ କିଆରାଙ୍କ ଫଟୋକୁ ବେଶ ପସନ୍ଦ କରାଯାଉଛି।
୨୦୧୯ରେ କିଆରା ଡବ୍ବୁଙ୍କ କ୍ୟାଲେଣ୍ଡରରେ ଡେବ୍ୟୁ କରିଥିଲେ। ଏଥିରେ ସେ ଏମ୍ବେଲିଶ୍ଡ ବ୍ଲୁ ଜିନ୍ସ ପିନ୍ଧିଥିଲେ। ୨୦୨୦ରେ କରାଯାଇଥିବା ଫଟୋଶୁଟ୍ରେ ପ୍ରଥମେ ଟପ୍ଲେସ୍ ହୋଇଥିଲେ କିଆରା। ଏକ ପତ୍ର ସାହାଯ୍ୟରେ ସେ ନିଜର ବକ୍ଷକୁ ଲୁଚାଇଥିବା ନଜର ଆସିଥିଲା। ଏହାଛଡ଼ା ଅନ୍ୟ କିଛି ସେ ପିନ୍ଧି ନ ଥିଲେ। କିନ୍ତୁ ଫଟୋ ଭାଇରାଲ ହେବା ପରେ ଏହି ଫଟୋଶୁଟ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଅନ୍ତରାଷ୍ଟ୍ରୀୟ ଫଟୋଗ୍ରାଫର ମୈରୀ ଓ୍ବାର୍ସ ଡବ୍ବୁଙ୍କ ଉପରେ ଚୋରି କରିଥିବା ଅଭିଯୋଗ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.