ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ କରାଯାଇଥିବା ତାଲିକାରେ ଶ୍ରେଷ୍ଠ ୪ର୍ଥ ସ୍ଥାନରେ ରହିଛି କିଟ୍। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ସମସ୍ତ ଅନୁଷ୍ଠାନ ପ୍ରଫେସନାଲ୍ କ୍ରୀଡ଼ା ଅନୁଷ୍ଠାନ ହୋଇଥିବା ବେଳେ କିଟ୍ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏହି ତାଲିକାରେ ସ୍ଥାନ ପାଇଛି। କିଟ୍ ଓ କିସ୍ରେ ରହିଛି ଅନ୍ତର୍ଜାତିୟମାନର କ୍ରୀଡ଼ା ଭିତ୍ତିଭୂମି। ସର୍ବାଧିକ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ଏକମାତ୍ର ଶିକ୍ଷାନୁଷ୍ଠାନ। ଏଠାରୁ କିସ୍ ମାଧ୍ୟମରେ ୫ ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ ସୃଷ୍ଟି ହୋଇ ସାରିଲେଣି। ଫୁଟବଲ୍, ଭଲିବଲ୍, ରଗବୀ, ହକି, କ୍ରିକେଟ୍ ଓ ଇନ୍ଡୋର ଷ୍ଟାଡିଅମ୍ ସହ ସ୍ବତନ୍ତ୍ର ଆଥଲେଟିକ୍ ଟ୍ରାକ୍ ଓ ସୁଇମିଂ ପୁଲ୍ ଥାଇ ଏଠାରେ ୧୬ଟି ଅନ୍ତର୍ଜାତୀୟସ୍ତରର ସ୍ପୋଟର୍ସକମ୍ପ୍ଲେକ୍ସ ରହିଛି। ଅଲିମ୍ପିକ୍ରେ ଯେତେ କ୍ରୀଡ଼ା ଅଛି ସେ ସବୁ ପାଇଁ ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ଏଠାରେ ଉପଲବ୍ଧ। ୨୦୨୦ରେ କିଟ୍ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରି ଉଦାହରଣ ସୃଷ୍ଟି କରିଥିଲା। ଜାତୀୟ ରଗବୀର ପ୍ରାୟୋଜକ ଥିବାବେଳେ ଦୂତୀ ଚାନ୍ଦ ଓ ଭବାନୀ ଦେବୀଙ୍କ ଭଳି ଅଲିମ୍ପିଆନଙ୍କ ସମେତ ଦେଶର ଶ୍ରେଷ୍ଠ ଦ୍ରୁତ ଧାବିକା ଧାବକ, ହର୍ଡଲ୍ସ ଓ ହେପଟାଥଲନ୍ ଆଥଲେଟ୍ କିଟ୍ ଛାତ୍ରଛାତ୍ରୀ ରହିଛନ୍ତି।
ଫ୍ରେଞ୍ଚ୍ ଓପନ ଟେନିସ୍: ଜୋକୋଭିଚ୍- ସିତିସ୍ପାସ୍ ଫାଇନାଲ
ପ୍ୟାରିସ୍,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍ ସିଡ୍...
ଫ୍ରେଞ୍ଚ୍ ଓପନ୍ରୁ ଓହରିବା ମାମଲା: କ୍ରୀଡ଼ାର ନୂଆ ସୋପାନରେ ଓସାକା
ପ୍ୟାରିସ୍,୩।୬(ଏପି): କ୍ରୀଡ଼ାରେ ଇଞ୍ଜୁରି ନେଇ ଆଥ୍ଲେଟମାନେ ଖୋଲାଖୋଲି ନିଜର ମତ ରଖିଥାନ୍ତି। ତେବେ ମାନସିକ ସ୍ବାସ୍ଥ୍ୟ ନେଇ କେହି ଆଥ୍ଲେଟ କୌଣସି ଇଭେଣ୍ଟରୁ ଓହରିବା ସମ୍ପୂର୍ଣ୍ଣ...
ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୧୫।୬: ଖୁବ୍ କମ୍ ମ୍ୟାଚ୍ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...
ଫ୍ରେଞ୍ଚ୍ ଓପନ ଟେନିସ୍: ସିଡେଡ୍ ଖେଳାଳିଙ୍କ ଅଗ୍ରଗତି
ପ୍ୟାରିସ୍,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍ ଖେଳାଳିମାନେ ଅଗ୍ରଗତି...
ପୃଥ୍ବୀ ଶ’ଙ୍କ ବେଡ୍ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ
ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...
କୋଚ୍ ଟୁଚେଲଙ୍କ କାର୍ଯ୍ୟକାଳ ବଢ଼ାଇଲା ଚେଲସି
ଲଣ୍ଡନ,୫।୬: ଚାମ୍ପିୟନ୍ସ ଲିଗ୍ ଟାଇଟଲ ହାସଲ କରିବା ପରେ ଚେଲସି କୋଚ୍ ଥୋମାସ ଟୁଚେଲଙ୍କୁ ପୁରସ୍କୃତ କରିଛି। ଚେଲ୍ସି ଶୁକ୍ରବାର ଟୁଚେଲଙ୍କ କାର୍ଯ୍ୟକାଳ ୨୦୨୪କୁ ବୃଦ୍ଧି...
ରାଣୀ ଅଧିନାୟିକା, ଦୀପ୍ଗ୍ରେସ୍ ଓ ସବିତା ଉପଅଧିନାୟିକା
ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର...
ଏକଦା ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଡ୍ରେସିଂ ରୁମ୍ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..
ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଟିମ୍କୁ ବିଶ୍ୱକପ୍ ଜିତାଇଥିବା ପ୍ରଥମ ଅଧିନାୟକ ହେଲେ କପିଲ ଦେବ। ସେ ଅନୁଶାସନକୁ ବ୍ରତ କରିଥିଲେ। ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ...


