ବମ୍ବେ: ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି ଅଭିନେତ୍ରୀ ଲୀନା ଜୁମାନି। ଏକତା କପୁରଙ୍କ ଧାରାବାହିକ କୁମ୍କୁମ୍ ଭାଗ୍ୟରେ ତନୁଶ୍ରୀ ଭୂମିକାରେ ନଜର ଆସୁଥିବା ଲୀନା ଦୀର୍ଘ ଦିନରୁ ୟୁକେର ଜଣେ ବ୍ୟବସାୟୀ ରାହୁଲ ସଚଦେବାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଥିଲା। ୨୦୧୪ରେ ସେମାନେ ନିର୍ବନ୍ଧ କରିଥିବା ବେଳେ ଏବେ ଉଭୟ ଅଲଗା ହୋଇଥିବା କହିଛନ୍ତି ଅଭିନେତ୍ରୀ।
ଏକ ସାକ୍ଷାତକାରରେ ଲୀନା କହିଛନ୍ତି, ମୁଁ ଏବଂ ରାହୁଲ ଏବେ ଏକାଠି ନାହୁଁ। ନିର୍ବନ୍ଧ ପରେ ବିବାହ କରିବାକୁ ଯୋଜନା କରିଥିଲୁ। ହେଲେ ଦୁର୍ଭାଗ୍ୟକୁ ଆମ ଭିତରେ ସବୁକିଛି ଠିକ୍ ଚାଲି ନ ଥିଲା। ଏବେ ସେ ଏକାକୀ ବେଶ୍ ଭଲରେ ଅଛନ୍ତି। କେଉଁଭଳି ସାଥୀ ଖୋଜୁଛନ୍ତି ପ୍ରଶ୍ନରେ ସେ କୁହନ୍ତି, ଶୀଘ୍ର ଏଥିନିମନ୍ତେ କିଛି କରିବାକୁ ଚାହେଁନା। ଡେଟିଂ ପାଇଁ ପ୍ରସ୍ତୁତ। ହେଲେ ସେହି ମଣିଷଟି ଯୋଗ୍ୟର ହେବା ଉଚିତ। ପରିବାରଲୋକେ ସେ ବିବାହ କରି ନିଅନ୍ତୁ ବୋଲି ଚାହୁଁଛନ୍ତି। ପରିସ୍ଥିତି ଏବଂ ସମୟ ଅନୁଯାୟୀ ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.