E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନୁଗୋଳ

ମୁଖ୍ୟ ଚାଷକୁ ଫେରିବ ମାଣ୍ଡିଆ
11:48 amJune 14, 2021

ଅନୁଗୋଳ ଅଫିସ, ୧୪ା୬: ଅନୁଗୋଳ ଜିଲାର ଖେତକୁ ଫେରିବ ମାଣ୍ଡିଆ। ମୁଖ୍ୟ ଚାଷରେ ପୁଣି ଯୋଡ଼ିହେବ ଏହି ଫସଲ। ଚାଉଳ ପରି ଏହାର ଚାହିଦା ବଢ଼ୁଥିବାରୁ ଆବଶ୍ୟକ ପ୍ରୋତ୍ସାହନ ଦେବ ଜିଲା ପ୍ରଶାସନ। ଓଡ଼ିଶା ସରକାର ଏଥିପାଇଁ ଅନୁମତି ଦେଇ ସାରିଛନ୍ତି। ଚାଷୀଙ୍କ ତାଲିମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ୫ ବର୍ଷିଆ ଯୋଜନାର ପ୍ରଥମ ବର୍ଷରେ ୫ଟି ବ୍ଲକର ଏକ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲାର ୨୯୦୬ ଜଣ ଚାଷୀଙ୍କ ପାଇଁ କର୍ନାଟକରୁ ବିହନ ଅଣାଯିବାର ବ୍ୟବସ୍ଥା ହୋଇଛି। ଜିଲା ଖଣିଜ ପ୍ରତିଷ୍ଠାନ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବ। ଅମଳ ପରେ ଫସଲ ବିକ୍ରି ଦାୟିତ୍ୱ ଜିଲା ପ୍ରଶାସନ ନେବ। ତେଣୁ ଅନୁଗୋଳରେ ମିଲେଟ ମିଶନ ସଫଳତା ପାଇବାର ଆଶା ଉଜ୍ଜ୍ୱଳ ଥିବା ସୂଚନା ମିଳିଛି।


