ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍ ଚାହିଦା ରହଛି। ଛତୁ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ୨୪ଶହରୁ ଊର୍ଦ୍ଧ୍ୱ ସ୍ବୟଂସହାୟିକା ଗୋଷ୍ଠୀ(ଏସଏଚ୍ଜି)ଙ୍କ ପାଇଁ ରୋଜଗାର ଯୋଗାଇ ଚର୍ଚ୍ଚାରେ ରହିଛନ୍ତି ମୟୂରଭଞ୍ଜର ଦମ୍ପତି। ଅନ୍ୟ ପାଇଁ ଉଦାହରଣ ସାଜିଥିବା ଏହି ସଫଳ ଦମ୍ପତି ହେଲେ ବାରିପଦା ସହର ଉପକଣ୍ଠ ଦେବେନ୍ଦ୍ରପୁରର ଶିଶିର ଚନ୍ଦ୍ର ମହାନ୍ତ ଓ ତାଙ୍କ ସ୍ତ୍ରୀ ପଙ୍କଜିନୀ। ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଉଭୟେ ଆଜି ବେଶ ସୁନାମ ଅର୍ଜନ କରିପାରିଛନ୍ତି।
କୃଷ୍ଣଚନ୍ଦ୍ରପୁର କଲେଜରେ ଶିଶିର ଚନ୍ଦ୍ର ଚୁକ୍ତିଭିତ୍ତିିକ ଅଧ୍ୟାପନା କରୁଥିବାବେଳେ ପଙ୍କଜିନୀଙ୍କୁ ବିବାହ କରିଥିଲେ। ପରିବାର ଭରଣପୋଷଣରେ ସମସ୍ୟା ଉପୁଜିବାରୁ ଅନ୍ୟ ଉପରେ ନିର୍ଭର ନ କରି କିଛି କରିବାର ଇଚ୍ଛା ଦୁହିଁଙ୍କୁ ଆଗକୁ ବଢ଼ିବାର ବାଟ ଦେଖାଇଥିଲା। ୨୦୧୩ରେ ୧୨ହଜାର ଟଙ୍କାରେ ଛୋଟ ଚାଳିଆଟିଏ କରି ଆରମ୍ଭ କରିଥିଲେ ଛତୁଚାଷ। ଏହି ଛତୁ ଏବେ ମୟୂରଭଞ୍ଜ ମସୃମ ନାମରେ ପ୍ରସିଦ୍ଧ ା ଋତୁ ଅନୁଯାୟୀ ଦୈନିକ ୨୫ରୁ ୩୫ କିଲୋ ଧିଙ୍ଗିରି ଓ ପାଳ ଛତୁ ଉପତ୍ାଦିତ ହେଉଥିବା ବେଳେ ଛତୁ ମଞ୍ଜି ଉପତ୍ାଦନ କରି ଗୁଣବତ୍ତା ଓ ଉପତ୍ାଦକତା ପାଇଁ ଜିଲାରେ ସେ ଏକ ନମ୍ବର ଛତୁ ମଞ୍ଜି ଉପତ୍ାଦନକାରୀ ସଂସ୍ଥା ଭାବେ ବିବେଚିତ ହୋଇପାରିଛନ୍ତି। ଉପତ୍ାଦିତ ଛତୁ ଓ ଛତୁମଞ୍ଜି ଜିଲା ତଥା ରାଜ୍ୟ ବାହାରେ ଏପରିକି ବାଂଲାଦେଶକୁ ମଧ୍ୟ ରପ୍ତାନୀ କରି ସଫଳତାର ଶ୍ରେୟ ସାଉଁଟୁଛନ୍ତି ା ପୂର୍ବରୁ ଛତୁ ମଞ୍ଜି ପାଇଁ ଜିଲାର ଚାଷୀଙ୍କୁ କଟକ ଓ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଥିଲା ା ଏବେ ନିଜ ଜିଲାରେ ଉନ୍ନତମାନର ଛତୁମଞ୍ଜି ପାଇ ବେଶ ଦୁଇପଇସା ଲାଭ ପାଉଛନ୍ତି ଚାଷୀମାନେ।
ଏହି ଦମ୍ପତି ନିଜର ଫାର୍ମରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରୋଜଗାର ଯୋଗାଇଥିବା ବେଳେ ଛତୁ ଚାଷ ସମ୍ପର୍କିତ ବିଭିନ୍ନ କୌଶଳର ଶିକ୍ଷାଦାନ ବା ତାଲିମ ପ୍ରଦାନ ପାଇଁ ରାଜ୍ୟ ସରକାର ସେମାନଙ୍କ ଫାର୍ମକୁ ପ୍ରୟୋଗଶାଳା ଭାବେ ବ୍ୟବହାର କରୁଛନ୍ତି। ଫାର୍ମରେ ପର୍ଯ୍ୟାୟ କ୍ରମରେ ଛତୁଚାଷ ତାଲିମ ଗ୍ରହଣ କରୁଛନ୍ତି ଜିଲାର ବେକାର