ଫିଲ୍ମ ପିଛା ୫ରୁ ୭ କୋଟି ଚାର୍ଜ କରନ୍ତି ଏହି ଅଭିନେତା, ରହିଛି ଏକରୁ ବଳି ଏକ ଦାମୀ ଗାଡ଼ି; ପାଲଟିଛନ୍ତି…

ବମ୍ବେ: ବଲିଉଡ୍‌ର ଚକୋଲେଟ୍‌ ବୟ କହିଲେ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ବୁଝାଯାଏ। ସେ ନିଜର କ୍ୟୁଟ୍‌ନେସ୍‌ରେ ମହିଳା ପ୍ରଶଂସକଙ୍କ ହୃଦୟ ଚୋରି କରିଥାନ୍ତି। ଏହାଛଡ଼ା ପୁଅମାନେ ମଧ୍ୟ ତାଙ୍କର ଷ୍ଟାଇଲ୍‌କୁ ବେଶ୍‌ ଫଲୋ ମଧ୍ୟ କରନ୍ତି। ହେଲେ ସାଧାରଣ ଯୁବକରୁ ୟଙ୍ଗ ସେନଶେସନ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ଏଥିପାଇଁ ଦୀର୍ଘ ୩ ବର୍ଷ ଧରି ସଂଘର୍ଷ କରିଥିଲେ ସେ।

ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ କାର୍ତ୍ତିକ। ୨୦୧୧ ଏହା ରିଲିଜ ହୋଇଥିବା ବେଳେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଫିଲ୍ମଟି ତାଙ୍କୁ ପରିଚୟ ଦେଇଥିଲା। ଏହାପରେ ସେ ‘ସୋନୁ କି ଟିଟୁ କି ସ୍ବିଟି, ଲୁକା ଛୁପ୍ପି, ପତି ପତ୍ନୀ ଔର ବୋ’ ଭଳି ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି।

ଗୋଟିଏ ଫିଲ୍ମ ପାଇଁ ୫ ରୁ ୭ କୋଟି ଟଙ୍କା ପାଉଣା ନେଇଥାନ୍ତି କାର୍ତ୍ତିକ। ଏଥିସହ ବିଜ୍ଞାପନକୁ ମିଶାଇଲେ ବର୍ଷକୁ ସେ ୩୬ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି। ଫଳରେ ଏବେ ସେ ବଲିଉଡ୍‌ର ଅନ୍ୟତମ କୋଟିପତି ଅଭିନେତା ପାଲଟିଛନ୍ତି। ମୁମ୍ବାଇର ବର୍ସୋବା ଭଳି ପୋଶ ଅଞ୍ଚଳରେ କାର୍ତ୍ତିକଙ୍କ ଭବ୍ୟ ଆପାର୍ଟମେଣ୍ଟ ରହିଛି। ଏହାର ଫଟୋ ସେ ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି। ୨୦୧୭ରେ ଏକ ବିଏମ୍‌ଡବ୍ଲୁ କିଣିଥିଲେ କାର୍ତ୍ତିକ। ଏହାଛଡ଼ା ସେ ମା’ଙ୍କୁ ଏକ ମିନି କୁପର ଭେଟି ଦେଇଥିଲେ। ନିକଟରେ ସେ ଏକ ଦାମୀ ଲବୋର୍ଗିନି କାର କିଣିଛନ୍ତି, ଯାହାର ମୂଲ୍ୟ ୪.୫ କୋଟି ଟଙ୍କା।

ଉବଲବ୍ଧି ବିଷୟରେ କଥା ହେଲେ କାର୍ତ୍ତିକ ଫୋବ୍ସ ଇଣ୍ଡିଆ ସେଲିବ୍ରିଟି ତାଲିକାରେ ୬୭ତମ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ସେ ୧୦.୩୮ ଟଙ୍କା ରୋଜଗାର କରିଥିଲେ। ପ୍ରଶଂସକ ଦେଖିଲେ ଇନଷ୍ଟାଗ୍ରାମରେ ୨୧.୬ ମିଲିୟନ ଲୋକ ତାଙ୍କୁ ଫଲୋ କରନ୍ତି। ସେହିଭଳି ଟୁଇଟରରେ ତାଙ୍କର ୧.୧ ମିଲିୟନ ଫଲୋଅର୍ସ ଅଛନ୍ତି।

ଆଗାମୀ ଦିନରେ କାର୍ତ୍ତିକ ‘ଧମାକା, ଭୁଲ ଭୁଲୈୟା ୨ ଭଳି ଫିଲ୍ମରେ ନଜର ଆସିବେ। ଏହାଛଡ଼ା ସେ ସତ୍ୟନାରାୟଣ କି କଥା ଭଳି ବଡ଼ ଫିଲ୍ମରେ କାମ କରିବା ନେଇ ନିକଟରେ ଘୋଷଣା କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.