ଅନୁଗୋଳ ଜିଲାରେ ମାଣ୍ଡିଆ ଚାଷ ନୂଆ ନୁହେଁ। ୩୫ ବର୍ଷ ପୂର୍ବରୁ ଏହି ଗଡ଼ଜାତ ଅଞ୍ଚଳ ମିଲେଟ୍‌ ବେଲ୍ଟ ଭାବେ ଜଣାଶୁଣା ଥିଲା। ହେଲେ ସବୁଜ ବିପ୍ଳବ ସମୟରେ ଧାନକୁ ପ୍ରାଧାନ୍ୟ ଦିଆଯିବାରୁ ମାଣ୍ଡିଆ ଧୀରେ ଧୀରେ ଏଠାକାର ଚାଷୀଙ୍କ ଖେତରୁ ଦୂରେଇ ଯାଇଥିଲା। ଏବେ ମାଣ୍ଡିଆ ପ୍ରତି ପୁଣି ଚାହିଦା ବଢ଼ୁଥିବା ଦେଖି ଅନୁଗୋଳ ଜିଲାରେ ଏହି ଚାଷ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜିଲା ଖଣିଜ ପ୍ରତିଷ୍ଠାନ ଓ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଓଡ଼ିଶା ସରକାରଙ୍କଠାରୁ ଆବଶ୍ୟକ ଅନୁମତି ଅଣାଯାଇସାରିଛି। ଜିଲାରେ ଏକ ପାଇଲଟ୍‌ ଷ୍ଟଡି ଓ ଚାଷୀଙ୍କ ଉତ୍ସାହ ଦେଖିବା ପରେ ୫ ବର୍ଷରେ ୩ ହଜାର ହେକ୍ଟରରେ ଚାଷ ପାଇଁ ଯୋଜନା କରାଯାଇଛି। ପ୍ରଥମ ବର୍ଷ ଖରିଫ ବେଳେ ୫ଟି ବ୍ଲକ ଅନୁଗୋଳ, ଆଠମଲ୍ଲିକ, କିଶୋରନଗର, ଛେଣ୍ଡିପଦା ଓ ପାଲଲହଡ଼ାର ୧୯୦ ହେକ୍ଟର ଲେଖାଏ ଜମିରେ ମାଣ୍ଡିଆ କରାଯିବ। ରବିବେଳେ ଅନ୍ୟ ୧୦ ଏକର ଲେଖାଏରେ ସୁଆଁ, କାଙ୍ଗୁ, ବାଜରା ପରୀକ୍ଷାମୂଳକ ଭାବେ ଚାଷ ହେବ। ଯଦି କାଙ୍ଗୁ, ସୁଆଁ ଓ ବାଜରାକୁ ସଫଳତା ମିଳେ ତା’ହେଲେ ଆସନ୍ତାବର୍ଷରେ ମାଣ୍ଡିଆ ସହ ମୁଖ୍ୟ ଫସଲରେ ଏହାକୁ ଯୋଡ଼ାଯିବ। ପାଲଲହଡ଼ାର ୨ଟି ପଞ୍ଚାୟତରେ ଏବେ ବି ମାଣ୍ଡିଆ ଚାଷ ହେଉଛି। ତେଣୁ ଜିଲାରେ ଏହି ମିଲେଟ୍‌ ମିସନ୍‌ ସଫଳତା ପାଇବାରେ ଅସୁବିଧା ରହିବ ନାହିଁ। ଆଗାମୀ ଦିନରେ ଅନ୍ୟ ୩ ବ୍ଲକରେ ମାଣ୍ଡିଆ ଚାଷ କରାଯିବ। ଅମଳ ପରେ ଚାଷୀମାନେ ୨୫ ପ୍ରତିଶତ ନିଜ ଖାଇବା ପାଇଁ ରଖିବେ। ଅବଶିଷ୍ଟ ୭୫ ପ୍ରତିଶତ ମାଣ୍ଡିଆ ପ୍ରଶାସନ ଜରିଆରେ ବିକ୍ରି ହେବ। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମାଣ୍ଡିଆ ଚୂନା, କେକ୍‌, ଲଡ଼ୁ, ବିସ୍କୁଟ ଆଦି ପ୍ରସ୍ତୁତ କରାଯାଇ ସହର ଓ ଗ୍ରାମାଞ୍ଚଳରେ ବିକ୍ରି କରାଯିବ। ସ୍କୁଲ ଓ ଅଙ୍ଗନଓ୍ବାଡି ଖାଦ୍ୟ ତାଲିକାରେ ଏହାକୁ ସାମିଲ କରାଯିବ। ଆଗ୍ରହୀ ଚାଷୀଙ୍କ ନିକଟରେ ଏହି ଚାଷ ପହଞ୍ଚାଇବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜିଲା ମୁଖ୍ୟ କୃଷି ଅଧିକାରୀ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌ ଓ ୱାସନ୍‌ ଏନ୍‌ଜିଓ ସଂସ୍ଥା ସହ ଜାନୁୟାରୀ ମାସରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଚାଷକୁ କିଭଳି ବୀମାଭୁକ୍ତ କରାଯିବ ସେ ନେଇ ବିଚାରବିମର୍ଶ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିକ୍ରି ନ ହେବାରୁ ଚାଷ ଛାଡ଼ିଥିଲି
ପୂର୍ବରୁ ମାଣ୍ଡିଆ ଚାଷ କରୁଥିଲି। କିନ୍ତୁ ଚାହିଦା କମିବାରୁ ବିକ୍ରି ହେଲା ନାହିଁ। ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କ୍ଷତି ସହିବାକୁ ପଡ଼ିଲା। ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଏହି ଚାଷରୁ ଦୂରେଇ ଗଲି। ଏବେ ଜିଲା ପ୍ରଶାସନ ପ୍ରୋତ୍ସାହନ ସହ ବିକ୍ରି ଦାୟିତ୍ୱ ନେବ ବୋଲି କହୁଥିବାରୁ ଏହାକୁ ସ୍ବାଗତ କରୁଛି।
-ବୀର ନାୟକ, ଚାଷୀ, କିଶୋରନଗର

