ଭଦ୍ରକ ଅଫିସ, ୨୦।୬: ଜଣେ ଯୁବକଙ୍କୁ ମଦ ମାଗୁଥିବା ନେଇ ଭିଡିଓ ଭାଇରାଲ ପରେ ଭଦ୍ରକ ଟାଉନ ଥାନାର ଏଏସ୍ଆଇ ବୀରଭଦ୍ର ବେହେରାଙ୍କୁ ସସ୍ପେଣ୍ଡ କରିଛନ୍ତି ଏସ୍ପି ଚରଣ ସିଂ ମୀନା। କିଛି ଦିନ ତଳେ ଏଏସ୍ଆଇ ବେହେରା ଥାନାର ଅନ୍ୟ ଜଣେ କର୍ମଚାରୀଙ୍କ ସହ ମିଶି ଜଣେ ଯୁବକଙ୍କୁ ମଦ ପାଇଁ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରାଲ କରିଥିବା ନେଇ ଏଏସ୍ଆଇ ବେହେରା ଉକ୍ତ ଯୁବକଙ୍କୁ ଧମକାଉଥିବାର ଆଉ ଏକ ଅଡିଓ ମଧ୍ୟ ଏବେ ଭାଇରାଲ ହୋଇଛି। ଏ ନେଇ ଟାଉନ ପୋଲିସ ପକ୍ଷରୁ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...
ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ
ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...
ଲଘୁଚାପ: ଗୁରୁବାରଠାରୁୁ ବର୍ଷିବ
ଭୁବନେଶ୍ୱର, ୯।୬(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଆସନ୍ତା ୧୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ...
‘ପିନାକ୍’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର (ଏମ୍ବିଆର୍ଏଲ୍)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍ଏମ୍ କାଲିବର...
ଗୋଟିଏ ଜୁଇରେ ୧୦ କୋଭିଡ୍ ମୃତଦେହ ସତ୍କାର ଘଟଣା ହାଇକୋର୍ଟରେ ମାମଲା
କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ...
ପୁରସ୍କୃତ ହେବେ ୧୫୫ ପ୍ରକୃତିମିତ୍ର, ୧୬୮ ପ୍ରକୃତିବନ୍ଧୁ
ଭୁବନେଶ୍ୱର,୫।୬(ବ୍ୟୁରୋ): ପ୍ରତିବର୍ଷ ୫ ଜୁନ୍ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି । ଏହି ଦିବସରେ ସମଗ୍ର ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ପରିବେଶ ସମସ୍ୟା...
ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର
ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ...
ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ରର ସୌନ୍ଦର୍ଯ୍ୟ ଫେରିଲା
ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ରହିଛି ମେଡିସିନାଲ ପ୍ଲାଣ୍ଟ୍ସ ନଲେଜ ସେଣ୍ଟର ବା ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ର। ନଗର ବନଖଣ୍ଡ ଭୁବନେଶ୍ୱର ରେଞ୍ଜ ଅଧୀନରେ...


