ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍ ବିଙ୍କ ସହ ଗୋଟିଏ ଫିଲ୍ମରେ ବି କାମ କରିନାହିନ୍ତି। ସେ ହେଲେ ମାଧୁରୀ ଦିକ୍ଷୀତ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏଭଳି କଥା ପଛରେ ଥିବା କାରଣ ଜାଣିଲେ ଚମକି ଯିବେ। ଅନିଲ କପୁରଙ୍କ ପାଇଁ ମାଧୁରୀ ଅମିତାଭଙ୍କ ସହ ଚଳଚ୍ଚିତ୍ର କରିନାହାନ୍ତି।
୧୯୮୪ରେ ଫିଲ୍ମ ‘ଅବୋଧ’ରୁ ଅଭିନୟରେ ଡେବ୍ୟୁ କରିଥିଲେ ମାଧୁରୀ। ହେଲେ ଏହା ସେତେଟା ସଫଳ ହୋଇ ନ ଥିଲା। ପରେ ଅନେକ ଫିଲ୍ମରେ କାମ କରିଥିଲେ ହେଁ ସମାନ ଅବସ୍ଥା ହୋଇଥିଲା। ଫଳରେ ସବୁ ଅଭିନେତା ତାଙ୍କ ସହ କାମ କରିବାକୁ ଅରାଜି ହୋଇଥିଲେ। ଏଭଳି ଅସୁବିଧା ସମୟରେ ଅନିଲ ଆଗକୁ ଆସିଥିଲେ। ଉଭୟ ୧୯୮୮ରେ ‘ତେଜାବ’ ଫିଲ୍ମରେ କାମ କରିଥିଲେ। ଏହା ତାଙ୍କ କ୍ୟାରିୟରର ୟୁଟର୍ନ ଥିଲା। ପରେ ଉଭୟ ‘ବେଟା’, ‘ହିଫାଜତ’, ‘ପରିନ୍ଦା’ରେ କାମ କରିଥିଲେ। ଏଗୁଡ଼ିକ ମଧ୍ୟ ସୁପରହିଟ୍ ହୋଇଥିଲା। ଫଳରେ ମାଧୁରୀ ସୁପରଷ୍ଟାର ହୋଇଯାଇଥିଲେ।
ସଫଳତା ପାଇବା ପରେ ଅମିତାଭଙ୍କ ସହ ଫିଲ୍ମ କରିବାକୁ ମାଧୁରୀଙ୍କୁ ଅଫର୍ ମିଳିଥିଲା। ହେଲେ ସେତେବେଳେ ଅନିଲ କପୁର ତାହା ଚାହିଁ ନ ଥିଲେ। ଏଥିପାଇଁ ଅଭିନେତ୍ରୀ ବିଗ୍ବିଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଏହାପରେ ସେମାନେ କେବେ ବି ଫିଲ୍ମରେ ଏକାଠି କାମ କରିନାହାନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.