ଚାହିଦା ବଢ଼ୁଥିବାରୁ ଚାଷ କରିବୁ
ପୂର୍ବରୁ ମାଣ୍ଡିଆ ଭଲ ବିକ୍ରି ହେଉ ନ ଥିଲା। ସାମାଜିକ ଦୃଷ୍ଟି କୋଣରୁ ଏହା ସେତେବେଳେ ଗରିବ ଲୋକଙ୍କ ଖାଦ୍ୟ ବୋଲି କୁହାଯାଉଥିଲା। ଏବେ ବିଭିନ୍ନ ଔଷଧୀୟ କାର୍ଯ୍ୟରେ ମାଣ୍ଡିଆ ଲାଗୁଥିବାରୁ ଚାହିଦା ବଢ଼ିଛି। ତେଣୁ ଅତୀତରେ ହରାଇଥିବା ମାଣ୍ଡିଆ ଚାଷକୁ ଆମେମାନେ ଖେତରେ ଫେରିପାଇବୁ।
-ଫକୀର ମହାନ୍ତ, ଚାଷୀ, ପାଲଲହଡ଼ା

ନୀରୋଗ ରହିବାକୁ ମାଣ୍ଡିଆ ପ୍ରତି ଆଗ୍ରହ
ମାଣ୍ଡିଆର ଉପକାରିତା ଅତୀତରେ ଲୋକମାନେ ବୁଝି ପାରି ନ ଥିଲେ। ସେଥିପାଇଁ ତାହାକୁ ଆଦର କରୁ ନ ଥିଲେ। ଏବେ ଧାନ ଓ ପରିବା ଚାଷରେ ଅଧିକ ସାର, ଔଷଧର ପ୍ରୟୋଗ ଯୋଗୁ ଲୋକଙ୍କ ସ୍ବାସ୍ଥ୍ୟହାନି ହେଉଛି। ତେଣୁ ନୀରୋଗ ଶରୀର ପାଇଁ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଖାଇବାକୁ ଆଗ୍ରହ ବଢ଼ୁଛି।
-ହରମୋହନ ସାହୁ, ଚାଷୀ, ଛେଣ୍ଡିପଦା

ସହଯୋଗ ମିଳିଲେ ଚାଷୀ ଆଗେଇ ଆସିବେ
ଘରେ ଖାଇବା ପାଇଁ ଦୀର୍ଘ ଦିନ ହେବ ମାଣ୍ଡିଆ ଚାଷ କରୁଛି। ପୂର୍ବ ଭଳି ଆଉ ଭଲ କିସମର ବିହନ ମିଳୁନି। ଏବେ ଟାଇଁସି ଅଞ୍ଚଳର ୨୦ରୁ ୨୫ ଜଣ ଏହି ଚାଷ କରୁଛନ୍ତି। ପ୍ରଶାସନର ସହଯୋଗ ରହିଲେ ଜିଲାର ବହୁ ଚାଷୀ ଏଥିପାଇଁ ଆଗେଇ ଆସିବେ। ଉନ୍ନତ ବିହନ ମିଳିଲେ ଅମଳ ଭଲ ହେବ।
-ଅର୍ଜୁନ ସାହୁ, ଚାଷୀ, ଅନୁଗୋଳ

ନୂଆ ପଦ୍ଧତିରେ ହେବ ଚାଷ
ବିଗତ ଦିନରେ ପାରମ୍ପରିକ ପଦ୍ଧତିରେ ମାଣ୍ଡିଆ ଚାଷ କରୁଥିଲୁ। ଏବେ ସଘନ ପଦ୍ଧତିରେ ଚାଷ ହେବ। ଏହାଦ୍ୱାରା ଅମଳ ଭଲ ହେବ। ପ୍ରଶାସନ ବିକ୍ରି ପାଇଁ ସୁବିଧା କରିବ ବୋଲି କହୁଥିବାରୁ ଆଉ ଅସୁବିଧା ରହିବ ନାହିଁ। ମାଣ୍ଡିଆ ଖାଇବାକୁ ଏବେ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି।
-ଲକ୍ଷ୍ମୀ ନାୟକ, ଚାଷୀ, ଆଠମଲ୍ଲିକ

