ଭୁବନେଶ୍ୱର,୨୪।୬(ବ୍ୟୁରୋ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୭ ସୁବାସିତ ଗରା ଜଳରେ ମହାବାହୁଙ୍କୁ ସ୍ନାନ କରାଇଛନ୍ତି ସେବାୟତ। ବଡ଼ ଠାକୁର ବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୫ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ମହାସ୍ନାନ କରାଯାଇଛି। କରୋନା କଟକଣା ମଧ୍ୟରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରୀତିନୀତି। ମହାସ୍ନାନ ପରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା ନୀତି କରିଥିଲେ। ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ନୀତି କରାଯାଇଛି। ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ। କରୋନା କଟକଣା ଯୋଗୁ ବିନା ଭକ୍ତରେ ଖାଁ ଖାଁ ଦିଶୁଛି ବଡ଼ଦାଣ୍ଡ।
ହୋମଗାର୍ଡ଼ଙ୍କ ସହ ମିଶି ଲୁଟ କରିଥିଲେ ବୋଲେରୋ
ସୋହେଲା,୧୨।୬୫: ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଅଞ୍ଚଳରୁ ଗତ ୮ ତାରିଖ ଏକ ବୋଲେରୋ ଗାଡ଼ି ଲୁଟ୍ ହୋଇଥିଲା। ଶନିବାର ଏହି ଘଟଣାର ପର୍ଦ୍ଦାଫାଶ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୪ ଜୀବନ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୪୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା
ପୁରୀ,୧୬।୬: ରଥଯାତ୍ରା ଭଳି ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ବୁଧବାର ଅନୁଷ୍ଠିତ ପୁରୀ ମନ୍ଦିର ପ୍ରଶାସକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।...
ମଦ ପାଇଁ ଏଏସ୍ଆଇ ସସ୍ପେଣ୍ଡ
ଭଦ୍ରକ ଅଫିସ, ୨୦।୬: ଜଣେ ଯୁବକଙ୍କୁ ମଦ ମାଗୁଥିବା ନେଇ ଭିଡିଓ ଭାଇରାଲ ପରେ ଭଦ୍ରକ ଟାଉନ ଥାନାର ଏଏସ୍ଆଇ ବୀରଭଦ୍ର ବେହେରାଙ୍କୁ ସସ୍ପେଣ୍ଡ କରିଛନ୍ତି...
ଔଷଧ ଦୋକାନ କର୍ମଚାରୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ...
କରୋନା ତୃତୀୟ ଲହର ଚିନ୍ତା: ପ୍ରଭାବିତ ହୋଇପାରନ୍ତି ଶିଶୁ; ପୂର୍ବରୁ ପ୍ରସ୍ତୁତ ରହିବା ଉପରେ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁତ୍ୱ
ଭୁବନେଶ୍ୱର,୮।୬(ବ୍ୟୁରୋ): ଦ୍ୱିତୀୟ ଲହର ପରେ ଏବେ କରୋନାର ତୃତୀୟ ଲହର ଚିନ୍ତା। ଏସବୁ ମଧ୍ୟରେ ମଙ୍ଗଳବାର ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପର୍କରେ ଭିଡିଓ କନ୍ଫେରେନ୍ସି ଜରିଆରେ...
ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର
ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।...
ଅଭୟ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୭।୬: ବୈଦ୍ୟନାଥପୁର ଥାନା ମାମଲାର ବିଚାର କରି ଗୁରୁବାର ହାଇକୋର୍ଟ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ...