ଯୁବତୀଯୁବକ। ଶିଶିର ଚନ୍ଦ୍ର ଅଧ୍ୟାପନା ଛାଡ଼ି ଏବେ ପ୍ରଶିକ୍ଷକ ଭାବେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଷ୍ଟାର ସ୍ବରୋଜଗାର ଯୋଜନାରେ ତାଲିମ ପ୍ରଦାନ କରୁଛନ୍ତି। ଏହି ଦମ୍ପତିଙ୍କଠାରୁ ଚାଷ ସମ୍ବନ୍ଧୀୟ ତାଲିମ ନେଇ ୨୪ଶହ ସ୍ବୟଂ ସହାୟିକା ଗୋଷ୍ଠୀ ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ବିଶେଷ ଭାବରେ କରୋନା କଟକଣା ସମୟରେ ବେକାର ଯୁବତୀ ଯୁବକଙ୍କୁ ଛତୁ ଚାଷ ତାଲିମ ପ୍ରଦାନ କରି ଆତ୍ମନିର୍ଭଶୀଳ କରାଇ ପାରିଥିବାରୁ ଆତ୍ମସନ୍ତୋଷ ମିଳୁଛି ବୋଲି କହିଛନ୍ତି ଏହି ଦମ୍ପତି ।
ଏୟାରଲିଫ୍ଟ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ; କରୋନା ଆକ୍ରାନ୍ତ ପରେ ଅଛନ୍ତି ଗୁରୁତର
ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ। ମଙ୍ଗଳବାର ତାଙ୍କୁ ଏୟାରଲିଫ୍ଟ ହୋଇ ଚିକିତ୍ସା ପାଇଁ କୋଲକାତା...
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮।୬(ବ୍ୟୁରୋ): ମାଗଣାରେ ଟିକା ଯୋଗାଣ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି...
ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ...
୨ ନାବାଳିକାଙ୍କୁ ବଳାତ୍କାର
ଉମରକୋଟ, ୫।୬: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ...
ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ
ଜୟପୁର,୧୨ା୬: ପ୍ରଥମେ ପରିବା, କଣ୍ଟେନର, ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏବେ ଆଉ ଏକ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା...
୨୭ ଯାଏ ବର୍ଷା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...
ଅମ୍ବାଳିଅଠା ନିକଟରେ ସିରିଜ୍ ଦୁର୍ଘଟଣା: ୨ ମୃତ; ଡମ୍ପର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧିଦେଲେ ଲୋକେ
ବାଲେଶ୍ୱର ଅଫିସ, ଜଳେଶ୍ୱର(ଡି.ଏନ୍.ଏ.),୪।୬: ବାଲେଶ୍ୱର ଜିଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।...
ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ
ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା...


