ଚାଇନାର ଜଣେ ମହିଳା ୧୯ ଜଣଙ୍କୁ ବାହା ହୋଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଖାଲି ଏତିକି ନୁହେଁ, ବିବାହ ନାଁରେ ଲୋକଙ୍କୁ ୨ କୋଟିରୁ ଅଧିକ ଟଙ୍କା ଠକିଛନ୍ତି ମଧ୍ୟ। ଯାହା ପରେ ତାଙ୍କୁ ମହଙ୍ଗା ପଡ଼ିଛି।
ଏହି ମାମଲା ଉନ୍ମୋଚନ ହେଲା ଯେତେବେଳେ ତାଙ୍କ ସ୍ବାମୀ ଲାଇଭ୍ ଷ୍ଟ୍ରିମିଂ ଆପ୍ଲିକେଶନରେ ଏକ ଭିଡିଓ ଦେଖୁଥିଲେ। ଯେଉଁଥିରେ ତାଙ୍କ ନବବିବାହିତା ସ୍ତ୍ରୀ ଆଉ ଜଣଙ୍କୁ ବିବାହ କରୁଥିବା ଦେଖିବାକୁ ପାଇଥିଲେ।
ଅରଦ ଗାଁରେ ରହୁଥିବା ୩୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ନିଜ ପରିବାର ସହିତ ମିଶି ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିବାରକୁ ସୋସିଆଲ ମିଡିଆରେ ସର୍ଚ୍ଚ କରୁଥିଲେ। ହଠାତ୍ ତାଙ୍କ ସ୍ତ୍ରୀ ଆଉ କାହାକୁ ବାହା ହେଉଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ପୋଲିସକୁ ଡାକିବାରୁ ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜଣାପଡ଼ିଥିଲା। ଏହି ଘଟଣାରେ ଆଉ ଜଣେ ମହିଳା ସଂପୃକ୍ତ ଥିବା ଜାଣିବାକୁ ମିଳିଥିଲା।
ପୋଲିସ ସୂଚନାନୁଯାୟୀ, ଏହି ମହିଳା ଗାଁସୁ ଜିଲାର। ଉଭୟଙ୍କ ଦେଖାସାକ୍ଷାତ ଏକ ମ୍ୟାଚମେକର ସାହାରାରେ ହୋଇଥିଲା। ମହିଳା ବିବାହ ପାଇଁ କିଛି ବାହାନା କରି ଘରଠାରୁ ବାହାରେ ରହୁଥିଲେ। ତେଣୁ ସ୍ବାମୀ କିଛି ଜାଣି ପାରୁ ନ ଥିଲେ। ଏହା ଭିତରେ ସେ ୧୯ ଜଣଙ୍କୁ ବାହା ହୋଇସାରିଥିଲେ।
କ୍ୟାଶ ଗିଫ୍ଟ ଏବଂ ଜୁଏଲାରୀ ପାଇଁ ଏହି ବ୍ୟକ୍ତିଙ୍କୁ ମହିଳା ୧ ଲକ୍ଷ ୪୮ ହଜାର ୟୁଆନ ଠକିଛନ୍ତି। ସେହିପରି ଦ୍ୱିତୀୟ ବ୍ୟକ୍ତିଙ୍କୁ ୧ ଲକ୍ଷ ୩୦ ହଜାର ୟୁଆନ ମଧ୍ୟ ଠକିଛନ୍ତି। ସମସ୍ତ ଘଟଣା ଜାଣିବା ପରେ ଏହି ମହିଳା ଏବଂ ତାଙ୍କର ୩ ସାଥୀଙ୍କୁ ପୋଲିସ ଗିରଫ କରିଛି।
ପୋଲିସ କହିଛି, ବିବାହ କରିବାର ୨ ମାସ ମଧ୍ୟରେ ମହିଳା ଜଣଙ୍କ ଶାଶୁଘରେ ମାତ୍ର ୧୦ ଦିନ ରହିଛନ୍ତି। ବାକି ସମୟ ସେ ତାଙ୍କ ବାପଘରେ ଏବଂ ସାଙ୍ଗସାଥୀଙ୍କ ସହ ରହୁଥିଲେ। ଏହି ସମୟରେ ସେ ସ୍ବାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କୁ ବିବାହ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.