ମୁମ୍ବାଇ: ଜୁନ୍ ୨୦ ଅର୍ଥାତ୍ ରବିବାର ସମଗ୍ର ଦେଶରେ ପିତୃ ଦିବସ ପାଳନ କରାଯାଉଛି। ପିଲାମାନେ ଏହି ଦିନଟିକୁ ନିଜ ପିତାଙ୍କ ସହିତ ଏକ ବିଶେଷ ଢଙ୍ଗରେ ପାଳନ କରନ୍ତି ଏବଂ ମନେ ପକାଇଥାନ୍ତି। ଏଥିରୁ ମଧ୍ୟ ବାଦ୍ ପଡ଼ିନାହାନ୍ତି ବଲିଉଡ୍ କଳାକାର। ଅନେକ ବଲିଉଡ୍ ଷ୍ଟାର୍ ଆଜିର ଏହି ପବିତ୍ର ଦିବସରେ ନିଜ ନିଜ ପିତାଙ୍କୁ ମନେ ପକାଇଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି।
ଭେଟେରାନ ଅଭିନେତ୍ରୀ ତଥା ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ପିତା ଏବଂ ପରିବାରଙ୍କ ସହ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ସହିତ ସେ ତାଙ୍କ ପିତା ଏବଂ ଶ୍ୱଶୁରଙ୍କୁ ମନେ ପକାଇଛନ୍ତି।
ସେ କ୍ୟାପଶନ ଲେଖିଛନ୍ତି, ସମସ୍ତ ପିତା ଏବଂ ମୋ ଜୀବନର ତିନୋଟି ବିଶେଷ ବ୍ୟକ୍ତିଙ୍କୁ ପିତୃ ଦିବସର ଅନେକ ଅନେକ ଶୁଭେଚ୍ଛା। ଆଜି ସେହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଯେତେବେଳେ ମୁଁ ବାପାଙ୍କୁ ମନେ ପକାଉଛି। ସବୁଠୁ ସ୍ନେହୀ ଶ୍ୱଶୁର ପାଇଥିବାରୁ ମୁଁ ନିଜକୁ ଖୁସି ଅନୁଭବ କରୁଛି।
ସେହିପରି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମରେ ପିତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ସହ ତାଙ୍କର ବିଶେଷ ଫଟୋ ଶେୟାର କରିଛନ୍ତି। ସୋନାକ୍ଷୀ ଏହି ଫଟୋରେ କ୍ୟାପଶନ ଲେଖିଛନ୍ତି, ‘ହଁ ମୁଁ ବାପାଙ୍କ ପରୀ’।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.