ସର୍ଭେ ସମୟରେ ଉତ୍ସାହ ଦେଖାଗଲା
ଦୀର୍ଘ ବର୍ଷ ପରେ ଲୋକମାନେ ମାଣ୍ଡିଆର ଗୁରୁତ୍ୱ ବୁଝିଛନ୍ତି। ସେଥିପାଇଁ ଜିଲାରେ ବହୁ ପରିମାଣରେ ମାଣ୍ଡିଆ ଚାଷ କରାଯିବ। ଏହାକୁ ନେଇ ପ୍ରଥମେ ଦ୍ୱନ୍ଦ୍ୱ ରହିଥିଲା। ସର୍ଭେ ସମୟରେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲା। ଏହି ଚାଷ ବାବଦ ଖର୍ଚ୍ଚ ଜିଲା ଖଣିଜ ପ୍ରତିଷ୍ଠାନ ବହନ କରିବ।
-ପ୍ରିୟଙ୍କା ମହାନ୍ତି, ଜୀବନ ଜୀବିକା ଏକ୍ସପର୍ଟ, ଡିଏମ୍‌ଏଫ୍‌

ସଫଳତା ପାଇଁ ଉଦ୍ୟମ ଜାରି ରହିଛି
ଜିଲାରେ କିଭଳି ଭାବେ ମିଲେଟ ମିଶନ୍‌ କାର୍ଯ୍ୟ କରିବ ସେ ନେଇ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ୱାସନ୍‌ ସହ ଚୁକ୍ତି ହେବା ପରେ ଫସିଲେଟିଙ୍ଗ ଏନ୍‌ଜିଓକୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏମାନେ ପ୍ରତି ବ୍ଲକରେ ଚାଷୀଙ୍କ ସହ ଭଲମନ୍ଦ ଆଲୋଚନା କରିବେ। ୱାସନ ନିକଟରୁ ପାଇଥିବା ପ୍ରଶିକ୍ଷଣ ଚାଷୀଙ୍କୁ ଦେବେ।
-ଦେବରାଜ ମହାନ୍ତି, ଜିଲା ମୁଖ୍ୟ କୃଷି ଅଧିକାରୀ, ଅନୁଗୋଳ


[mc4wp_form id="252536"] All Right Reserved By Dharitri.Com

Posted inଅନୁଗୋଳ View All

କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ଏମ୍‌ପି-ବିଧାୟକ ମୁହାଁମୁହିଁ

ପାଲଲହଡ଼ା,୫ା୬(ଡି.ଏନ୍‌.ଏ.): ଶନିବାର ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦରମହାକୁମାଠାରେ କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଏବଂ ପାଲଲହଡ଼ା ବିଧାୟକ...

ଲିଭିଯିବ ଷ୍ଟ୍ରିଟ୍‌ ଲାଇଟ୍‌

ବଇଣ୍ଡା,୧୬ା୬ (ପରିକ୍ଷିତ ସାହୁ) – ରାତିରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌। ଆଲୋକିତ ହେଉଛି ପଞ୍ଚାୟତର ଛକ ଓ ବଜାର ଅଞ୍ଚଳ। ସରକାରୀ ଯୋଜନାରେ ଏହି ଆଲୋକୀକରଣ...

କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା

ଛେଣ୍ଡିପଦା,୨୧ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର...

ପ୍ରାଣୀ ଚିକିତ୍ସା ଦିଗରେ ପଦକ୍ଷେପ ନାହିଁ

ଖମାର,୧୮ା୬ ଚାଷୀଙ୍କ ପକେଟକୁ ଅଧିକ ଅର୍ଥ ଦେବାକୁ ପ୍ରାଣୀଧନ ପାଳନ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି ସରକାର। ଏଥିପାଇଁ ବିଭିନ୍ନ ଯୋଜନା କରାଯାଇଛି। ବ୍ୟାଙ୍କ ମାଧ୍ୟମରେ କମ୍‌...

ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି

ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା...

ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି

ଅନୁଗୋଳ ଅଫିସ, ୫ା୬ ମହାମାରୀର ଦ୍ୱିତୀୟ ଲହର ଅତି ମାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏହାର ଉଚିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ସର୍ବାଧିକ...

ଟିକା ନେବାର ଘଣ୍ଟାକ ପରେ ମୃତ୍ୟୁ ଅଭିଯୋଗ

ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍‌ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...

ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬- ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ମନଇଚ୍ଛା ଦର ନେଉଛନ୍ତି ଘରୋଇ ଆମ୍ବୁଲାନ୍ସ
Next Post Next post:
ବିନା ମଉଜରେ ରଜ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts